• ବେତାର ବ୍ୟୁରୋ

ସରକାରୀ ଚାକିରୀ କରେଇଦେଉଥିବା ଠକଙ୍କ ଶିକାର ହୁଅନ୍ତୁ ନାହିଁ : ଓପିଏସସି


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ସରକାରୀ ଚାକିରୀ ପାଇଁ ଅନୁଷ୍ଠିତ ହେଉଥିବା ପ୍ରତିଯୋଗୀତାମୂଳକ ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ ଅନେକ ଅନିୟମିତତା ଦେଖିବାକୁ ମିଳୁଛି। ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରି ଯେ କୌଣସି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଦଲାଲଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେବେ ଏହି କଥାକୁ ଖଣ୍ଡନ କରି ଓଡିଶା ପବ୍ଲିକ ସର୍ଭିସ କମିଶନ (OPSC) ତରଫରୁ ସ୍ପଷ୍ଟୀକରଣ ପ୍ରକାଶ ପାଇଛି ଓ ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ଛାତ୍ରଛାତ୍ରୀମାନଙ୍କ ମେରିଟ ତାଲିକା ଅନୁସାରେ ହିଁ ନିଯୁକ୍ତି ହେଉଛି ବୋଲି ସ୍ପଷ୍ଟ କରିଛନ୍ତି।

OPSC ତରଫରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରି ଅନୈତିକ ଭାବରେ ଯେକୌଣସି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ଅନେକ ଦଲାଲ ଓ ଅନୁଷ୍ଠାନ ପ୍ରତିଶ୍ରୁତି ଦେଉଛନ୍ତି। ଏହା ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଅଟେ। OPSC ଦ୍ଵାରା ପରିଚାଳିତ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ସ୍ଵଚ୍ଛ ପ୍ରକ୍ରିୟା ଅଟେ। ପ୍ରାର୍ଥୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ରଖିଥିବା ମାର୍କ ଓ ପ୍ରାର୍ଥୀମାନଙ୍କ ପ୍ରଦର୍ଶନ ଅନୁଯାୟୀ ସେମାନଙ୍କ ନିଯୁକ୍ତି କରାଯାଉଛି।

ତେଣୁ ଏପରି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଦଲାଲ କିମ୍ବା ଅନୁଷ୍ଠାନର ଜାଲରେ ନଫଶିବାକୁ OPSC ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ପ୍ରାର୍ଥୀ ନିଜ ଇଚ୍ଛାରେ ବା ଅନିଚ୍ଛାରେ ଏପରି କାମ କରିଛନ୍ତି ବୋଲି ପ୍ରମାଣିତ ହୁଅନ୍ତି ତେବେ OPSC ତରଫରୁ ତାଙ୍କୁ ନିର୍ଦ୍ଧିଷ୍ଟ ସମୟ ପାଇଁ ଅଯୋଗ୍ୟ ଘୋଷଣା କରାଯିବା ସହିତ OPSC/OSSC/OSSSC ଓ UPSC ଦ୍ଵାରା ପରିଚାଳିତ ପରୀକ୍ଷାରୁ ବାସନ୍ଦ ମଧ୍ୟ କରାଯିବ।

ଓପିଏସସି ପରୀକ୍ଷା

ନିକଟରେ ଅନେକ ସରକାରୀ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। OPSC ଦ୍ଵାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ସିଭିଲ ସର୍ଭିସ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଆଗକୁ ମଧ୍ୟ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ଵାରା ପରିଚାଳିତ ଜୁନିୟର କ୍ଳର୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଗତ ଜାନୁୟାରୀ ମାସରେ ପ୍ରାର୍ଥୀମାନେ ଆବେଦନ କରିଛନ୍ତି।

ଏହି ସମୟରେ ପ୍ରତିଯୋଗୀତାମୂଳକ ପରୀକ୍ଷା ପରେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇପାରିବେ ବୋଲି ଅନେକ ଦଲାଲ ବ୍ୟକ୍ତି ଓ ସଂସ୍ଥାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳିବ। ସେମାନେ ପ୍ରାର୍ଥୀଙ୍କ ଠାରୁ ମୋଟାଅଙ୍କର ଅର୍ଥ ନେଇଥାନ୍ତି।  ଯାହାଫଳରେ ପ୍ରାର୍ଥୀମାନେ ଠକାମିର ଶିକାର ହେଉଛନ୍ତି। ଏସବୁକୁ ରୋକିବା ପାଇଁ ଓଡିଶା  ପବ୍ଲିକ ସର୍ଭିସ କମିଶନ ତରଫରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ଓ ନିଯୁକ୍ତି ପ୍ରକ୍ରିୟାକୁ କୌଣସି ବ୍ୟକ୍ତି ବା ସଂସ୍ଥା ପ୍ରଭାବିତ କରିପାରିବେ ନାହିଁ ବୋଲି କହିଛନ୍ତି।

#OPSC #selectionprocess #govtjob #jobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon