• padmabati kund

ଟ୍ରାଇ ନିୟମ : ଏକାଧିକ ଟିଭି କନେକ୍ସନ ପାଇଁ ଜାରି ହେବ ସ୍ଵତନ୍ତ୍ର ପ୍ୟାକ


(ବେତାର ବ୍ୟୁରୋ) କେବୁଲ ଟିଭି ପାଇଁ ନୂଆ ନିୟମ ଲାଗୁହେବା ପରେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଅନେକ ପ୍ରକାରର ଦ୍ଵନ୍ଦ ଉପୁଜୁଛି। ଖାସକରି ଯେଉଁମାନେ ଏକରୁ ଅଧିକ ଟିଭି କନେକ୍ସନର ବ୍ୟବହାର କରୁଛନ୍ତି ସେମାନଙ୍କ ମନରେ କେବୁଲ କନେକ୍ସନ ଓ ଏହାର ମୂଲ୍ୟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହି ବ୍ୟବହାରକାରୀ ମାନେ ପ୍ରତି କନେକ୍ସନ ପାଇଁ ଅଲଗା ଅଲଗା ମୂଲ୍ୟ ଦେବାକୁ ପଡିବ କି ଏଥିପାଇଁ କୌଣସି କମ୍ବୋ ଅଫରର ଫାଇଦା ଉଠାଇ ପାରିବେ ସେନେଇ ଦ୍ଵନ୍ଦ୍ଵରେ ରହୁଛନ୍ତି।

ଏଥିପାଇଁ ଟେଲିକମ ରେଗୁଲୋଟାରୀ ଅଥରୀଟି ଅଫ ଇଣ୍ଡିଆ  (TRAI) ତରଫରୁ ନୂତନ ଆଦେଶ ଜାରି  କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ଘରେ ଏକରୁ ଅଧିକ ଟିଭି କନେକ୍ସନ ରହିଛି ସେମାନଙ୍କ ପାଇଁ ଖୁବ ଶୀଘ୍ର କମ୍ବାଇନଡ୍ ପ୍ୟାକ ଲଞ୍ଚ କରାଯିବ। ଏହାଦ୍ଵାରା ବ୍ୟବହାରକାରୀଙ୍କ କେବୁଲ ଖର୍ଚ୍ଚ ମଧ୍ୟ ବହୁତ କମ ହୋଇଯିବ।

TRAI ର ଚେୟାରମ୍ୟାନ ଆର.ଏସ ଶର୍ମା ସମସ୍ତ DTH କମ୍ପାନୀ ଓ କେବୁଲ ଅପରେଟରଙ୍କୁ ଏହି ସ୍ପେସିଆଲ ପ୍ୟାକ ଓ ପ୍ଳାନକୁ ଲଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବ୍ୟବହାରକାରୀ ମାନେ ଏକରୁ ଅଧିକ ଟିଭି କନେକ୍ସନର  ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ପ୍ୟାକକୁ ପ୍ରସ୍ତୁତ କରାଯିବ। ଦୁଇଦିନ ମଧ୍ୟରେ ଏହା ବିଷୟରେ ଉତ୍ତର ଦେବା ପାଇଁ ଟ୍ରାଇ, DTH ଓ କେବୁଲ ଅପରେଟରଙ୍କୁ ନିର୍ଦ୍ଦେଶ ଦେଇଛି।

ଏହି ସ୍ଵତନ୍ତ୍ର ପ୍ୟାକ ଆସିବା ପରେ ଯେଉଁ ଘରେ ଦୁଇରୁ ଅଧିକ ଟିଭି କନେକ୍ସନ ରହିଛି ସେମାନେ ଏହାର ଫାଇଦା ଉଠାଇ ପାରିବେ ଓ ସେମାନଙ୍କର ମାସିକ କେବୁଲ ଖର୍ଚ୍ଚ ମଧ୍ୟ କମ ହୋଇଯିବ।

ବଢିବ ନାହିଁ ଟିଭି ଶୁଳ୍କ

କିଛିଦିନ ପୂର୍ବରୁ ବିଶ୍ଵବ୍ୟାପୀ ବିଶ୍ଳେଷଣକାରୀ କମ୍ପାନୀ Crisil ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ  ଉଲ୍ଲେଖ ରହିଥିଲା ଯେ, କେବୁଲ ଟିଭି ପାଇଁ ନୂତନ ନିୟମ ଲାଗୁହେବା ପରେ ମାସିକ କେବୁଲ ବିଲ 25% ବୃଦ୍ଧି ପାଇପାରେ। 

କିନ୍ତୁ ଟ୍ରାଇ ଏହି ରିପୋର୍ଟକୁ ଭୁଲ ପ୍ରମାଣିତ କରିଛି। ଏହି ମାମଲାକୁ ନେଇ ଟ୍ରାଇର ଚେୟାରମ୍ୟାନ ଆର.ଏସ. ଶର୍ମା  କହିଥିଲେ ଯେ, ଏହି ରିପୋର୍ଟରେ ତେଲୁଗୁ, ତାମିଲ, ବଙ୍ଗାଳୀ ଆଦି ଭାଷାର ଚ୍ୟାନେଲକୁ ମିଶାଇ ପ୍ୟାକେଜ ଦେଖାଯାଉଛି ଓ କୁହାଯାଉଛି ଯେ ମାସିକ କେବୁଲ ବିଲ ବଢିଯିବ। କିନ୍ତୁ କୌଣସି ଉପଭୋକ୍ତା ଏତେ ଚ୍ୟାନେଲ ଦେଖିନଥାନ୍ତି। କୌଣସି ଉପଭୋକ୍ତାଙ୍କୁ ଏହି ସମସ୍ତ ଭାଷା ବିଷୟରେ ଜ୍ଞାନ ନଥାଏ। ଏଥିପାଇଁ ତାଙ୍କୁ ସମସ୍ତ ଚ୍ୟାନେଲର ଶୁଳ୍କ ଦେବା ଆବଶ୍ୟକ ନାହିଁ। 

ଉପଭୋକ୍ତା ଯେଉଁ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ଯଦି କେବଳ ସେହି ଚ୍ୟାନେଲ ବାଛନ୍ତି ତେବେ ତାଙ୍କୁ ଅଧିକ ଶୁଳ୍କ ଦେବାକୁ ପଡିବ ନାହିଁ।  

#TRAI #multipletvconnection

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon