• ବେତାର ବ୍ୟୁରୋ

ବୈବାହିକ ଜୀବନରେ ସୁଖଶାନ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ


(ବେତାର ବ୍ୟୁରୋ) ପତିପତ୍ନୀଙ୍କ ମଧ୍ୟରେ ବେଳେବେଳେ ସାମାନ୍ୟ କଥାରୁ ମତଭେଦ ସୃଷ୍ଟି ହୋଇଥାଏ। ତେବେ ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା କମ ରହିବାରୁ ଏପରି ସମସ୍ୟା ଦେଖା ଦେଇଥାଏ। ଏହାବ୍ୟତୀତ ଏହାର ଅନ୍ୟ ଏକ କାରଣ ବାସ୍ତୁଦୋଷ ମଧ୍ୟ ହୋଇଥାଏ। ଯଦି ଘରେ କୌଣସି ନବବିବାହିତ ଦମ୍ପତ୍ତି ଅଛନ୍ତି କିମ୍ବା କାହାର ବିବାହ ହେବାକୁ ଯାଉଛି ତେବେ ଘରର ବାସ୍ତୁପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଖାସକରି ନବବିବାହିତ ଦମ୍ପତ୍ତିଙ୍କୁ ସେମାନଙ୍କ ଶୟନକକ୍ଷର ବାସ୍ତୁ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଏହାଫଳରେ ସେମାନଙ୍କର ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ବାସ୍ତୁଶାସ୍ତ୍ର ଅନୁଯାୟୀ ନବବିବାହିତ ଦମ୍ପତ୍ତିଙ୍କ ଘରେ ସବୁବେଳେ ସକାରାତ୍ମକ ଜିନିଷ ରଖିବା ଉଚିତ। ଶୋଇବା ଘରେ କେଉଁ କେଉଁ ଜିନିଷ ରଖିବା ଦ୍ଵାରା ଓ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଦ୍ଵାରା ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଜାଣନ୍ତୁ।

.ବିବାହିତ ଦମ୍ପତ୍ତିଙ୍କ ଶୋଇବା ଘରର ଖଟ କେଉଁ ଦିଗରେ ରହିବ ସେନେଇ ବିଶେଷ ଧ୍ୟାନ ଦେବାକୁ ପଡିବ। ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘରେ ଖଟକୁ ଉତ୍ତର ଦିଗ, ଉତ୍ତର-ପୂର୍ବ ଦିଗ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ। ଏହାଦ୍ଵାରା ଉକ୍ତ ଘର ମଧ୍ୟରେ ସକାରାତ୍ମକ ବାତାବରଣ ରହିଥାଏ ଓ ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଠିକ ରହିଥାଏ।

.ଶୋଇବା ଘରେ ପତିପତ୍ନୀ ସବୁଠାରୁ ଅଧିକ ସମୟ ଅତିବାହିତ କରିଥାନ୍ତି। ଏଥିପାଇଁ ଏହି କକ୍ଷରେ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରଖିବା ଅନୁଚିତ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀରୁ ନକରାତ୍ମକ ଶକ୍ତି ଜାତ ହୋଇଥାଏ ଓ ଏହା ସେହି ଘରେ ଥିବା ସମସ୍ତ ସକାରାତ୍ମକ ଶକ୍ତିକୁ ଦୂର କରିଦେଇଥାଏ।

.ଘର କାନ୍ଥରେ ଭଗବାନଙ୍କ ଫଟୋକୁ ଲଗାଇବା ଦ୍ଵାରା ଶୁଭଫଳ ମିଳିଥାଏ ବୋଲି ସମସ୍ତେ ଭାବନ୍ତି। କିନ୍ତୁ ଶୋଇବା ଘରେ ଭଗବାନଙ୍କ ମୂର୍ତ୍ତି ଲଗାଇବା ଅନୁଚିତ। ଏହାସହିତ ଆପଣଙ୍କ ପୂର୍ବପୁରୁଷ ଯିଏକି ମୃତ୍ୟୁବରଣ କରିଥିବେ ସେମାନଙ୍କ ଫଟୋ ମଧ୍ୟ ଲଗାଇବା ଅନୁଚିତ। ବାସ୍ତୁ ଅନୁସାରେ ଏହା ପତିପତ୍ନୀଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

.ବାସ୍ତୁ ଅନୁଯାୟୀ ଶୋଇବା ଘରେ ଛୋଟଛୋଟ ଗଛ ଲଗାଇବା ଦ୍ଵାରା ଶୁଭଫଳ ମିଳିଥାଏ। ଏହାଦ୍ଵାରା ସେହି ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ଏବଂ ସକାରାତ୍ମକ ଶକ୍ତି ମଧ୍ୟ ଉତ୍ପନ୍ନ ହୋଇଥାଏ। କିନ୍ତୁ ଘରେ କୌଣସି କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ।

.ସବୁବେଳେ ଖଟ ଉପରେ ଗୋଟିଏ ଗଦି ପକାନ୍ତୁ। ଏହାସହିତ ବ୍ୟବହାର କରୁଥିବା ଚାଦର ଓ କମ୍ବଳ ମଧ୍ୟ ଗୋଟିଏ ହେବା ଜରୁରୀ। କେବେବି ବେଡସିଟକୁ ଅସନା କରନ୍ତୁ ନାହିଁ କିମ୍ବା ଚିରି ଯାଇଥିବା ବେଡସିଟ ବ୍ୟବହାର କରନ୍ତୁ ନାହିଁ।

.ଶୋଇବା ଘରକୁ ସୁନ୍ଦର ଭାବରେ ସଜେଇବା ପାଇଁ ଅନେକ ପ୍ରକାରର ଶୋ-ପିସ୍ ବ୍ୟବହାର କରିଥାଉ। କିନ୍ତୁ ଏପରି କିଛି ଶୋ-ପିସ୍ ରହିଛି ଯାହାକୁ ବୈବାହିକ ଦମ୍ପତ୍ତିଙ୍କ ଶୋଇବା ଘରେ ରଖିବା ଅନୁଚିତ। ଲାଫିଙ୍ଗ ବୁଦ୍ଧକୁ ଶୋଇବା ଘରେ ରଖନ୍ତୁ ନାହିଁ। ଏହାବ୍ୟତୀତ ଲଭବାର୍ଡ କିମ୍ବା ନାଚୁଥିବା ପ୍ରେମୀଯୁଗଳଙ୍କ ମୂର୍ତ୍ତି ରଖିପାରିବେ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ)

#astrology #vastutips #marriagelife

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon