- ବେତାର ବ୍ୟୁରୋ
ଏଥିପାଇଁ 2018ରେ ଚାଲିଲାନି ଖାନ୍ ମାନଙ୍କ ଫିଲ୍ମ : ଅଜୟ ଦେବଗନ

(ବେତାର ବ୍ୟୁରୋ) ବିଗତ ବର୍ଷରେ ଅମିର ଖାନଙ୍କ ଥଗ୍ସ ଅଫ ହିନ୍ଦୁସ୍ତାନ, ସଲମାନ ଖାନଙ୍କ ରେସ 3 ଓ ଶାହରୁଖ ଖାନ ଙ୍କ ଜିରୋ ଫିଲ୍ମ ବହୁତ ବଡ ବଜେଟର ଫିଲ୍ମ ହେଇ ମଧ୍ୟ ବକ୍ସ ଅଫିସରେ ସେଭଳି ଖାସ ସଫଳତା ପାଇ ପରି ନ ଥିଲା । ଏ ସମ୍ପର୍କରେ ଟିପ୍ପଣୀ କରି ଅଜୟ ଦେବଗନ କହିଛନ୍ତି ଯେ ଏସବୁ ଫିଲ୍ମ ନ ଚାଲିବାର କାରଣ ଏହାର ଖରାପ କାହାଣୀ ।
ନିକଟରେ ହିନ୍ଦୀ ନ୍ୟୁଜ ୱେବ୍ସାଇଟ ଜାଗରଣ.କମ୍ କୁ ସାକ୍ଷାତକାର ଦେଇ ଦେବଗନ କହିଥିଲେ “ଗତ ବର୍ଷ ଏହିସବୁ (ଖାନ ମାନଙ୍କ) ଫିଲ୍ମ ନ ଚାଲିବାର କାରଣ ହେଉଛି ବାଜେ କାହାଣୀ । ଏହାହିଁ ଏକ ମାତ୍ର କାରଣ ଓ ଏହା ମୋ ସହିତ ମଧ୍ୟ ହେଇପାରେ ।“
ବାଲିଉଡର ଖାନ ଭାବରେ ପରିଚିତ ଏହି ତିନି ବଡ ଷ୍ଟାର ମାନଙ୍କ ଫିଲ୍ମ 2018ରେ ବିଶେଷ ସଫକତା ପାଇ ପରି ନ ଥିଲା ଏପରିକି ଅନେକ ନବାଗତ ଓ ଅପେକ୍ଷାକୃତ କମ ଜଣାଶୁଣା ଅଭିନେତାଙ୍କ ଫିଲ୍ମ ‘ବଧାଇ ହୋ’ , ‘ଅନ୍ଧାଧୁନ’ ଇତ୍ୟାଦି ଫିଲ୍ମ ବହୁତ କମ ବଜେଟରେ ତିଆରି ହେଇ ମଧ୍ୟ ପ୍ରଚୁର ସଫଳତା ପାଇଥିଲା । ଏହି ସଫଳତା ପଛରେ ଏକମାତ୍ର କାରଣ ଥିଲା ଭଲ କାହାଣୀ ଓ ଉତମା ନିର୍ଦ୍ଦେଶନା ।
ଅଜୟ ଦେବଗନ ନିଜର କମେଡି ଫିଲ୍ମ 'ଟୋଟାଲ ଧମାଲ'ର ପ୍ରଚାର ଓ ପ୍ରସାରରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ।
‘ଟୋଟାଲ ଧମାଲ’
ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ମଲ୍ଟି ଷ୍ଟାରର ଫିଲ୍ମରେ ଅଜୟ ଦେବଗନଙ୍କ ସହିତ ଅନେକ ହାସ୍ୟ ଅଭିନେତା ଯଥା ଜନି ଲିଭର, ଅରଶଦ ୱାର୍ସି, ଚଙ୍କି ପାଣ୍ଡେ, ରିତେଶ ଦେଶମୁଖ ଓ ସଞ୍ଜୟ ମିଶ୍ରା ଆଦି ଷ୍ଟାର ଅଛନ୍ତି ।
କମେଡି ଓ ଆକ୍ସନରେ ଭରପୁର ଏହି ଫିଲ୍ମର ଟ୍ରେଲରରେ ଦେଖାଯାଇଛି ଯେ ଦୁଇଟି ଦଳ ମଧ୍ୟରେ ପ୍ରତିଯୋଗିତା ଲାଗିଛି ଓ ଶେଷରେ ଟଙ୍କା କାହାକୁ ମିଳିବ । ଫିଲ୍ମଟିକୁ ଦେଖିବା ପରେ ଆପଣମାନେ ଏହା ଜାଣିପାରିବେ ।
ଏହାଛଡା ଏହି ଫିଲ୍ମର ଅନ୍ୟ ଏକ ଆକର୍ଷଣ ହେଲା ପାଖାପାଖି ୧୮ବର୍ଷ ପରେ ଅନିଲ କପୁର ଓ ମାଧୁରୀଙ୍କ ଜୋଡ଼ିକୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ‘ପୁକାର’ ଫିଲ୍ମରେ ଉଭୟ ଶେଷଥର ଲାଗି ନଜର ଆସିଥିଲେ।
ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ମଲ୍ଟି ଷ୍ଟାରର ଫିଲ୍ମରେ ଅଜୟ ଦେବଗନ, ଅନିଲ କପୁର, ମାଧୁରୀ ଦିକ୍ଷିତ, ଜନି ଲିଭର, ଅରଶଦ ୱାର୍ସି, ଚଙ୍କି ପାଣ୍ଡେ, ରିତେଶ ଦେଶମୁଖ ଓ ସଞ୍ଜୟ ମିଶ୍ରା ଆଦି ଷ୍ଟାର ଅଛନ୍ତି ।
ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ଏକ ଗୀର ‘ପୈସା ପୈସା’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଗୀତରେ ମାଧୁରୀଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଗୀତ ଯୁବପିଢୀଙ୍କୁ ଖୁବ୍ ପସନ୍ଦ ଆସିଛି।
#bollywood #cinema #Shahrukh #amirkhan #salmankhan #AjayDevgan