• ବେତାର ବ୍ୟୁରୋ

ଝାରସୁଗୁଡାରୁ ସ୍ପାଇସଜେଟ ବିମାନ ମାର୍ଚ୍ଚ 31ରୁ


ଝାରସୁଗୁଡା ଏୟାରପୋର୍ଟରୁ କୌଣସି କମରସିଆଲ ଏୟାରଲାଇନ୍ସ ବିମାନ ଚଳାଇବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ସ୍ପାଇସଜେଟ କମ୍ପାନୀ ଏଠାରୁ ବିମାନ ଚଳଚଳ ଆରମ୍ଭ କରିବା ବୋଲି ଶନିବାର ଆଗ୍ରହ ପ୍ରକାଶ କରିଛି ।

ଶନିବାର ଝାରସୁଗୁଡା ଏୟାରପୋର୍ଟ ବୁଲି ସେଠାକାର ଭିତ୍ତିଭୂମି ଦେଖିବାପରେ ଆସନ୍ତା ମାର୍ଚ୍ଚ 31 ତାରିଖରୁ ସେଠାରୁ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦ ନିମନ୍ତେ ତିନୋଟି ରୁଟରେ ସ୍ପାଇସ ଜେଟ ବିମାନ ଚଳାଇବ ବୋଲି ସହମତି ପ୍ରକାଶ କରିଛି । ତେବେ ଏଠାରୁ ଛୋଟ ବିମାନ ଯାତାୟାତ କରିପାରେ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି ।

ଚଳିତ ବର୍ଷ ଜାନୁଆରୀରେ ପଶ୍ଚିମଓଡିଶା ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାରୁ ‘ଉଡାନ’ ଯୋଜନାରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତି ଅନୁସାରେ ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାନ୍ସର ବିମାନ ଉଡିବ । ସେହିପରି ଝାରସୁଗୁଡାରୁ ହାଇଦ୍ରାବାଦ ବିମାନ ଚଳାଇବ ସ୍ପାଇସ୍ ଜେଟ୍ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

ରାଉରକେଲା,ପାରାଦୀପ

ଚଳିତ ବର୍ଷ ଜାନୁଆରୀ ଶେଷ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡାନ୍- ଆରସିଏସ୍ (ଉଡେ ଦେଶକା ଆମ୍ ନାଗରିକ- ଆଞ୍ଚଳିକ ସଂଯୋଗୀକରଣ ଯୋଜନା)ରେ ଦେଶର ୮୯ଟି ବିମାନ ବନ୍ଦରରୁ ୨୩୫ଟି ରୁଟରେ ବିମାନ ସେବା ଆରମ୍ଭ କରିବା ପାଇଁ ଘୋଷଣା ହୋଇଥିଲା ।

ଘୋଷଣା ଅନୁଯାୟୀ ଟର୍ବୋ ଆଭିଏସନ୍ ରାଉରକେଲାରୁ ରାୟପୁର ଏବଂ ଆଲିଏନ୍ସ ଏୟାର ଓ ଟେର୍ବା ଆଭିଏସନ୍ ରାଉରକେଲାରୁ ଭୁବନେଶରକୁ ବିମାନ ସେବା ଆରମ୍ଭ କରିବ। ସେହିପରି ଭୁବନେଶ୍ବରରୁ ବାରଣାସୀ, କଳାଇକୁଣ୍ଡା, ଜଗଦଲପୁରକୁ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଏହି ସହରଗୁଡ଼ିକୁ ଯାତ୍ରୀମାନେ ୨୫୦୦ଟଙ୍କା ଟିକେଟରେ ଯାତ୍ରା କରିପାରିବେ। ଯାତ୍ରୀଙ୍କୁ ଶସ୍ତାରେ ଟିକେଟ୍ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବସିଡ ଦେବେ।

କମର୍ସିଆଲ୍‌ ଲାଇସେନ୍ସ ପାଇବା ପରେ ରାଉରକେଲା ବିମାନ ବନ୍ଦର ଓଡ଼ିଶାର ତୃତୀୟ ବିମାନ ବନ୍ଦରର ମାନ୍ୟତା ପାଇସାରିଛି । ତେବେ ଏଠାରେ କମରସିଆଲ ବିମାନ ଚଳାଚଳ ଏ ପର୍ଯ୍ୟନ୍ତ ଆରମ୍ଭ ହେଇପାରି ନାହିଁ ।

୨୦୧୬ ଜାନୁଆରୀ ମାସରେ ଏୟାର ଓଡ଼ିଶା ପକ୍ଷରୁ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ନିୟମିତ ବିମାନ ସେବା ଆରମ୍ଭ ହୋଇଥିଲା। ବିଭିନ୍ନ ସମସ୍ୟା ଓ ବିବାଦ ଯୋଗୁଁ ଚାଲିବାର ୫ ମାସ ପରେ ଅର୍ଥାତ୍‌ ସେହି ବର୍ଷର ‌ମେ’ ମାସରେ ରାଜ୍ୟ ସରକାର ଏୟାର ଓଡ଼ିଶା ବିମାନ ସେବାକୁ ରଦ୍ଦ କରି ଦେଇଥିଲେ।

ନିକଟରେ ପାରାଦୀପରେ ଏକ ବିଶ୍ୱସ୍ତରୀୟ ଏୟାରପୋର୍ଟ ନିର୍ମାଣ ନିମନ୍ତେ ଆଏଓସିଏଲ, ପାରାଦିପ ପୋର୍ଟ ଓ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେଇଛି ।

#airport #spicejet #jharusuguda

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon