• ବେତାର ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଟି20 : କାହାର ରହିବ କ’ଣ ରଣକୌଶଳ


(ବେତାର ବ୍ୟୁରୋ) ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ ଭାରତୀୟ ସମୟ ଅନୁସାରେ ରବିବାର ମଧ୍ୟାହ୍ନରେ ଖେଳାଯିବ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଏବେ ୧-୧ରେ ସ୍ତରରେ ରହିଛି । ଏଥିପାଇଁ ଏହି ତୃତୀୟ ଟି20 ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ ।

ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଯାହାକି ନ୍ୟୁଜିଲାଣ୍ଡ ମାଟିରେ ଭାରତର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ପ୍ରଥମ ବିଜୟ ଥିଲା ।

ତେବେ ଦୁଇଟି ଯାକ ମ୍ୟାଚରେ ଉଭୟ ଦଳର ବୋଲର ମାନେ ଉତ୍କୃଷ୍ଟ ପ୍ରଦର୍ଶନକରି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ ।

ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟିମ୍ ସାଉଥି ଭାରତୀୟ ଦଳର ପରାଜୟ ଦ୍ଵାର ଖୋଲିବାରେ ସାହାଯ୍ୟ କରିଥିଲେ । ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ସେ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ ଓ ଶେଷ ୱିକେଟ ନେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେହିପରି ଦ୍ଵିତୀୟ ଟି20 ରେ କୃଣାଲ ପାଣ୍ଡ୍ୟାଙ୍କ ଉତ୍କୃଷ୍ଟ ବୋଲିଂ ଦେଖିବାକୁ ମିଳିଥିଲା। ସେ ମୋଟ ଚାରି ଓଭର ବୋଲିଂ କରି ମାତ୍ର 28ରନ ଦେଇଥିଲେ ଓ ବହୁମୂଲ୍ୟ ତିନୋଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ଲାଇନକୁ ଭାଙ୍ଗିବାରେ ସମର୍ଥ ହେଇଥିଲେ ।

ତେବେ ତୃତୀୟ ତଥା ଶେଷ ମ୍ୟାଚରେ କେଉଁ ଦଳ କିପରି ରଣକୌଶଳ ପ୍ରୟୋଗ କରିବ ସେ ବିଷୟରେ କ୍ରିକେଟ ବିଶେଷଜ୍ଞ ମାନେ କହିଛନ୍ତି ଯେ “ଭାରତୀୟ ଦଳ ଏହାର ରଣନୀତି ଓ ଖେଳାଳି ପରିବର୍ତ୍ତନ କରିବାର କୌଣସି କାରଣ ନାହିଁ । ତେବେ ନ୍ୟୁଜିଲାଣ୍ଡ ନିଜର ବୋଲର ଓ ରଣନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିପାରେ ।

ଭାରତ ପାଇଁ ମଉକା

ରବିବାର ମ୍ୟାଚ ନିମନ୍ତେ ଉଭୟ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ତେବେ ଟିମ୍ ଇଣ୍ଡିଆ ପାଖରେ କାଲିର ମ୍ୟାଚରେ ଏକ ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ ଭାରତ ।

ଏହି ହାଇଭୋଲ୍ଟଟେଜ୍ ମ୍ୟାଚ ହାମିଲଟନର ସେଡାନ୍ ପାର୍କରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଏହା ୧୨.୩୦ ମିନିଟରେ ଆରମ୍ଭ ହେବ ଓ ୧୨ଟା ସମୟରେ ଟସ୍ ପଡିବ ।

ସମ୍ଭାବ୍ୟ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଋଷଭ ପନ୍ଥ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ ( ୱିକେଟରକ୍ଷକ ), କୃର୍ଣ୍ଣାଲ ପାଣ୍ଡ୍ୟା, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, କୁଳଦୀପ ଯାଦବ, ଖଲିଲ ଅହମ୍ମଦ, ଶୁଭମାନ ଗିଲ୍, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା ।

#T20cricket #cricket #teamindia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon