• padmabati kund

ଏହି 5ଟି ହେୟାର ଷ୍ଟାଇଲ ଆପଣଙ୍କ କେଶ ପାଇଁ କ୍ଷତିକାରକ


(ବେତାର ବ୍ୟୁରୋ) ଆଜିକାଲି ଅଧିକାଂଶ ମହିଳା ନିଜର ଲୁକ ଓ ଷ୍ଟାଇଲକୁ ନେଇ ଅନେକ ଏକ୍ସପେରିମେଣ୍ଟ କରୁଛନ୍ତି ଓ ସବୁଠାରୁ ଅଧିକ ଏକ୍ସପେରିମେଣ୍ଟ କେଶ ସହିତ କରିଥାନ୍ତି। ନିଜ ଲୁକ୍ ରେ ପରିବର୍ତ୍ତନ ଆଣିବା ପାଇଁ କେଶକୁ ଭିନ୍ନ ଭିନ୍ନ ଡିଜାଇନରେ କାଟିବାଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଷ୍ଟାଇଲିଙ୍ଗ କରିଥାନ୍ତି। ପ୍ରତିଦିନ ଅଲଗା ଅଲଗା ହେୟାର ଷ୍ଟାଇଲିଙ୍ଗ କରିବା ପାଇଁ ଗରମ ଆଇରନ ଓ ହେୟାର ଡ୍ରାୟରର ପ୍ରୟୋଗ କରିଥାନ୍ତି। ଏହାଦ୍ଵାରା ଆପଣଙ୍କୁ ଭଲ ଲୁକ୍ ମିଳୁଥିଲେ ମଧ୍ୟ ଏହାଦ୍ୱାରା ଆପଣଙ୍କ କେଶ ଦୁର୍ବଳ ହୋଇଥାଏ ଓ କେଶ ଝଡିବା ଆରମ୍ଭ ହୋଇଥାଏ।

ତେବେ ଜାଣିରଖନ୍ତୁ ଏପରି ପାଞ୍ଚ ପ୍ରକାରର ହେୟାର ଷ୍ଟାଇଲ ବିଷୟରେ, ଯାହା ଆପଣଙ୍କ କେଶକୁ ଦୁର୍ବଳ କରିଥାଏ।

୧.ପୋନିଟେଲ: ଏହି ହେୟାର ଷ୍ଟାଇଲକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କେଶକୁ ଉପରକୁ ଟାଣି ପୋନିଟେଲ ବାନ୍ଧିବା ଦ୍ଵାରା ଏହା ଆପଣଙ୍କୁ ଏକ ଆକର୍ଷଣୀୟ ଲୁକ୍ ଦେଇଥାଏ। କିନ୍ତୁ ପ୍ରତିଦିନ ଏପରି କେଶକୁ ବାନ୍ଧିବା ଦ୍ଵାରା କେଶ ଦୁର୍ବଳ ହୋଇଥାଏ। ପଛପଟକୁ କେଶକୁ ଟାଣି ବାନ୍ଧିବା ଦ୍ଵାରା କେଶ ଉପରେ ପ୍ରଭାବ ପଡିଥାଏ ଓ କେଶ ଝାଡିବାକୁ ଲାଗିଥାଏ।

୨.କେଶକୁ ଷ୍ଟ୍ରେଟ କରିବା: ବର୍ତ୍ତମାନ ସମୟରେ କେଶକୁ ଷ୍ଟ୍ରେଟ କରିବା ପାଇଁ ଅଧିକ ମହିଳା ପସନ୍ଦ କରୁଛନ୍ତି। ଏହି ହେୟାର ଷ୍ଟାଇଲ ବହୁତ ସାଧାରଣ ହୋଇଥାଏ ଏହାକୁ ପ୍ରସ୍ତୁତ କରିବା ଖୁବ କମ ସମୟ ଲାଗିଥାଏ। ଗରମ ଷ୍ଟ୍ରେଟନରରେ କେଶକୁ ଷ୍ଟ୍ରେଟ କରିବା ଦ୍ଵାରା କେଶ ଦୁର୍ବଳ ହୋଇଯାଇଥାଏ। ଏହାଦ୍ୱାରା ଆପଣଙ୍କ କେଶର ଚମକ ମଧ୍ୟ କମ ହୋଇ  ଯାଇଥାଏ।

୩.କେଶକୁ କୁଞ୍ଚୁକୁଞ୍ଚିଆ କରିବା: ପାର୍ଟି ବା କୌଣସି ଉତ୍ସବକୁ ଯିବା ପାଇଁ କେଶକୁ କୁଞ୍ଚୁକୁଞ୍ଚିଆ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ପ୍ରତିଦିନ ଏପରି କରିବା ଦ୍ଵାରା କେଶ ଦୁର୍ବଳ ହୋଇଥାଏ। ଏହାଦ୍ଵାରା ଆପଣଙ୍କ କେଶ ଦୋମୁହାଁ ହୋଇଥାଏ।

୪.କେଶକୁ ଟାଇଟ କରି ବେଣୀ ପକାଇବା: ସ୍କୁଲ ଯିବା ସମୟରେ ଏପରି ହେୟାର ଷ୍ଟାଇଲ ବାନ୍ଧିଥାଉ ଓ ସେହି ସମୟରେ କୁହାଯାଇଥାଏ ଯେ କେଶକୁ ଟାଇଟ କରି ବାନ୍ଧିବା କେଶ ପାଇଁ ବହୁତ ଭଲ ହୋଇଥାଏ। କିନ୍ତୁ କେଶକୁ ଟାଇଟ କରି ବାନ୍ଧିବା ଦ୍ଵାରା କେଶମୂଳ ଉପରେ ଚାପ ପଡିଥାଏ ଓ କେଶ ଝାଡିବାକୁ ଲାଗିଥାଏ।

୫.କେଶକୁ ଓଦା ଲୁକ୍ ଦେବା: ଏହି ହେୟାର ଷ୍ଟାଇଲ କେଶ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଏହା ବହୁତ ଟ୍ରେଣ୍ଡରେ ରହିଥିଲେ ମଧ୍ୟ ଏହି ହେୟାର ଷ୍ଟାଇଲକୁ ନିୟମିତ କରିବା ଦ୍ଵାରା କେଶ ଝଡିବାକୁ ଲାଗିଥାଏ ଓ କେଶ ଶୁଷ୍କ ହେବାକୁ ଲାଗିଥାଏ।              

#fashion #hairstyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon