• padmabati kund

ଭାଇରାଲ ହେଉଛି ଦୁଇ ଝିଅଙ୍କ ‘ବହୁମତ ଆୟେଗା’ ରାପ ଗୀତ


(ବେତାର ବ୍ୟୁରୋ) ଆଗାମୀ କିଛି ମାସ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଓ ଏହାସହିତ ଦଳର ସମର୍ଥକମାନେ ମଧ୍ୟ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ଭାବରେ ଦୁଇଜଣ ଝିଅ ଏକ ରାପ ଗୀତ ଗାଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଏହି ଗୀତକୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଏହାକୁ ଖୁବ ଲାଇକ ଓ ଶେୟାର କରୁଛନ୍ତି। ଏହି ଗୀତର ଟାଇଟିଲ ରହିଛି ‘ପୁରା ବହୁମତ ଆୟେଗା, 2014 ମେ ଭି ଆୟା ଥା, 2019 ମେ ଭି ଆୟେଗା।“ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଗୀତରେ ବିପକ୍ଷ ଦଳକୁ ଆଲୋଚନାର ଶିକାର ହେବାକୁ ପଡିଛି।

ଏହି ଗୀତର ରାପରେ ଗୀତ ଗାଇଥିବା ଦୁଇଜଣ ଝିଅ କହିଛନ୍ତି ଯେ, “ ନରେନ୍ଦ୍ର ମୋଦିଙ୍କ ପରି ନେତା ମିଳିବେ ନାହିଁ ଓ ଦେଶର ଯୁବଗୋଷ୍ଠୀ ମାନେ ମୋଦୀଙ୍କୁ 2019ରେ ପୁଣିଥରେ ବହୁମତ ସହିତ ଜିତାଇବେ। ଏହାସହିତ ଗୀତ ମାଧ୍ୟମରେ ଦେଶର ବିକାଶ, ଭ୍ରଷ୍ଟାଚର ଓ ଆତଙ୍କବାଦ ବିଷୟରେ ମଧ୍ୟ କୁହାଯାଇଛି। ଗୀତ ମାଧ୍ୟମରେ ବିପକ୍ଷଙ୍କର ମିଳିତ ଉଦ୍ୟମ ଉପରେ ଆଲୋଚନା କରାଯାଇଛି ଓ ଏହାସହିତ କୁହାଯାଇଛି ଯେ, ଖେଚେଡିରେ ଯେତେ ଶକ୍ତି ନଥାଏ, ବହୁମତରେ ସେତିକି ଶକ୍ତି ଥାଏ।“

ଏହି ଗୀତକୁ ରିତେଶ ନରୁଲା ଲେଖିଛନ୍ତି ଓ ଏହାକୁ ନାୟୋନିକା ନରୁଲା ଓ ଈଶିତା ଗାଇଛନ୍ତି। ଏହି ଗୀତ ଗାଇବା ପରେ ସୋସିଆଲ ମିଡିଆରେ ଏହି ଦୁଇ ଝିଅ ଖୁବ ଚର୍ଚ୍ଚିତ ହୋଇଯାଇଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ନାଗପାଲ। ଗୀତକୁ ଗତ ଫେବୃୟାରୀ 9ତାରିଖରେ ୟୁଟ୍ୟୁବରେ Narendramodifan ନାମକ ଚ୍ୟାନେଲରେ ଶେୟାର କରାଯାଇଛି।

ତେବେ ଏହି ଗୀତର ଟାଇଟିଲ ରଣବୀର ସିଂ ଙ୍କ ଆଗାମୀ ଫିଲ୍ମ ‘ଗଲିବୟ’ର ଏକ ଗୀତ ‘ଅପନା ଟାଇମ ଆୟେଗା’ ଉପରେ ପ୍ରସ୍ତୁତ କରାଯାଇଛି। ଫରହାନ ଅଖତର, ଜୋୟା ଅଖତର ଓ ରିତେଶ ସିଧବାନୀଙ୍କ ପ୍ରଯୋଜନାରେ ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଫିଲ୍ମ ‘ଗଲିବୟ’ର ଏହି ‘ଅପନା ଟାଇମ ଆୟେଗା’ ଗୀତ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି।

ଏହି ଟାଇଟିଲକୁ ନେଇ ସୋସିଆଲ ମିଡିଆରେ ଅନେକ ଗୀତ ଭାଇରାଲ ହେବାରେ ଲାଗିଛି। ତେବେ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ପ୍ରସ୍ତୁତ ହୋଇଥିବା ଏହି ଗୀତଟି ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇପାରିଛି ଓ ଏହି ଦୁଇ ଝିଅ ରଣବୀରଙ୍କ ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି।

ଆଗକୁ ନିର୍ବାଚନୀ ଋତୁ ଆସୁଥିବା ବେଳେ କଂଗ୍ରେସ ତରଫରୁ ମଧ୍ୟ ବିଜେପି ବିରୁଦ୍ଧରେ ଇନଷ୍ଟାଗ୍ରାମ ୟୁଥ ପେଜ୍ ରେ ‘ମୋଦି ହଟାଓ’ ମନରେ ଅନେକ ମିମ୍ ଓ ଭିଡିଓ ଶେୟାର କରାଯାଉଛି। ଗୋଟିଏ ଭିଡିଓରେ ବଲିଉଡ ଫିଲ୍ମ ‘ସ୍ତ୍ରୀ’ର ଏକ ସିନ୍ କାଟି ସେଥିରେ ମୋଦିଙ୍କ ଫଟୋ ଲଗାଯାଇଥିଲା ଓ ଲେଖା ଯାଇଥିଲା ଯେ, ‘ଓ ମୋଦି ଫିର୍ ମତ୍ ଆନା’। ସେହିପରି ‘ଆଜାଦି’ ନାମରେ ଅନ୍ୟ ଏକ ଭିଡିଓ ମଧ୍ୟ ଶେୟାର କରାଯାଇଥିଲା। 

#trendsong #modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon