• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କାହାର ରହିଛି ବିବାଦ ଯୋଗ


(ବେତାର ବ୍ୟୁରୋ) ଚଳିତ ସପ୍ତାହ ଅଶ୍ୱିନୀ (କେତୁ) ନକ୍ଷତ୍ରରୁ ଆରମ୍ଭ ହେଇ ପୁନର୍ବସୁ (ବୃହସ୍ପତି) ନକ୍ଷତ୍ର ଶେଷ ହେବ। ଏହି ସମୟରେ  ମେଷ, ବୃଷ ଓ ମିଥୁନ ରାଶି ଦେଇ ଚନ୍ଦ୍ର ଗତି କରିବ। ଏହି ସପ୍ତାହରେ ସୂର୍ଯ୍ୟ ମକର ରାଶି ତ୍ୟାଗ କରି କୁମ୍ଭ ରାଶିରେ ପ୍ରବେଶ କରିବେ ଯାହାକି ସିଂହ ରାଶିକୁ ମଧ୍ୟ ପ୍ରଭାବିତ କରିପାରେ। ଏହିସବୁ ରାଶି ଛଡା ଅନ୍ୟ ରାଶି ଉପରେ ମଧ୍ୟ ଉଣାଅଧିକ ପ୍ରଭାବ ଅନୁଭୂତ ହେବ। ଆସନ୍ତୁ ଜାଣିବା ସେଗୁଡିକ କଣ।

ମେଷ: ବୁଦ୍ଧିମତ୍ତା ବଢିବ। ନିଜ ବ୍ୟକ୍ତିତ୍ଵ ସାହାଯ୍ୟରେ ଅନ୍ୟମାନଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବେ। ଧାର୍ମିକ କାର୍ଯ୍ୟରେ ଅର୍ଥବ୍ୟୟ କରିବେ ଓ ଉଚ୍ଚଶିକ୍ଷା ଲାଭ କରିବେ। ମାତାଙ୍କ ସହିତ କୌଣସି କଥା ପାଇଁ ଝଗଡା ହୋଇପାରେ। ମାନସିକ ଦୁଃଶ୍ଚିନ୍ତା ବଢିବ।

ବୃଷ: ମାନସିକ ବିଷାଦଗ୍ରସ୍ତ ରହିପାରନ୍ତି। ଅଧିକ ଚିନ୍ତା କରନ୍ତୁ ନାହିଁ ଓ ଶାନ୍ତ ରୁହନ୍ତୁ। ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଓ ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟରେ ଲାଭ ମିଳିବ।

ମିଥୁନ: ଆୟ ବୃଦ୍ଧି ପାଇବ ଓ ଏହାସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ପାଇଁ ମନ ବଳାଇବେ। ସପ୍ତାହରେ ମଧ୍ୟ ଭାଗରେ ଆର୍ଥିକ କ୍ଷତି ସହିପାରନ୍ତି। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଆପଣଙ୍କ ସାନ ଭାଇଭଉଣୀଙ୍କ ସଫଳତାରେ ଖୁସି ହେବେ।

କର୍କଟ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଲୋକମାନେ ଆପଣଙ୍କ ଉପଦେଶକୁ ଅନୁକରଣ କରିବେ। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ନୂତନ ଚାକିରୀ ମିଳିପାରେ।

ସିଂହ: ସାହସ ଓ ଶକ୍ତି ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ବହୁତ ଖୁସି ରହିବେ। ଚାକିରୀରେ ପରିବର୍ତ୍ତନ କରିପାରନ୍ତି। ଭାଗୀଦାରୀ ବ୍ୟବସାୟରୁ ଲାଭ ମିଳିବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ। ଶୁଭଖବର ପ୍ରାପ୍ତି ହୋଇପାରେ।

କନ୍ୟା: ସଫଳତା ମିଳିବ। ସପ୍ତାହ ଆରମ୍ଭରୁ କୌଣସି କ୍ଷତି ସହିପାରନ୍ତି। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଜମିବାଡିକୁ ନେଇ ସାମାନ୍ୟ ବିବାଦ ଦେଖା ଦେଇପାରେ।

ତୁଳା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ଚାକିରୀରେ ପରିବର୍ତ୍ତନ କରିପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ସଫଳତା ମିଳିବ। ଧୈର୍ଯ୍ୟ ହରାନ୍ତୁ ନାହିଁ। ଘରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ବିଛା: ସପ୍ତାହର ଆରମ୍ଭରୁ କୌଣସି ବିବାଦରେ ଫସି ପାରନ୍ତି। ଶତ୍ରୁଙ୍କୁ ଜୟ କରିବେ। ବ୍ୟବସାୟରେ ସଫଳତା ପାଇବେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଅବିଭାବକଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମର ସଫଳତା ମିଳିବ।

ଧନୁ: ସୃଜନାତ୍ମକ କାର୍ଯ୍ୟ ପ୍ରତି ମନ ବଳାଇବେ। ସନ୍ତାନଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଭାଗୀଦାରୀ ବ୍ୟବସାୟ କରୁଥିଲେ ପାର୍ଟନରଙ୍କ ସହିତ ଝଗଡା ହୋଇପାରେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ମକର: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜମିବାଡି ବିବାଦରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଭାଗୀଦାରୀ ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ। ଉଚ୍ଚଶିକ୍ଷା ପାଇଁ ସନ୍ତାନଙ୍କୁ ବିଦେଶ ପଠାଇ ପାରନ୍ତି।

କୁମ୍ଭ: ସପ୍ତାହର ଆରମ୍ଭରେ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ। ଭାଇଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ମିଳିବ।

ମୀନ: ସପ୍ତାହର ଆରମ୍ଭରେ ଧାର୍ମିକ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ କରିବେ। ଅର୍ଥ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀମାନଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ପଡିବ। ବିଦେଶ ଯାତ୍ରା କରିପାରନ୍ତି।

 (ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon