- padmabati kund
ଏହି ଦେଶରେ 4ଟି ସନ୍ତାନ ଜନ୍ମ କଲେ ସାରା ଜୀବନପାଇଁ ଆୟକର ଛାଡ

(ବେତାର ବ୍ୟୁରୋ) ଭାରତରେ ଯଦି ଆପଣ କୌଣସି ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ ଓ ଏହି ଲୋନକୁ ସୁଝିବା ପାଇଁ ମଧ୍ୟ ବହୁତ ଯୋଜନା କରିବାକୁ ପଡିଥାଏ। କିନ୍ତୁ ୟୁରୋପିୟ ଦେଶ ହଙ୍ଗେରୀରେ ଏପରି ଏକ ସ୍କିମର ଘୋଷଣା କରାଯାଇଛି, ଯେଉଁଥିରେ 25ଲକ୍ଷ ପର୍ଯ୍ୟନ୍ତ ଲୋନ୍ ଛାଡ କରାଯିବ। ହଙ୍ଗେରୀରେ ଦିନକୁ ଦିନ ଜନସଂଖ୍ୟା କମ ହେଉଥିବାରୁ ଓ ପ୍ରବାସୀଙ୍କ ସଂଖ୍ୟା ବଢୁଥିବାରୁ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନ ମହିଳାଙ୍କ ପାଇଁ ଏହି ଖାସ ସ୍କିମର ଘୋଷଣା କରିଛନ୍ତି।
ହଙ୍ଗେରୀର ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଏହି ସ୍କିମ ଅନୁସାରେ 40ବର୍ଷରୁ କମ ବୟସର ମହିଳା ପ୍ରଥମ ଥର ବିବାହ କରିଲେ ତାଙ୍କୁ 25ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ। ଏଥିପାଇଁ ତାଙ୍କୁ କୌଣସି ସୁଧ ଦେବାକୁ ପଡିବ ନାହିଁ। ଏହାସହିତ ଯଦି ସେହି ମହିଳା ଲୋନ୍ ନେବା ପରେ ମୋଟ ତିନୋଟି ସନ୍ତାନ ଜନ୍ମ କରନ୍ତି ତେବେ ତାଙ୍କର ସମସ୍ତ ଲୋନ୍ ଛାଡ କରାଯିବ।
ଏହାସହିତ ଯଦି କୌଣସି ମହିଳାଙ୍କର ଚାରିରୁ ଅଧିକ ସନ୍ତାନ ଥିବେ ତେବେ ସେମାନଙ୍କୁ ନିଜର ଜୀବନକାଳ ମଧ୍ୟରେ ଇନକମ ଟାକ୍ସ ଦେବାକୁ ପଡିବ ନାହିଁ। ଯେଉଁ ପରିବାରରେ ତିନି କିମ୍ବା ଏହାଠାରୁ ଅଧିକ ସନ୍ତାନ ଥିବେ ତେବେ ସେହି ପରିବାରକୁ ସାତଟି ସିଟ୍ ଥିବା ଗାଡି କିଣିବା ପାଇଁ 6ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ମିଳିବ। ହଙ୍ଗେରୀରେ ପ୍ରବାସୀ ଲୋକଙ୍କ ଉପରେ ନିର୍ଭରତା କମ କରିବା ପାଇଁ ଓ ହଙ୍ଗେରୀର ଭବିଷ୍ୟତ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।

ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ମତରେ, ଏହି ନିଷ୍ପତ୍ତି ଦ୍ଵାରା ହଙ୍ଗେରୀର ଜନସଙ୍ଖ୍ୟା ହ୍ରାସ ଉପରେ ଲଗାମ ଲଗାଯାଇ ପାରିବ। ମହିଳାମାନେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ପ୍ରୋତ୍ସାହିତ ହେବେ। ବର୍ତ୍ତମାନ ହଙ୍ଗେରୀର ଜନସଂଖ୍ୟା 97.8ଲକ୍ଷ ରହିଛି। ପ୍ରତିବର୍ଷ ଏଠାରେ 32ହଜାର ଜନସଂଖ୍ୟା କମ ହେବାରେ ଲାଗିଛି।
ସେହିପରି ହଙ୍ଗରୀରେ ମହିଳାଙ୍କର ହାରାହାରି ସନ୍ତାନ ସଂଖ୍ୟା 1.45ରହିଛି, ଯାହାକି ସଂପୂର୍ଣ୍ଣ ୟୁରୋପୀୟ ସଂଘର 1.58 ହାରାହାରି ଠାରୁ କମ ଅଟେ। ୟୁରୋପୀୟ ସଂଘର ଫ୍ରାନ୍ସ ଏହି ମାମଲାରେ ସବୁଠାରୁ ଆଗରେ ରହିଛି। ଫ୍ରାନ୍ସରେ ମହିଳାଙ୍କର ହାରାହାରି ସନ୍ତାନ ସଂଖ୍ୟା 1.96 ରହିଛି। ଏହି ତାଲିକାରେ ୟୁରୋପୀୟ ଦେଶ ମଧ୍ୟରେ ସ୍ପେନ ସବୁଠାରୁ ଶେଷରେ ରହିଛି। ସ୍ପେନରେ ମହିଳାଙ୍କର ହାରାହାରି ସନ୍ତାନଙ୍କ ସଂଖ୍ୟା 1.33 ଅଟେ।