• padmabati kund

MI,OnePlus ସ୍ମାର୍ଟଫୋନରୁ ବାହାରିଥାଏ ଅଧିକ ରାଡିଏସନ


(ବେତାର ବ୍ୟୁରୋ) ସ୍ମାର୍ଟଫୋନ କିଣିବା ସମୟରେ ଲୋକମାନେ କେବଳ ଏହାର ଫିଚର କଣ କଣ ରହିଛି ସେ ବିଷୟରେ ଗୁରୁତ୍ଵ ଦେଇଥାନ୍ତି। ସ୍ମାର୍ଟଫୋନରୁ ବାହାରୁଥିବା ରାଡିଏସନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣିଥିଲେ ମଧ୍ୟ ନୂଆ ଫୋନ କିଣିବା ସମୟରେ ଏଥିରୁ କେତେ ପରିମାଣର ରାଡିଏସନ ନିର୍ଗତ ହେଉଛି ସେ ବିଷୟରେ କେହି ଜାଣିବାକୁ ଚେଷ୍ଟା କରିନଥାନ୍ତି। ତେବେ ଭିନ୍ନ ଭିନ୍ନ କମ୍ପାନୀ ଗୁଡିକର ସ୍ମାର୍ଟଫୋନରୁ କେତେ ପରିମାଣର ରାଡିଏସନ ନିର୍ଗତ ହେଉଛି ସେ ନେଇ ଏକ ତାଲିକା ପ୍ରକାଶ ପାଇଛି।

ଜର୍ମାନର ଫେଡେରାଲ ଅଫିସ ଅଫ ରାଡିଏସନ ପ୍ରୋଟେକ୍ସନ ଦ୍ଵାରା କରାଯାଇଥିବା ଏକ ଗବେଷଣା ମୁତାବକ ଚୀନର କମ୍ପାନୀ ସାଓମୀ ଏବଂ ୱାନପ୍ଲସର ସ୍ମାର୍ଟଫୋନରୁ ଅଧିକ ରାଡିଏସନ ବାହାରୁଥିବେ ବେଳେ ସାମସଙ୍ଗ ଫୋନରୁ ସବୁଠାରୁ କମ ରାଡିଏସନ ନିର୍ଗତ ହେଉଛି। ମୋବାଇଲ ଫୋନରୁ ଯେଉଁ ରାଡିଏସନ ବାହାରିଥାଏ ତାହାକୁ specific absorption rate(SAR) କୁହାଯାଇଥାଏ।  ଭାରତରେ ଏହାର ସୀମା 1.60 ୱାଟ/କିଗ୍ରା ନିର୍ଦ୍ଧାରଣ କରାଯାଇଛି।

ଏହି ଗବେଷଣାର ତଥ୍ୟକୁ ଆଧାର କରି ଡାଟାବେସ କମ୍ପାନୀ ‘ଷ୍ଟେଟିଷ୍ଟା’ ଦ୍ଵାରା ସବୁଠାରୁ ଅଧିକ ରାଡିଏସନ ନିର୍ଗତ ହେଉଥିବା 16ଟି ସ୍ମାର୍ଟଫୋନ ତାଲିକା ପ୍ରକାଶ ପାଇଛି। ଏଥିରେ ସାଓମୀ, ଗୁଗୁଲ, ଆପଲ, ZTE ଓ ସୋନି ବ୍ରାଣ୍ଡର ସ୍ମାର୍ଟଫୋନ ସାମିଲ ରହିଛି। ଏହି ତାଲିକାରେ ଟପ-5 ରେ ସାଓମୀ ଓ ୱାନପ୍ଲସର ଦୁଇଟି ଲେଖାଏଁ ସ୍ମାର୍ଟଫୋନ ସାମିଲ ରହିଛି। ପ୍ରଥମ ସ୍ଥାନରେ MI A1 (1.75 ୱାଟ/କିଗ୍ରା), ଦ୍ଵିତୀୟରେ ୱାନପ୍ଲସ 5T (1.68 ୱାଟ/କିଗ୍ରା), ତୃତୀୟରେ Mi Max3 (1.58 ୱାଟ/କିଗ୍ରା), ଚତୁର୍ଥରେ ୱାନପ୍ଲସ 6T (1.55 ୱାଟ/କିଗ୍ରା) ରହିଛି।

ଏହି 16ଟି ସ୍ମାର୍ଟଫୋନ ତାଲିକାରେ ଆଠଟି ସ୍ମାର୍ଟଫୋନ ସାଓମୀ ଓ ୱାନପ୍ଲସ ବ୍ରାଣ୍ଡର ଅଟେ। ଏହି ତାଲିକାରେ iPhone 7 ମଧ୍ୟ ସାମିଲ ରହିଛି। ଏହାର ରାଡିଏସନ 1.38 ୱାଟ/କିଗ୍ରା ରହିଛି।

ସେହିପରି ସବୁଠାରୁ କମ ରାଡିଏସନ ବାହାରୁଥିବା ସ୍ମାର୍ଟଫୋନ ତାଲିକାରେ ସାମସଙ୍ଗ ବ୍ରାଣ୍ଡର ଆଠଟି ଫୋନ ସାମିଲ ରହିଛି। ଏହି ତାଲିକାରେ ପ୍ରଥମରେ ସାମସଙ୍ଗ ଗାଲାକ୍ସି ନୋଟ8 ରହିଛି। ଏହାର ରାଡିଏସନ 0.17ୱାଟ/କିଗ୍ରା ରହିଛି। ଏହାବ୍ୟତୀତ ଏହି ତାଲିକାରେ ZTE Axon Elite, LG G7 ThinQ, HTC U11 Life ଓ Moto G5 Plus ମଧ୍ୟ ସାମିଲ ରହିଛି। 

ମୋବାଇଲରେ ରାଡିଏସନ ଏମିତି ଜାଣନ୍ତୁ

ତେବେ ଆପଣ ଯେଉଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ସେଥିରୁ କେତେ ରାଡିଏସନ ନିର୍ଗତ ହେଉଛି ତାହାର ପରିମାଣ ମଧ୍ୟ ନିଜ ମୋବାଇଲରେ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜ ସ୍ମାର୍ଟଫୋନରେ *#07# ଡାଏଲ କରିବାକୁ ପଡିବ। ଏହାକୁ ଡାଏଲ କରିବା ପରେ ମୋବାଇଲ ସ୍କ୍ରିନରେ ସମସ୍ତ ତଥ୍ୟ ପାଇପାରିବେ।

#mobilephone #radiation #xiomi #oneplus #samsung

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon