• padmabati kund

ରାତିରେ ଭଲ ନିଦ ହେଉନାହିଁ? ବ୍ୟବହାର କରନ୍ତୁ ଏହି ୫ ପାନୀୟ


(ବେତାର ବ୍ୟୁରୋ) ମନୁଷ୍ୟକୁ ସୁସ୍ଥ ରହିବା ପାଇଁ ଛଅରୁ ସାତ ଘଣ୍ଟା ଶୋଇବା ଆବଶ୍ୟକ। କିନ୍ତୁ ମାନସିକ ଦୁଃଶ୍ଚିନ୍ତା ଓ ଦିନକୁ ଦିନ ବଦଳୁଥିବା ଜୀବନଶୈଳୀ କାରଣରୁ ଅନେକ ଲୋକଙ୍କୁ ରାତିରେ ଠିକ ଭାବରେ ନିଦ ହେଉନାହିଁ। ଏହାବ୍ୟତୀତ ଶରୀରରେ ହରମୋନ୍ସର ଅସନ୍ତୁଳନ ହେବା ଦ୍ଵାରା ମଧ୍ୟ ସଠିକ ଭାବରେ ନିଦ ହୋଇନଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରାୟ ଲୋକ ଔଷଧ ମଧ୍ୟ ଖାଇଥାନ୍ତି। କିନ୍ତୁ ଔଷଧ ଖାଇବା ପରିବର୍ତ୍ତେ ରାତିରେ ଠିକ ନିଦ ହେବା ପାଇଁ ଆପଣ ଘରେ ପ୍ରସ୍ତୁତ କରି ସ୍ୱାସ୍ଥ୍ୟକର ପାନୀୟ ପିଇପାରିବେ।

ଯଦି ଆପଣଙ୍କର ମଧ୍ୟ ଏପରି କିଛି ସମସ୍ୟା ରହିଛି ତେବେ ଜାଣିରଖନ୍ତୁ ଏହିପରି କିଛି ପାନୀୟ ବିଷୟରେ। ଏଥିରେ ଥିବା ପୋଷାକ ତତ୍ତ୍ଵ ଯଥା କ୍ୟାଲସିୟମ,ଭିଟାମିନ ଓ ଆଇରନ ଆପଣଙ୍କୁ ରାତିରେ ଭଲ ଭାବରେ ନିଦ ଆଣିବାରେ ସାହାଯ୍ୟ କରିଥାଏ।

୧.କ୍ଷୀର: ଏଥିରେ ଆମିନୋ ଏସିଡ ରହିଥାଏ ଓ ଏହା ଆପଣଙ୍କ ମସ୍ତିସ୍କକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ। ଏହାସହିତ କ୍ଷୀର ପିଇବା ଦ୍ଵାରା ଆପଣଙ୍କୁ ରାତିରେ ଭଲ ନିଦ ହୋଇଥାଏ। ଆମିନୋ ଏସଡି ମଣିଷର ଶରୀରରେ ସେରୋଟୋନିନର ସୃଷ୍ଟି କରିଥାଏ ଯାହାକି ରାତିରେ ଭଲ ନିଦ ଆଣିବାରେ ସାହାଯ୍ୟ କରିଥାଏ।

୨. କଦଳୀ ସ୍ମୁଦି (ଲସି): ଯେଉଁମାନଙ୍କୁ ରାତିରେ ଠିକ ଭାବରେ ନିଦ ହୋଇନଥାଏ ସେମାନଙ୍କ ପାଇଁ ଏହା ଏକ ଉତ୍ତମ ପାନୀୟ ଅଟେ। ଏଥିପାଇଁ ପ୍ରଥମେ କଦଳୀକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ ଓ ଏହାପରେ ଏଥିରେ ଲହୁଣୀ ଓ କ୍ଷୀର ମିଶାଇ ପିଅନ୍ତୁ। ଏଥିରେ ଥିବା ମାଗ୍ନେସିୟମ ଓ ପୋଟାସିୟମ ଆପଣଙ୍କ ମାଂସପେଶୀକୁ ଆରାମ ପହଞ୍ଚାଇଥାଏ ଓ ଭଲ ନିଦ ଆଣିବାରେ ସାହାଯ୍ୟ କରିଥାଏ।

୩.ଚେରି ଜୁସ: ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପୋଟାସିୟମ ରହିଥାଏ। ଯାହାକି ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ ଏବଂ ଆପଣଙ୍କ ନିଦକୁ ପ୍ରଭାବିତ କରିଥାଏ। ଏହା ଆପଣଙ୍କ ଶରୀରରେ ସେରୋଟୋନିନ ଓ ମେଲାଟୋନିନର ସ୍ତରକୁ ବଢାଇଥାଏ। ଯାହାଫଳରେ ଆପଣଙ୍କୁ ଭଲ ନିଦ ଆସିଥାଏ।

୪.ଗ୍ରୀନ-ଟି : ଏଥିରେ ଥିବା ଉପାଦାନ ଆପଣଙ୍କ ଶରୀରରେ ନିଦକୁ ପ୍ରଭାବିତ କରୁଥିବା ହରମୋନ୍ସକୁ ସକ୍ରିୟ କରିଥାଏ। ଏହାବ୍ୟତୀତ ଏଥିରେ ଆମିନୋ ଏସିଡ ଥିୟାନିନ ରହିଥାଏ ଯାହାକି ମାନସିକ ଦୁଃଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଆପଣଙ୍କ ଶରୀରକୁ ଆରାମ ପହଞ୍ଚାଇଥାଏ।

୫. ପଇଡ ପାଣି: ଏହା ଆପଣଙ୍କୁ ଶକ୍ତି ଯୋଗାଇଥାଏ ଓ ରାତିରେ ସଠିକ ନିଦ ପାଇଁ ସାହାଯ୍ୟ କରିଥାଏ। ଏହାସହିତ ଏଥିରେ ପୋଟାସିୟମ ଓ ମାଗ୍ନେସିୟମ ରହିଥାଏ ଯାହାକି ଆପଣଙ୍କ ମାଂସପେଶୀକୁ ଆରାମ ପହଞ୍ଚାଇଥାଏ। ଏଥିରେ ଥିବା ଭିଟାମିନ-ବି ଆପଣଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର କରି ଆପଣଙ୍କୁ ସଠିକ ନିଦ୍ରା ଦେବାରେ ସାହାଯ୍ୟ କରିଥାଏ।

#health #healthydrinks #sleep

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon