• padmabati kund

ଏହି ସାଂସଦଙ୍କ ନମ୍ବରକୁ ହ୍ଵାଟସଅପ କଲା ବ୍ୟାନ, ଆପଣଙ୍କର ମଧ୍ୟ ହେଇପାରେ


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ୍ ହ୍ଵାଟସଅପରେ ଦିନକୁ ଦିନ ମିଥ୍ୟା ଖବର ଓ ଗୁଜବର ପ୍ରସାର ବଢିବାକୁ ଲାଗିଛି ଓ ଏଥିପାଇଁ ଭାରତରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ଏହି ମିଥ୍ୟା ଖବର ଓ ଗୁଜବ ରୋକିବା ପାଇଁ ଓ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ହ୍ଵାଟସଅପ ତରଫରୁ ଏହାର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଆକାଉଣ୍ଟକୁ ବ୍ୟାନ କରାଯାଉଛି।

ଚଳିତ ମାସ ଆରମ୍ଭରେ ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସଦସ୍ୟ ସି.ଏମ ରମେଶଙ୍କ ଆକାଉଣ୍ଟକୁ ବ୍ୟାନ କରି ଦିଆଯାଇଛି। ସି.ଏମ ରମେଶଙ୍କ କହିବା ଅନୁଯାୟୀ ସେ ହ୍ଵାଟସଅପର କୌଣସି ନିୟମକୁ ଭାଙ୍ଗିନାହାନ୍ତି, ତଥାପି ତାଙ୍କର ହ୍ଵାଟସଅପ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି। ହ୍ଵାଟସଅପ ତରଫରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ତେବେ ତାଙ୍କ ନମ୍ବରକୁ ଏକ ମେସେଜ ପଠାଇ ହ୍ଵାଟସଅପ କର୍ତ୍ତୃପକ୍ଷ କହିଥିଲେ “ଆପଣଙ୍କ ନମ୍ବରରେ ହ୍ଵାଟସଅପ ଏବେ ଉପଲବ୍ଧ ନାହିଁ । ଧ୍ୟାନ ରଖନ୍ତୁ ଆମ ନିୟମର ବିରୁଦ୍ଧାଚରଣ କଲେ ଆକାଉଣ୍ଟ ବନ୍ଦ କରିଦିଆଯାଇପାରେ ।“

ତେବେ ଏହି ରାଜ୍ୟସଭା ସଦସ୍ୟଙ୍କ ପରି ଆପଣଙ୍କ ଆକାଉଣ୍ଟ ମଧ୍ୟ ବ୍ୟାନ ହୋଇପାରେ। ଏଥିପାଇଁ ହ୍ଵାଟସଅପରେ ଏହି 13ଟି ଭୁଲ କରନ୍ତୁ ନାହିଁ।

1.ଯଦି ଆପଣ ହ୍ଵାଟସଅପର କୌଣସି ନିୟମ ଓ କାନୁନକୁ ଉଲ୍ଲଂଘନ ତେବେ ଆପଣ ହ୍ଵାଟସଅପରୁ ବ୍ୟାନ ହୋଇପାରନ୍ତି। କୌଣସି ବ୍ୟବହାରକାରୀ ଆପଣଙ୍କ ବିରୁଦ୍ଧରେ ରିପୋର୍ଟ କରିନଥିଲେ ମଧ୍ୟ ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ କାରଣ ହ୍ଵାଟସଅପ ଇନଷ୍ଟଲ କରିବା ସମୟରେ ଏହାର ସମସ୍ତ ନିୟମ ମାନିବା ପାଇଁ ଆପଣ Agree କରିଥାନ୍ତି।

2. ହ୍ଵାଟସଅପରେ ଆଇନ ବିରୁଦ୍ଧରେ କୌଣସି କାର୍ଯ୍ୟ କଲେ, ଅବୈଧ କାମ କଲେ, ଅଶ୍ଳୀଳତାର ପ୍ରସାର କଲେ, କାହାକୁ ଅପମନିତ କଲେ ବା କାହାକୁ ଧମକପୂର୍ଣ୍ଣ ମେସେଜ କଲେ ଆପଣଙ୍କୁ ବ୍ୟାନ କରାଯାଇପାରେ।

3.ସମାଜରେ ବର୍ବର ଓ କଠୋର ଅପରାଧ କରିଥିବା ବ୍ୟକ୍ତିଙ୍କୁ ହ୍ଵାଟସଅପରେ ସମର୍ଥନ କଲେ ଆପଣଙ୍କୁ ବ୍ୟାନ କରାଯାଇପାରେ।

4.ଆଜିକାଲି ବହୁତ ଲୋକ ଅନ୍ୟମାନଙ୍କର ପରିଚୟରେ ଫେକ୍ ଆକାଉଣ୍ଟ ଚଲାଉଛନ୍ତି। ଅନ୍ୟ କାହାର ପରିଚୟ ଚୋରାଇ ହ୍ଵାଟସଅପରେ ବ୍ୟବହାର କଲେ ଆପଣ ହ୍ଵାଟସଅପରୁ ବ୍ୟାନ ହୋଇପାରନ୍ତି।

5.ଯେଉଁ ବ୍ୟକ୍ତି ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ନାହାନ୍ତି, ଯଦି ଆପଣ ତାଙ୍କୁ ଏକତରଫା ବହୁତ ଅଧିକ ମେସେଜ ପଠାଉଛନ୍ତି ତେବେ ଆପଣଙ୍କୁ ହ୍ଵାଟସଅପରୁ ବ୍ୟାନ କରାଯାଇପାରେ।

6. ହ୍ଵାଟସଅପ ଆପ୍ଲିକେଶନର କୋର୍ କୋଡରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

7. ହ୍ଵାଟସଅପ ଜରିଆରେ କୌଣସି ବ୍ୟକ୍ତିଙ୍କୁ ଭାଇରସ ତଥା ମାଲୱେୟାର ଥିବା ଫାଇଲ କିମ୍ବା ଲିଙ୍କ ପଠାନ୍ତୁ ନାହିଁ।

8. ହ୍ଵାଟସଅପ ସର୍ଭରକୁ ହ୍ୟାକ କରିବା ପାଇଁ ଚେଷ୍ଟା କଲେ ବା ଅନ୍ୟ କୌଣସି ବ୍ୟବହାରକାରୀଙ୍କ ବିରୁଦ୍ଧରେ ଗୁପ୍ତଚର କାର୍ଯ୍ୟ କଲେ ଆପଣଙ୍କ ଆକାଉଣ୍ଟକୁ ତୁରନ୍ତ ବ୍ୟାନ କରାଯିବ।

9. ଯଦି ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଅନେକ ବ୍ୟବହାରକାରୀ ଆପଣଙ୍କୁ ବ୍ଲକ କରିଦେଇଥାନ୍ତି ତେବେ ଆପଣଙ୍କ ବ୍ୟବହାର ଓ ମେସେଜକୁ ଭୁଲ ବୋଲି ବିବେଚନା କରାଯାଇ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇପାରେ।

10. ହ୍ଵାଟସଅପରେ ଯେକୌଣସି କଣ୍ଟେଣ୍ଟକୁ ରିପୋର୍ଟ କରିବାର ଅପ୍ସନ ମଧ୍ୟ ରହିଛି। ଯଦି ଆପଣଙ୍କୁ ଅଧିକାଂଶ ହ୍ଵାଟସଅପ ବ୍ୟବହାରକାରୀ ରିପୋର୍ଟ କରିଛନ୍ତି ତେବେ କମ୍ପାନୀ ପାଖରେ ଆପଣଙ୍କୁ ବ୍ୟାନ କରିବାର ଅଧିକାର ରହିଛି।

11.ବର୍ତ୍ତମାନ ହ୍ଵାଟସଅପ ପରି ଅନେକ ଥାର୍ଡପାର୍ଟି ଆପ୍ ଉପଲବ୍ଧ ରହିଛି। ଏହି ଆପକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇପାରେ।

12. ହ୍ଵାଟସଅପରେ ଦେହ ବ୍ୟାପାର ତଥା ଅନଲାଇନ ସେକ୍ସରେ ସାମିଲ ହେବା ବା ଏହାର ପ୍ରସାର କରିବା ଦ୍ଵାରା ଆପଣଙ୍କ ସମସ୍ୟା ବଢିପାରେ।

13. କୌଣସି ଧର୍ମ ବା ଧାର୍ମିକ ସ୍ଥଳୀ ବିରୁଦ୍ଧରେ ଘୃଣା ଓ ଅପପ୍ରଚାର କରୁଥିବା ମେସେଜ ପଠାନ୍ତୁ ନାହିଁ।

#whatsapp #whatsappban

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon