• ବେତାର ବ୍ୟୁରୋ

ଗ୍ରହ ଗୋଚର : ଜାଣନ୍ତୁ କୁମ୍ଭ ରାଶିରେ ସୂର୍ଯ୍ୟ ପ୍ରବେଶର ପ୍ରଭାବ


(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କର ରାଜା ବୋଲି ମାନ୍ୟତା ଦିଆଯାଇଛି। ସୂର୍ଯ୍ୟଙ୍କୁ ଆତ୍ମା, ପିତା, ପୂର୍ବଜ, ଉଚ୍ଚ ପଦ-ପ୍ରତିଷ୍ଠା, ସମ୍ମାନ ଆଦିର କାରକ ବୋଲି ବିବେଚନା କରାଯାଏ। ଯେଉଁ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ରହିଥାନ୍ତି ତାଙ୍କୁ ଜୀବନରେ ସୌଭାଗ୍ୟ, ଆରୋଗ୍ୟ ଓ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ। ଏହି ସୂର୍ଯ୍ୟ ଗ୍ରହ ଫେବୃୟାରୀ 13 ତାରିଖ ବୁଧବାର ସକାଳ 8.44ରୁ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି ଓ ଆସନ୍ତା ମାର୍ଚ୍ଚ 15 ତାରିଖ ଶୁକ୍ରବାର ସକାଳ 5.35 ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ।

ଏହାର ପ୍ରଭାବ ସମସ୍ତ ବାରଟି ରାଶି ଉପରେ ପଡିବ। ତେବେ ସୂର୍ଯ୍ୟ ଗ୍ରହଙ୍କର ଏହି ଗୋଚର ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପକାଇବ ଜାଣନ୍ତୁ।

ମେଷ: ଏହି ସମୟଟି  ଆପଣଙ୍କ ପାଇଁ ବହୁତ ଭଲ ରହିବ। ହସଖୁସିରେ ସମୟ କଟିବ। ଅନେକ ଦିନରୁ ରହିଥିବା ଆପଣଙ୍କ ଇଚ୍ଛା ପୂରଣ ହେବ। ଧନ ଲାଭ ହେବ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଜନକଲ୍ୟାଣ କାର୍ଯ୍ୟରେ ସମୟ କଟିବ।

ବୃଷ: ପରିବାର ମଧ୍ୟରେ ନିରାଶା ଭାବ ଉତ୍ପନ୍ନ ହେବ। ପାରିବାରିକ ଜୀବନ ପ୍ରଭାବିତ ହେବ। ମନରେ ଅସନ୍ତୋଷ ଜାତ ହେବ। ସମ୍ପତ୍ତି କିଣିବା ପାଇଁ କିମ୍ବା ବିକ୍ରି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ କଠିନ ପରିଶ୍ରମର ସୁଫଳ ପାଇବେ। ଆପଣଙ୍କ ଇଚ୍ଛାଶକ୍ତି ଓ ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି ପାଇବ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଧୋକାବାଜ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ପିତାଙ୍କ ସହିତ ମତଭେଦ ହୋଇପାରେ।

କର୍କଟ: ଆର୍ଥିକ କ୍ଷତି ସହିପାରନ୍ତି ଓ ଅଯଥା ଖର୍ଚ୍ଚ ବଢିପାରେ। ଏକାଗ୍ରତା କମ ହୋଇପାରେ ଓ ମାନସିକ ଦୁଃଶ୍ଚିନ୍ତା ବଢିବ। କୌଣସି ବିବାଦ ଯୋଗୁଁ ମାନସମ୍ମାନରେ ଆଞ୍ଚ ଆସିପାରେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଅନୈତିକ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ।

ସିଂହ: ଅଧିକ କ୍ରୋଧୀ ହୋଇପାରନ୍ତି। ସମସ୍ତ କାର୍ଯ୍ୟକୁ ଧୈର୍ଯ୍ୟର ସହିତ କରନ୍ତୁ ଓ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟସ୍ଥଳରେ ନୂତନ ପରିଚୟ ମିଳିବ ଓ ମନସମ୍ମାନ ବଢିବ। ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇପାରେ।

କନ୍ୟା: ପ୍ରଭାବଶାଳୀ ହେବେ। କୋର୍ଟକଚେରୀ ମାମଲାରେ ବିଜୟୀ ହେବେ। କଠିନ ପରିଶ୍ରମ କରିବେ ଓ ଏହାର ସୁଫଳ ମଧ୍ୟ ପାଇବେ। ଆପଣଙ୍କ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇବ। ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ।

ତୁଳା: ଆର୍ଥିକ ଲାଭ ହେବ ଓ ଆୟ ବୃଦ୍ଧି ପାଇବ। ଚାକିରୀ ଓ ବ୍ୟବସାୟରେ ଉନ୍ନତି ହେବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ବୁଝାମଣାର ଅଭାବ ଦେଖାଦେବ। ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ

ଦିଅନ୍ତୁ।

ବିଛା: ଆପଣଙ୍କ ପାଇଁ ଏହି  ଗୋଚର ଅନୁକୂଳ ରହିବ। କାର୍ଯ୍ୟସ୍ଥଳରେ ଭଲ ପ୍ରଦର୍ଶନ କରିବେ। ସମ୍ମାନ ବୃଦ୍ଧି ପାଇବ। କିନ୍ତୁ ପରିବାର ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ଅଧିକ ଚିନ୍ତା କରନ୍ତୁ ନାହିଁ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ।

ଧନୁ: ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି ପାଇବ। ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ସମାଜରେ ମନସମ୍ମାନ ବଢିବ। ଅଫିସ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି।

ମକର: ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟସ୍ଥଳରେ ଭଲ ପ୍ରଦର୍ଶନ କରିବେ ଓ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟକୁ କଷ୍ଟ ଦେବା ପରି କିଛି କୁହନ୍ତୁ ନାହିଁ। ପରିବାର ମଧ୍ୟରେ ଦେଖାଯାଇଥିବା ବିବାଦକୁ ଧୈର୍ଯ୍ୟର ସହ ସମାଧାନ କରନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଅଧିକ କ୍ରୋଧୀ ହୋଇପାରନ୍ତି, ଏହାକୁ ନିୟନ୍ତ୍ରଣ କରନ୍ତୁ। ସମସ୍ତ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରନ୍ତୁ।

ମୀନ: ଏହି ଗୋଚର ଆପଣଙ୍କ ପାଇଁ ବହୁତ ମଙ୍ଗଳମୟ ରହିବ। ଶୁଭଖବର ପ୍ରାପ୍ତି ହେବ। ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କରଜ ନେବା ପାଇଁ ଯୋଜନା କରିପାରନ୍ତି।   

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #suntransits #aquarious

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon