• ବେତାର ବ୍ୟୁରୋ

ମହାରାଷ୍ଟ୍ର : ଦ୍ଵିତୀୟ ପତ୍ନୀଙ୍କ ସହ ବୁଲୁଥିବା ବେଳେ ବିଧାୟକଙ୍କୁ ପ୍ରଥମ ପତ୍ନୀଙ୍କ ମାଡ


(ବେତାର ବ୍ୟୁରୋ) ମହାରାଷ୍ଟ୍ରର ବିଜେପି ବିଧାୟକ ରାଜୁ ନାରାୟଣ ତୋଡମାସଙ୍କୁ ନିଜ ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ଵିତୀୟ ପତ୍ନୀଙ୍କୁ ସାଙ୍ଗରେ ଧରି ମଉଜ କରିବାର ଫଳ ମିଳିଛି। ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ଵିତୀୟ ପତ୍ନୀଙ୍କ ସହିତ ଜନ୍ମଦିନ ପାଳନ କରୁଥିବା ସମୟରେ ପ୍ରଥମ ପତ୍ନୀ, ତାଙ୍କ ମା ଓ ସମର୍ଥକ ମାନଙ୍କୁ ଠାରୁ ମାଡ ଖାଇଛନ୍ତି।

ଘଟଣା  ଦିନ ବିଧାୟକ ରାଜୁ ନାରାୟଣ ତୋଡମାସ ତାଙ୍କ ଦ୍ଵିତୀୟ ପତ୍ନୀ ପ୍ରିୟା ସିନ୍ଦେଙ୍କ ସହିତ କବାଡି ଖେଳର ଉଦଘାଟନ କରି ଫେରିବା ପରେ ପାର୍ଟିର ସମର୍ଥକଙ୍କ ସହିତ ନିଜର 42ତମ ଜନ୍ମଦିନ ପାଳନ କରୁଥିଲେ। ସେହି ସମୟରେ ବିଧାୟକଙ୍କ ପ୍ରଥମ ପତ୍ନୀ ଅର୍ଚ୍ଚନା ତୋଡମାସ ଓ ତାଙ୍କ ମା’, ସମର୍ଥକଙ୍କ ସହିତ ଉକ୍ତ ସ୍ଥାନରେ ପହଞ୍ଚି ବିଧାୟକଙ୍କ ଦ୍ଵିତୀୟ ପତ୍ନୀ ଗାଳି ଦେବା ଆରମ୍ଭ କରିଥିଲେ। ଗାଳି ଦେବା ସହିତ ପ୍ରିୟାଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ।

ପ୍ରିୟାଙ୍କୁ ବଞ୍ଚାଇବା ପାଇଁ ବିଧାୟକ ରାଜୁ ଏଥିରେ ହସ୍ତକ୍ଷେପ କରିଥିଲେ। ଏହାପରେ ଅର୍ଚ୍ଚନା, ତାଙ୍କ ମା’ ଓ ସମର୍ଥକ ମାନେ ବିଧାୟକ ରାଜୁଙ୍କୁ ମଧ୍ୟ ମାଡ ମାରିବା ଆରମ୍ଭ କରିଦେଇଥିଲେ।ଏହି ମାଡ ଖାଇବା ସମୟର ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଘଟଣାକୁ ବିଭିନ୍ନ ମହଲାରେ ନିନ୍ଦା କରାଯାଇଛି।

ବିଧାୟକଙ୍କ ପ୍ରଥମ ପତ୍ନୀ ଅର୍ଚ୍ଚନା ତୋଡମାସ ଏକ ଆଦିବାସୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଓ ଆଠ ବର୍ଷ ପୂର୍ବେ ସେ ରାଜୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ  ସୃଷ୍ଟି ହୋଇଥିଲା। କିନ୍ତୁ ରାଜୁ ତାଙ୍କୁ ଆଇନଗତ ଛାଡପତ୍ର ନଦେଇ ପ୍ରିୟା ସିନ୍ଦେଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

ଘଟଣାର କିଛି ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଆୟତ୍ତ କରିଥିଲେ ଓ ପ୍ରିୟା ସିନ୍ଦେଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରିୟାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପୋଲିସ ଏହି ଘଟଣା ସମ୍ପର୍କରେ କହିଥିଲା ଯେ, ପରବର୍ତ୍ତୀ ସମୟରେ ଅର୍ଚ୍ଚନା ଓ ପ୍ରିୟା ଥାନାକୁ ଆସି ଘଟଣାର ଆପୋଷ ସମାଧାନ କରିବେ ବୋଲି ସହମତି ପ୍ରକାଶ କରିଥିଲେ।

ଏହି ଘଟଣାକ୍ରମ ଉପରେ କୃଷକନେତା କିଶୋର ତିୱାରୀ ଗଭୀର ମତବ୍ୟକ୍ତ କରିବା ସହିତ ବିଧାୟକ ନିଜ  ଦ୍ଵିତୀୟ ପତ୍ନୀ ସହିତ ସାର୍ବଜନୀକ ଭାବରେ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଲଜ୍ଜ୍ୟାକର କାମ ବୋଲି କହିଛନ୍ତି। ସେ କହିଛନ୍ତି, “ଦ୍ଵିତୀୟ ମହିଳା ପାଇଁ ସେ ନିଜର ପ୍ରଥମ ପତ୍ନୀ ଓ ଦୁଇ ନାବାଳକ ସନ୍ତାନକୁ ଛାଡି ଦେଇଛନ୍ତି ତେଣୁ 

ଏଥିପାଇଁ ତାଙ୍କୁ ନ୍ୟାୟ ଦେବାକୁ ପଡିବ। ଯଦି ବିଧାୟକ ଏକଥା ନମାନନ୍ତି ତେବେ ଶନିବାର ପନ୍ଧାରକାୱାଡାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଏହାର ସମାଧାନ କରିବା ପାଇଁ ଅନୁରୋଧ କରିବୁ।“

#MLAbeaten #crowd #oddnewd #couple

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon