• padmabati kund

ଫିଲ୍ମ ରିଲିଜ : 'ଗଲିବୟ'ରେ ରଣବୀର,ଆଲିଆଙ୍କ ଅଭିନୟ ଚମତ୍କାର, ନିର୍ଦ୍ଦେଶନା ଦମଦାର


(ବେତାର ବ୍ୟୁରୋ) ଭାଲେଣ୍ଟାଇନ ଡେ’ ଉପଲକ୍ଷେ ବଲିଉଡ ଅଭିନେତା ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ଗୁରୁବାର ରିଲିଜ ହୋଇଯାଇଛି। ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହେବା ପର ଠାରୁ ଦର୍ଶକଙ୍କ ମଧ୍ୟରେ ଏହି ଫିଲ୍ମ ପାଇଁ ବେଶ ଉତ୍ସାହ ରହିଥିଲା। ଫିଲ୍ମ ରିଲିଜ ହେବା ପରେ ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଏହାର ଦମଦାର କାହାଣୀ, ଗୀତ ଓ ଅଭିନେତାଙ୍କର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ପାରିଛି।

କାହାଣୀ

ଫିଲ୍ମର କାହାଣୀ ବହୁତ ସାଧାରଣ ଅଟେ, କିନ୍ତୁ ଏହାକୁ ଅସାଧାରଣ ଭାବରେ ଦର୍ଶକଙ୍କ ଆଗରେ ଉପସ୍ଥାପନା କରିବାରେ ଏହାର ନିର୍ଦ୍ଦେଶକ ଜୋୟା ଅଖତର ସଫଳ ହୋଇପାରିଛନ୍ତି। ଫିଲ୍ମରେ ଧାରାବିରେ ରହୁଥିବା ମୁରାଦ (ରଣବୀର ସିଂ)ର ସଂଘର୍ଷ ଭରା କାହାଣୀକୁ ବହୁତ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି। ମୁରାଦର ପରିବାର ବହୁତ ଗରିବ ଅଟେ ଓ ତା ବାପା (ବିଜୟ ରାଜ) ଜଣେ କାର୍ ଡ୍ରାଇଭର ଅଟନ୍ତି। ମୁରାଦକୁ ରାପିଙ୍ଗ କରିବାର ବହୁତ ସଉକ ଥାଏ କିନ୍ତୁ ତାର ପରିବାର ଏହାର ବିରୋଧ କରନ୍ତି।

ମୁରାଦ ନିଜର ପିଲାଦିନର ସାଙ୍ଗ ସଫିନା (ଆଲିଆ ଭଟ୍ଟ)କୁ ଭଲପାଏ ଓ ସଫିନା ତାକୁ ସବୁ କାମରେ ସହଯୋଗ କରିଥାଏ। ଏହି ସମୟରେ ତା ଜୀବନରେ ଏମ.ସି ଶେରା (ସିଦ୍ଧାର୍ଥ ଚାତୁର୍ବେଦି)ଆସେ ଓ ତାର ସ୍ଵପ୍ନ ପୁରା କରିବାରେ ସାହାଯ୍ୟ କରେ। ଦୁହେଁ ଏକାଠି ମିଶି ରାପ୍ ଆରମ୍ଭ କରନ୍ତି ଓ ଲୋକମାନେ ଏହାକୁ ଖୁବ ପସନ୍ଦ କରନ୍ତି। ଏହାପରେ ସେ ସମସ୍ତଙ୍କ ଆଗରେ ‘ଗଲିବୟ’ ଭାବରେ ପରିଚିତ ହୋଇଯାଏ।

ଅଭିନୟ

ଫିଲ୍ମରେ ରଣବୀର ସିଂ ଓ ଆଲିଆ ଭଟ୍ଟଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଜଣେ ରାପର ଭୂମିକାରେ ରଣବୀର ନିଜ ଚରିତ୍ରକୁ ସଠିକ ଭାବରେ ଉପସ୍ଥାପନ କରିଛନ୍ତି। ଉଭୟ ରଣବୀର ଓ ଆଲିଆଙ୍କ ଚମତ୍କାର ଅଭିନୟ ଏହି ସାଧାରଣ କାହାଣୀକୁ ଅସାଧାରଣ କରିବାରେ ସଫଳ ହୋଇଛି। ଏହାବ୍ୟତୀତ ଫିଲ୍ମରେ କଲ୍କି କୋଚଲିନ, ବିଜୟ ରାଜ, ସିଦ୍ଧାର୍ଥ ଚତୁର୍ବେଦି ମଧ୍ୟ ଭଲ ଅଭିନୟ କରିଛନ୍ତି।

ଫିଲ୍ମର ଗୀତ ଫିଲ୍ମ ରିଲିଜ ଆଗରୁ ସୁପରହିଟ ହୋଇସାରିଛି। ଏଥିରେ ଥିବା ରାପ୍ ଗୀତ ଗୁଡିକ ଦର୍ଶକଙ୍କ ମନକୁ ଛୁଇଁ ପାରିଛି। ଏହାସହିତ ଫିଲ୍ମରେ ବହୁତ ସୁନ୍ଦର ସିନେମାଟୋଗ୍ରାଫି ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର।

ତେବେ ଫିଲ୍ମ ରିଲିଜ ହେବା ଆଗରୁ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଯାଇଥିବା କ୍ରେଜକୁ ଅନୁମାନ କଲେ ଫିଲ୍ମଟି ବକ୍ସଅଫିସରେ ଖୁବ ଭଲ ରୋଜଗାର କରିବା ବୋଲି ଆଶା ରହିଛି। ଭାଲେଣ୍ଟାଇନ ଉପଲକ୍ଷେ ଫିଲ୍ମକୁ ଗୁରୁବାର ରିଲିଜ କରାଯାଇଥିବାରୁ ଫିଲ୍ମକୁ ଏକ ଲମ୍ବା ୱିକେଣ୍ଡ ମଧ୍ୟ ମିଳିଛି ଓ ଏହି ସମୟରେ ଅନ୍ୟ କୌଣସି ନୂଆ ଫିଲ୍ମ ମଧ୍ୟ ରିଲିଜ ହୋଇନାହିଁ, ତେଣୁ ଫିଲ୍ମଟି ଭଲ ରୋଜଗାର କରିବା ବୋଲି ନିର୍ମାତା ଆଶା ରଖିଛନ୍ତି।

#entertainment #bollywood #moviereview #gullyboy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon