- padmabati kund
ଭାଲେଣ୍ଟାଇନ ଡେ’ରେ ପଦାକୁ ଆସିଲା ଭାଇରାଲ ଭିଡ଼ିଓର ସତ କାହାଣୀ

(ବେତାର ବ୍ୟୁରୋ) କିଛିଦିନ ପୂର୍ବେ ପୋଲାଣ୍ଡର ଝିଅର ପ୍ରେମକାହାଣୀ ଓ ତାର ଖଣ୍ଡି ଓଡିଆ କହିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଦର୍ଶକମାନେ ଏହି ଭିଡିଓ ଦେଖିବା ପରେ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ସତରେ କଣ ପୋଲାଣ୍ଡର ଏହି ଝିଅ ନିଜ ପ୍ରେମିକକୁ ଖୋଜିବା ପାଇଁ ଓଡିଶା ଆସିବ ବୋଲି ସମସ୍ତେ ଭାବୁଥିଲେ। ତେବେ ଭାଲେଣ୍ଟାଇନ ଡେ’ ଉପଲକ୍ଷେ ସେହି ପୋଲାଣ୍ଡର ଝିଅ ଓ ପ୍ରେମିକକୁ ଖୋଜିବା ପାଇଁ ଓଡିଶା ଆସିବାର କାହାଣୀ ଉପରୁ ପରଦା ଉଠିଛି।
ଭାଇରାଲ ହୋଇଥିବା ଏହି ଭିଡିଓର ସତ ହେଉଛି ଏହା ଏକ ମ୍ୟୁଜିକାଲ୍ ଶର୍ଟ ଫିଲ୍ମର ଝଲକ୍ ଟିଏ ମାତ୍ର, ଯାହାକି ଭାଲେଣ୍ଟାଇନ୍ ଡେ’ ଉପଲକ୍ଷେ ଓଲିଫ୍ଲିକ୍ସ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଯାଇଛି। ଏହି ମ୍ୟୁଜିକାଲ୍ ଶର୍ଟ ଫିଲ୍ମର ନାମ ରହିଛି ‘ସାୱରିୟା- ଲଭ୍ ଗୋଜ୍ ଭାଇରାଲ୍’।
ଏହାର ପ୍ରଚାର ପ୍ରସାର ନିମନ୍ତେ ମିଡିଆରେ ଏହାକୁ ଖବର ରୂପେ ଦର୍ଶାଯାଇଥିଲା।ପୋଲାଣ୍ଡ ଯୁବତୀ ଯେଉଁ ଭିଡ଼ିଓ କରିଥିଲେ ସେ ଏକ ସ୍କ୍ରୀପ୍ଟ ରୁ ପଢୁଥିଲେ ଓ ତାଙ୍କର ସେଭଳି କୌଣସି ପ୍ରେମିକ ବାସ୍ତବରେ ନାହିଁ ବୋଲି ଭାଲେଣ୍ଟାଇନ ଡେ ଅବସରରେ ମୁକ୍ତିଲାଭ କରିଥିବା ଏହାର ଗୀତ ଅବସରରେ ଓଲିଫ୍ଲିକ୍ସର ୟୁଟ୍ୟୁବ ପେଜରେ ଏହା ଲେଖା ହେଇଥିବାର ଦେଖିବାକୁ ମିଳିଥିଲ।
ଏହି ମ୍ୟୁଜିକାଲ୍ ଶର୍ଟ ଫିଲ୍ମରେ ପୋଲାଣ୍ଡର ଏକ ଝିଅର ପ୍ରେମ କାହାଣୀ ଦେଖିବାକୁ ମିଳିଛି, ଯିଏକି ନିଜ ଭଲପାଇବାକୁ ଖୋଜିବା ପାଇଁ ଓଡିଶାକୁ ଆସିଛି। ଓଡିଶାର ଭୁବନେଶ୍ଵର ଓ କଟକର ବିଭିନ୍ନ ସ୍ଥାନରେ ବୁଲିବୁଲି ସେ ତାର ପ୍ରେମିକ ରାଜେଶକୁ ଖୋଜୁଛି। ଏହି ସମୟରେ ସେ ଜଣେ ଖଳପ୍ରକୃତିର ବ୍ୟକ୍ତି ହାବୁଡରେ ପଡିଯାଇଛି।
ତେବେ ପୋଲାଣ୍ଡର ଯୁବତୀକୁ ଉକ୍ତ ଖଳପ୍ରକୃତିର ବ୍ୟକ୍ତିଠାରୁ ଜଣେ ଭାରତୀୟ ସୈନିକ ବଞ୍ଚାଇଛନ୍ତି। ଏହାପରେ ପୋଲାଣ୍ଡର ଯୁବତୀ ଜଣକ ସେହି ଭାରତୀୟ ଯୁବକକୁ ଭଲପାଇ ଯାଇଛନ୍ତି। ଏହି ଶର୍ଟ ଫିଲ୍ମରେ ‘ଅତିଥି ଦେବୋ ଭବଃ’ର ଯଥାର୍ଥତାକୁ ପ୍ରତିପାଦନ କରାଯାଇଛି।
ଏହି ମ୍ୟୁଜିକାଲ୍ ଶର୍ଟ ଫିଲ୍ମର ନିର୍ଦ୍ଦେଶନା, କାହାଣୀ ରଚନା, ଚିତ୍ରନାଟ୍ୟ ଓ ସଂଳାପ ଦେଇଛନ୍ତି ଶ୍ରୀମାନ୍ ବିଦୁ। ଏହାସହିତ ସେ ଏହି ଭିଡିଓରେ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ଶ୍ରୀମାନ୍ ବିଦୁଙ୍କ ସହିତ ଏହି ଫିଲ୍ମରେ ପୋଲାଣ୍ଡ ଯୁବତୀ ଭୂମିକାରେ ଅଭିନୟ କରିଛନ୍ତି ୟୁକ୍ରେନର ଟେଟିଆନା କର୍କେଭେଚ୍ (କେଟ୍ଟୀ)। ପ୍ରଥମ ଥର ପାଇଁ ଏକ ଓଡିଆ ଶର୍ଟ ଫିଲ୍ମରେ ହଲିଉଡର ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି। ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ଜଣାଶୁଣା ଅଭିନେତା କେ.କେ.(କ୍ରୀଷ୍ଣା କର)।
ସିନେମାଟିର ଟାଇଟଲ ଗୀତକୁ ଗାଇଛନ୍ତି ଓଲିଉଡର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଏବଂ ସତ୍ୟଜିତ ପ୍ରଧାନ। ତପୁ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସାଦ୍ ନିଜାମ୍। ଦୃଶ୍ୟଗ୍ରହଣ କରିଛନ୍ତି ସୁଦର୍ଶନ ସେନାପତି। ଓଲିଫ୍ଲିକ୍ସ ନିବେଦିତ ଏହି ସିନେମାଟି ଏହାର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦେଖିବାକୁ ମିଳିବ ବୋଲି ବିଦୁ ପ୍ରକାଶ କରିଛନ୍ତି।
#entertainment #ollywood #viralvideo #musicalshortfilm #oddnews