- ବେତାର ବ୍ୟୁରୋ
ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଡିପ୍ଲୋମା ଇଞ୍ଜିନିୟର ବିଜ୍ଞପ୍ତି :ଦରମା ଟ.35,400ରୁ ଆରମ୍ଭ

(ବେତାର ବ୍ୟୁରୋ) ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଜୁନିୟର ଇଞ୍ଜିନିୟର ପଦରେ ନିଯୁକ୍ତି ଲାଗି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଭାରତ ସରକାରଙ୍କ ଅଧୀନସ୍ଥ ବିଭିନ୍ନ ବିଭଗରେ ଗ୍ରୁପ-ବି ପଦ ଗୁଡିକରେ କରାଯିବ। ଆବେଦନ କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଫେବୃୟାରୀ 25 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ ପରୀକ୍ଷା(ପେପର-1) ସେପ୍ଟେମ୍ବର 23, 2019 ରୁ ସେପ୍ଟେମ୍ବର 29, 2019 ମଧ୍ୟରେ ଅନୁଷ୍ଠିତ ହେବ। ପେପର-2 ପରୀକ୍ଷା ଡିସେମ୍ବର 12, 2019ରେ ଅନୁଷ୍ଠିତ ହେବ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ଜୁନିୟର ଇଞ୍ଜିନିୟର (ସିଭିଲ) ଓ ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦବୀ ସଂଖ୍ୟା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇ ନାହିଁ।
ଦରମା
ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.35,400 ରୁ ଟ.1,12,400 ମଧ୍ୟରେ ଦରମା ପ୍ରଦାନ କରାଯିବ।
ବୟସସୀମା
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଅଗଷ୍ଟ 1 ତାରିଖ 2019 ସୁଦ୍ଧା ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟ, ଅନୁଷ୍ଠାନ ଓ ବୋର୍ଡରୁ ସିଭିଲ ଇଞ୍ଜିନିୟରିଙ୍ଗ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ତିନି ବର୍ଷୀୟ ଡିପ୍ଲୋମା କୋର୍ସ ଆରମ୍ଭ କରିଥିବା ଆବଶ୍ୟକ।
ଆବେଦନ ଫି’
ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହି ଫି’ କୁ ଅନଲାଇନରେ ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିପାରିବେ। ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ଫେବୃୟାରୀ 27, ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ରହିଛି।
କିପରି ଅବବେଦନ କରିବେ
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ http://ssc.nic.in/ ରେ ଲଗଇନ କରିବାକୁ ପଡିବ। ପ୍ରଥମେ ଏହି ୱେବସାଇଟରେ ରେଜିଷ୍ଟ୍ରେଶନ କରିବା ପରେ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନ ଫର୍ମରେ ସମସ୍ତ ତଥ୍ୟକୁ ସଠିକ ଭାବରେ ପୂରଣ କରନ୍ତୁ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଷ୍ଟାଫ ସିଲେକ୍ସନ କମିଶନର ଅଫିସିଆଲ ୱେବସାଇଟ http://ssc.nic.in/ ରେ ଲଗଇନ କରନ୍ତୁ।