• padmabati kund

ଅଧିକ ମିଠା ଆପଣଙ୍କ ତ୍ଵଚାର କରିଥାଏ ଏହିସବୁ କ୍ଷତି


(ବେତାର ବ୍ୟୁରୋ) ଆମେ ଦୈନିକ ଯେତେ ସ୍ଵାଦିଷ୍ଟ ଖାଦ୍ୟ ଖାଇଲେ ମଧ୍ୟ ମିଠା ନଖାଇବା ଦ୍ଵାରା ଖାଇବା ସଂପୂର୍ଣ୍ଣ ହୋଇନଥାଏ। ପ୍ରାୟ ଲୋକ ମିଠା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ମିଠା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ କିନ୍ତୁ ଆବଶ୍ୟକ ଠାରୁ ଅଧିକ ମିଠା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ମିଠା ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କ ତ୍ଵଚା ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ।

ଆବଶ୍ୟକତା ଠାରୁ ଅଧିକ ମିଠା ଖାଇବା ଦ୍ଵାରା ଆପଣଙ୍କ ତ୍ଵଚା ଉପରେ କଣ ପ୍ରଭାବ ପଡିଥାଏ ଜାଣନ୍ତୁ।

1.ତ୍ଵଚାରେ ଜଳାପୋଡା ଅନୁଭବ ହୋଇଥାଏ: ବିଜ୍ଞାନ ମୁତାବକ ମିଠା ଖାଇବା ଦ୍ଵାରା ଆମ ଶରୀରରେ ଇନସୁଲିନର ଉତ୍ପାଦନ ହୋଇଥାଏ। ଏହାଦ୍ଵାରା ଆମ ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରିତ ରହିଥାଏ, କିନ୍ତୁ ଶରୀରରୁ ଇନସୁଲିନ ନିର୍ଗତ ହେବା ମାତ୍ରେ ତ୍ଵଚାରେ ଜଳାପୋଡା ହେବାକୁ ଲାଗିଥାଏ ଓ ଆପଣଙ୍କ ତ୍ଵଚା ଲାଲ ଦେଖାଯାଇଥାଏ। ଯଦି ଆପଣଙ୍କୁ ଆଗରୁ ତ୍ଵଚାଜନିତ ସମସ୍ୟା ଥାଏ ତେବେ ଏହା ଆପଣଙ୍କ ପାଇଁ ଅଧିକ କଠିନ ପରିସ୍ଥିତି ସୃଷ୍ଟି କରେ।

2.ବ୍ରଣ ହୋଇଥାଏ: ଅଧିକ ମାତ୍ରାରେ ଚିନି ଖାଇବା ଦ୍ଵାରା ତ୍ଵଚାରେ ବ୍ରଣ ସମସ୍ୟା ବଢିଯାଇଥାଏ। କାରଣ ଅଧିକ ଚିନି ଖାଇବା ଦ୍ଵାରା ଆମ ଶରୀରରେ ଶ୍ଵେତରକ୍ତ କଣିକା ଦୁର୍ବଳ ହୋଇଯାଥାଏ। ଶ୍ଵେତରକ୍ତ କଣିକା ଆମ ତ୍ଵଚାକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

3.ଆଲର୍ଜି ବଢି ଯାଇଥାଏ: ଯଦି ଆପଣ ପୂର୍ବରୁ କୌଣସି ପ୍ରକାରର ଆଲର୍ଜିରେ ପିଡୀତ ଥାଆନ୍ତି ତେବେ ଅଧିକ ଚିନି ଖାଇବା ଦ୍ଵାରା ଆପଣଙ୍କ ତ୍ଵଚାରେ ଏହି ସମସ୍ୟା ଅଧିକ ବଢିଯାଇଥାଏ। ଏହାସହିତ ଏକଜିମା ମଧ୍ୟ ବଢିଯାଇଥାଏ।

4.ଚେହେରା ଲାଲ ହୋଇଯାଏ: ଯଦି ଆପଣଙ୍କ ତ୍ଵଚା ଅଧିକ ଲାଲ ଦେଖାଯାଉଛି ତେବେ ଏହାର ମୁଖ୍ୟ କାରଣ ଅଧିକ ମିଠା ଦ୍ରବ୍ୟ ସେବନ କରିବା ଅଟେ। ଖାଦ୍ୟରେ ମିଠାର ପରିମାଣ ଅଧିକ ହେବା ଦ୍ଵାରା ଆପଣଙ୍କ ତ୍ଵଚା ଲାଲ ଦେଖାଯାଇଥାଏ ଓ ଏହା ଆପଣଙ୍କ ପାଇଁ ପରବର୍ତ୍ତୀ ସମୟରେ ବହୁତ କ୍ଷତିକାରକ ହୋଇଥାଏ।

5.ତ୍ଵଚାକୁ ଶୁଷ୍କ କରିଦିଏ: ମିଠା ଖାଇବା ଦ୍ଵାରା ଆପଣଙ୍କ ତ୍ଵଚାରେ ଥିବା ଜଳୀୟ ଅଂଶ କମ ହେବାକୁ ଲାଗିଥାଏ ଓ ତ୍ଵଚା ଶୁଷ୍କ ଦେଖା ଯାଇଥାଏ। ଯଦି ଆପଣ ଅଧିକ ମିଠା ଖାଉଛନ୍ତି ତେବେ ଏହାକୁ ସନ୍ତୁଳିତ କରିବା ପାଇଁ ଅଧିକ ମାତ୍ରାରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ।

6.ତ୍ଵଚାର କୋଲାଜିନକୁ ନଷ୍ଟ କରିଦିଏ: କୋଲଜିନ ଏକ ଏପରି ପଦାର୍ଥ ଅଟେ ଯାହାକି ତ୍ଵଚାକୁ ଯୁବସୁଲଭ ପରି ରଖିବାରେ ସାହାଯ୍ୟ କରିଥାଏ। ମାତ୍ର ଅଧିକ ମିଠା ଖାଇବା ଦ୍ଵାରା ତ୍ଵଚାରେ ଥିବା କୋଲାଜିନ ନଷ୍ଟ ହୋଇଯାଇଥାଏ ଓ ଆପଣଙ୍କ ତ୍ଵଚା ବୟସ ଆଗରୁ ବୃଦ୍ଧ ଦେଖାଯାଇଥାଏ।

#health #skincare #sugar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon