• padmabati kund

ପୁରୁଷଙ୍କ ପାଇଁ : ସେଭିଙ୍ଗ୍ ପରେ କୋମଳ ତ୍ଵଚା ପାଇଁ ଲଗାନ୍ତୁ ଏହି ସବୁ ଜିନିଷ


(ବେତାର ବ୍ୟୁରୋ) ପୁରୁଷମାନଙ୍କ ପାଇଁ ସେଭିଙ୍ଗ୍ କରିବା ଗ୍ରୁମିଙ୍ଗର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଅଟେ। କିନ୍ତୁ ନିୟମିତ ଭାବରେ ସେଭିଙ୍ଗ୍ କରିବା ଦ୍ଵାରା ପୁରୁଷଙ୍କ ତ୍ଵଚା ଶୁଷ୍କ ହୋଇଯାଇଥାଏ ଓ ବହୁତ ଶକ୍ତ ହେବାକୁ ଲାଗିଥାଏ। ଏହାସହିତ ତ୍ଵଚାରେ ଜଳାପୋଡା ହେବାକୁ ଲାଗିଥାଏ। ଏହାକୁ ଦୂର କରିବା ପାଇଁ ସେଭିଙ୍ଗ୍ କରିବା ପରେ ଅନେକ କ୍ରିମର ବ୍ୟବହାର କରିଥାନ୍ତି। କିନ୍ତୁ ଏହି କ୍ରିମରେ ଆଲକୋହଲ ରହିଥାଏ ଓ ଏହାର ବ୍ୟବହାରରେ ତ୍ଵଚା ଅଧିକ ଶୁଷ୍କ ହେବାକୁ ଲାଗିଥାଏ।

ତେଣୁ ପୁରୁଷମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ସେଭିଙ୍ଗ୍ କରିବା ପରେ କେତେକ ଘରୋଇ ସାମଗ୍ରୀର ବ୍ୟବହାର କରିପାରିବେ। ଏହାର ବ୍ୟବହାରରେ ଆପଣଙ୍କ ତ୍ଵଚା ଶୁଷ୍କ ହେବ ନାହିଁ।

1.ଥଣ୍ଡା କ୍ଷୀର: ଏଥିରେ ଥିବା ଲାକଟିକ ଏସିଡ ପ୍ରାକୃତିକ ମଶ୍ଚୁରାଇଜରର କାମ କରିଥାଏ। ସେଭିଙ୍ଗ୍ କରିବା ପରେ ତୁଳା ସାହାଯ୍ୟରେ ଥଣ୍ଡା କ୍ଷୀରକୁ ଆଣି ସେଭିଙ୍ଗ୍ କରିଥିବା ସ୍ଥାନରେ ଲଗାନ୍ତୁ ଓ କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ଵାରା ସେଭିଙ୍ଗ୍ ପରେ ତ୍ଵଚାରେ ହେଉଥିବା ଜଳାପୋଡାରୁ ମୁକ୍ତି ମିଳିବା ସହିତ ତ୍ଵଚା କୋମଳ ରହିବ।

2.ଅମୃତଭଣ୍ଡା: ଏଥିରେ ଥିବା ପାପେନ ନାମକ ଏନଜାଇମ ତ୍ଵଚାରୁ ଜଳାପୋଡାକୁ ଦୂର କରିଥାଏ। ଏଥିପାଇଁ ପାଚିଲା ଅମୃତଭଣ୍ଡାକୁ ଭଲ ଭାବରେ ପେଷ୍ଟ କରନ୍ତୁ ଓ ଏହି ପେଷ୍ଟକୁ ତ୍ଵଚାରେ ଲଗାନ୍ତୁ। 10ମିନିଟ ରଖିବା ପରେ ଚେହେରାକୁ ଭଲ ଭାବରେ ଧୋଇଦିଅନ୍ତୁ।

3.ଆପଲ ସାଇଡର ଭିନେଗାର: ଏଥିରେ ଥିବା ପୋଷାକତତ୍ତ୍ଵ ରେଜର୍ ବ୍ୟବହାର ପରେ ହେଉଥିବା ଜଳାପୋଡାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାସହିତ ତ୍ଵଚାକୁ କୋମଳ ଓ ଉଜ୍ଜ୍ଵଳ କରିଥାଏ।

4.କାକୁଡି: ଏଥିରେ ଥିବା ଭିଟାମିନ-ସି ତ୍ଵଚାରୁ ଜଳାପୋଡାକୁ ଦୂର କରିବା ସହିତ ତ୍ଵଚାକୁ ହାଇଡ୍ରେଟ ରଖିଥାଏ। ଏଥିପାଇଁ ସେଭିଙ୍ଗ କରିବା ପରେ ଖଣ୍ଡେ କାକୁଡି ଆଣି ଚେହେରାରେ ଘଷନ୍ତୁ କିମ୍ବା କାକୁଡିର ପେଷ୍ଟ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ।

5.କଞ୍ଚାଆଳୁ: ଆଳୁ ରସରେ ଫସଫରସ, ପୋଟାସିୟମ ପରି ମିନେରାଲସ ରହିଥାଏ। ସେଭିଙ୍ଗ କରିବା ପରେ କଞ୍ଚାଆଳୁର ଫେଷ୍ଟ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ କିମ୍ବା ଆଳୁକୁ ଛୋଟ ଖଣ୍ଡ କରି ଚେହେରାରେ ଘଷନ୍ତୁ।

6.ମହୁ: ଏହା ଏକ ଆଣ୍ଟିସେଫଟିକ ଓ ଆଣ୍ଟିବାୟୋଟିକ ପରି କାମ କରିଥାଏ। ଏହା ଆପଣଙ୍କ ତ୍ଵଚାକୁ କୋମଳ କରିବା ସହିତ ଉଜ୍ଜ୍ଵଳ ମଧ୍ୟ କରିଥାଏ। ଏଥିପାଇଁ ସେଭିଙ୍ଗ୍ କରିବା ପରେ ମହୁ ନେଇ ଚେହେରାରେ ମସାଜ କରନ୍ତୁ ଓ କିଛି ସମୟ ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।

7.ଏଲୋଭେରା: ତ୍ଵଚାରୁ ଜଳାପୋଡା କମ କରିବା ପାଇଁ ଓ ତ୍ଵଚାକୁ ଶୁଷ୍କ ହେବାରୁ ରୋକିବା ପାଇଁ ଏଲୋଭେରା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଥିପାଇଁ ସେଭିଙ୍ଗ୍ ପରେ ଚେହେରାରେ ଏଲୋଭେରା ଜେଲ୍ ଲଗାଇ ୧୦ମିନିଟ ପରେ ମୁହଁ ଧୋଇଦିଅନ୍ତୁ।

8.କଦଳୀ: କଦଳୀରେ ଥିବା ମିନେରଲ୍ସ ତ୍ଵଚାକୁ କୋମଳ କରିଥାଏ। ଏହାସହିତ ସେଭିଙ୍ଗ ପରେ ହେଉଥିବା ଜଳାପୋଡା ଦୂର କରିଥାଏ। ଏଥିପାଇଁ ସେଭିଙ୍ଗ ପରେ ଚେହେରାକୁ କଦଳୀରେ ମସାଜ କରନ୍ତୁ ବା ଏହାର ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ।

#lifestyle #mensgrooming #grooming

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon