• padmabati kund

ପୁଲୱାମା ଘଟଣାରେ ସିଦ୍ଧୁଙ୍କ ଉପରେ ଫ୍ୟାନ ଖପ୍ପା, ''କପିଳ ଶର୍ମା ଶୋ" ବୟକଟ ଧମକ


(ବେତାର ବ୍ୟୁରୋ) କାଶ୍ମୀରର ପୁଲୱାମାରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡିତ ସମସ୍ତ ବ୍ୟକ୍ତି ଦେଶ ପାଇଁ ସହିଦ ହୋଇଥିବା ସୈନିକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ତେବେ ପଞ୍ଜାବର ମନ୍ତ୍ରୀ ତଥା କପିଳ ଶର୍ମା ଶୋ’ରେ ଦେଖିବାକୁ ମିଳୁଥିବା ନବଜୋତ ସିଂ ସିଦ୍ଧୁ ଏହି ଆତଙ୍କବାଦୀ ଆକ୍ରମଣକୁ  ନେଇ ଯାହା କହିଛନ୍ତି, ସେଥିପାଇଁ ଲୋକମାନେ ଅଧିକ ନିରାଶ ହୋଇଛନ୍ତି। କପିଳ ଶର୍ମାଙ୍କ ଶୋ’ରୁ ସିଦ୍ଧୁଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି।

ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ କପିଳ ଶର୍ମା ଶୋ’ରେ ଜଜ ଭାବରେ ବସୁଥିବା ନବଜୋତ ସିଂ ସିଦ୍ଧୁ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି ଓ ଏଥିପାଇଁ ଫ୍ୟାନ ମାନେ କପିଳ ଶର୍ମାଙ୍କ ଶୋ’ କୁ ବୟକଟ କରିବା ପାଇଁ କହିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ସିଦ୍ଧୁ କହିଥିଲେ ଯେ, “ଏହି ଘଟଣା ପାଇଁ ସମଗ୍ର ଦେଶକୁ ଦୋଷୀ ବୋଲି କହିବା ଠିକ ନୁହେଁ।“

ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଏପରି ଆତଙ୍କବାଦୀ ଆକ୍ରମଣ କୌଣସି ଦୃଷ୍ଟିରୁ ଠିକ ନୁହେଁ ଓ ଏଥିପାଇଁ ଦଣ୍ଡ ମିଳିବା ଉଚିତ। କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କ ଏହି କଥା ତାଙ୍କର ଫ୍ୟାନଙ୍କୁ ନିରାଶ କରିଛି। ସୋସିଆଲ ମିଡିଆରେ ଫ୍ୟାନ ମାନେ ଏହାର ବିରୋଧ କରିଛନ୍ତି ଓ ସିଦ୍ଧୁଙ୍କୁ ଶୋ’ରୁ ବାହାର କରାନଗଲେ ଶୋ’କୁ ବୟକଟ କରାଯିବ ବୋଲି କହିଛନ୍ତି।

ଜଣେ ଟ୍ଵିଟର ବ୍ୟବହାରକାରୀ ଟ୍ଵିଟ କରି ଲେଖିଛନ୍ତି, “ଯଦି କପିଳ ଶର୍ମାଙ୍କ ଶୋ’ରୁ ନବଜୋତ ସିଂ ଙ୍କୁ ବାହାର କରାନଯାଏ ତେବେ ଆମେ ସୋନି ଚ୍ୟାନେଲକୁ ସବସ୍କ୍ରାଇବ କରିବୁ ନାହିଁ ଓ ଏହାକୁ ବୟକଟ କରିବୁ।“

ସେହିପରି ଅନ୍ୟଜଣେ ବ୍ୟବହାରକାରୀ କପିଳ ଶର୍ମାଙ୍କୁ ଲେଖିଛନ୍ତି, “ ଜଣେ ଦେଶଦ୍ରୋହୀ ଓ ସ୍ଵାର୍ଥପର ବ୍ୟକ୍ତି ନବଜୋତ ସିଂ ସିଦ୍ଧୁଙ୍କୁ ଶୋ’ରୁ ବାହାର କରନ୍ତୁ ନଚେତ ଆପଣଙ୍କ ଶୋ’କୁ ବୟକଟ କରିବୁ।“

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ସୋନି ଟିଭି, କପିଳ ଶର୍ମାଙ୍କ ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବହିଷ୍କାର କରନ୍ତୁ ନଚେତ ଆପଣଙ୍କ ଚ୍ୟାନେଲକୁ ସବସ୍କ୍ରାଇବ କରିବୁ  ନାହିଁ ଏବଂ ଆପଣଙ୍କ ଚ୍ୟାନେଲକୁ ସବସ୍କ୍ରାଇବ ନକରିବା ପାଇଁ ସମସ୍ତଙ୍କୁ କହିବୁ।“

ନବଜୋତ ସିଂ ସିଦ୍ଧୁ ପୂର୍ବରୁ ମଧ୍ୟ ବିବାଦରେ ରହିସାରିଛନ୍ତି। ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ସେ ପାକିସ୍ଥାନ ଯାଇଥିଲେ। ସେହି ସମୟରେ ତାଙ୍କୁ କଡା ନିନ୍ଦା କରାଯାଇଥିଲା। ବର୍ତ୍ତମାନ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ତାଙ୍କର ଏହି ବୟାନ ପାଇଁ ପୁଣି ତାଙ୍କୁ ସମାଲୋଚନା କରାଯାଉଛି।  

#pulwamaterrorattack #navjotsinghsiddhu #kapilsharmaashow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon