• padmabati kund

ବିଶ୍ଵକପ କ୍ରିକେଟ ପାଇଁ 18 ଖେଳାଳୀଙ୍କ ନାମ ସ୍ଥିର ହୋଇଛି : ବିସିସିଆଇ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ଶୁକ୍ରବାର ଅଷ୍ଟ୍ରେଲିଆ ବିରୁଦ୍ଧରେ ଆଗାମୀ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ଦୁଇ ମ୍ୟାଚ ବିଶିଷ୍ଟ ଟି20 ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ତେବେ ଏହି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଦଳ ଚୟନ କରାଯିବା ପରେ ୱାର୍ଲ୍ଡକପ ପାଇଁ 18ଜଣ ଖେଳାଳୀଙ୍କ ନାମ ସ୍ଥିର ହୋଇସାରିଛି ବୋଲି ନ୍ୟାସନାଲ ସିଲେକ୍ସନ କମିଟିର ମୁଖ୍ୟ ଚୟନକର୍ତ୍ତା ଏମ.ଏସ.କେ ପ୍ରସାଦ କହିଛନ୍ତି।

ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି20 ସିରିଜ ପାଇଁ ଦଳ ଘୋଷଣା କରାଯିବା ପରେ ଏମ.ଏସ.କେ ପ୍ରସାଦ କହିଥିଲେ ଯେ, “ଆମେ ବିଶ୍ଵକପ ପାଇଁ ଦଳରେ 18ଜଣ ଖେଳାଳୀଙ୍କ ନାମ ସ୍ଥିର କରିସାରିଛୁ ଓ ଚୁଡାନ୍ତ ଦଳ ଚୟନ ପାଇଁ ବିଶ୍ଵକପ ପର୍ଯ୍ୟନ୍ତ ଏହି ଖେଳାଳୀ ମାନଙ୍କୁ ଖେଳିବାକୁ ସୁଯୋଗ ଦିଆଯିବ। କ୍ରିକେଟ ୱାର୍ଲ୍ଡକପ ପାଇଁ ଅଳ୍ପ କିଛି ମାସ ବାକି ରହିଛି ଓ କ୍ରିକେଟର ଏହି ମହାକୁମ୍ଭ ପୂର୍ବରୁ ଭାରତ ପାଖରେ କେବଳ 7ଟି ଆନ୍ତର୍ଜାତୀୟ ମ୍ୟାଚ ରହିଛି।

ବିଶ୍ଵକପ ଆରମ୍ଭ ହେବା ପୂର୍ବରୁ ମାର୍ଚ୍ଚ 23ରୁ ଭାରତରେ ଆଇପିଏଲ ଆରମ୍ଭ ହୋଇଯିବ। ତେବେ ଏହି ଆଇପିଏଲ ସମୟରେ ବିଶ୍ଵକପ ପାଇଁ ଚୟନ କରାଯାଇଥିବା ସମ୍ଭାବିତ ଖେଳାଳୀଙ୍କ କାର୍ଯ୍ୟଭାର ଉପରେ ନଜର ରଖାଯିବ ବୋଲି ସେ କହିଛନ୍ତି।

ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସିରିଜ ଆସନ୍ତା ଫେବୃୟାରୀ 24 ତାରିଖରୁ ଆରମ୍ଭ ହେବ। ଭାରତୀୟ ଦିନିକିଆ ଦଳକୁ ଅଧିନାୟକ ବିରାଟ କୋହଲି, କେଏଲ ରାହୁଲ ଓ ଜସପ୍ରିତ ବୁମରାହ ଫେରିଥିବା ବେଳେ ଦିନିକିଆ ଦଳରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିନାହିଁ। ଦିନେଶଙ୍କ ପରିବର୍ତ୍ତେ ରିଷଭ ପନ୍ଥଙ୍କୁ ଦଳରରେ ସ୍ଥାନ ମିଳିଛି। ଦିନେଶଙ୍କୁ ଦଳରେ ସ୍ଥାନ ନମିଳିବାକୁ ନେଇ ଫ୍ୟାନମାନେ ମଧ୍ୟ ନିରାଶ ହୋଇଛନ୍ତି।

ବିଶ୍ଵକପ ପୂର୍ବରୁ ଏହି ସିରିଜରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିନଥିବାରୁ ସମସ୍ତେ ଅନୁମାନ କରୁଛନ୍ତି ଯେ ହୁଏତ ବିଶ୍ଵକପ ପାଇଁ ଦଳରେ ଦିନେଶ କାର୍ତ୍ତିକଙ୍କୁ ସାମିଲ କରାନଯାଇ ପରେ। ଏହା ପୂର୍ବରୁ କ୍ରିକେଟ ଏକ୍ସପର୍ଟ ମାନେ ମଧ୍ୟ ଦିନେଶ କାର୍ତିକଙ୍କ ଠାରୁ ରିଷଭ ପନ୍ଥଙ୍କୁ ଦଳ ପାଇଁ ଉପଯୁକ୍ତ ଖେଳାଳୀ ବୋଲି ମତ ଦେଇସାରିଛନ୍ତି। କିନ୍ତୁ ଏନେଇ ମୁଖ୍ୟ ଚୟନକର୍ତ୍ତା ଏମ.ଏସ.କେ ପ୍ରସାଦ ଭିନ୍ନ ମତ ଦେଇଛନ୍ତି।

ଦିନେଶ କାର୍ତ୍ତିକଙ୍କ ଚୟନ ନହେବାକୁ ନେଇ ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ସିରିଜରେ ଦିନେଶଙ୍କୁ ସୁଯୋଗ ଦିଆଯାଇଥିଲା। ରିଷଭ ପନ୍ଥ ଅଷ୍ଟ୍ରେଲିଆ ବିରୁଦ୍ଧରେ 4ଟି ଟେଷ୍ଟ ମ୍ୟାଚ ଖେଳିଥିଲେ, ଏଥିପାଇଁ ଆମେ ତାଙ୍କୁ ଏହି ଦିନିକିଆ ସିରିଜରେ ବ୍ରେକ ଦେବା ପାଇଁ ନିଷ୍ପତ୍ତି ନେଇଛୁ। ପନ୍ଥଙ୍କୁ 20ଦିନ ପାଇଁ ଆରାମ ଦିଆଯାଇଥିଲା। ଇଂଲଣ୍ଡ ଲାୟନ୍ସ ବିରୁଦ୍ଧରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ବିଶ୍ଵକପ ପାଇଁ ଚୁଡାନ୍ତ ଦଳ ଚୟନ କରିବା ଆଗରୁ ଦିନିକିଆ କ୍ରିକେଟରେ ତାଙ୍କୁ ସୁଯୋଗ ଦେବା ପାଇଁ ଚାହୁଁଛୁ।

ସୂଚନା ଯୋଗ୍ୟଯେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ ଓ ଶେଷ ତିନୋଟି ଦିନିକିଆ ମ୍ୟାଚ ପାଇଁ ଅଲଗା ଅଲଗା ଦଳ ଚୟନ କରାଯାଇଛି।

#cricket #indianteam #teamselector

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon