• ବେତାର ବ୍ୟୁରୋ

ଘରେ ବ୍ୟବହୃତ ଡଷ୍ଟବିନକୁ ନେଇ ଜାଣନ୍ତୁ ଏହି 6 ବାସ୍ତୁ ଟିପ୍ସ


(ବେତାର ବ୍ୟୁରୋ) ବାସ୍ତୁଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବସ୍ତୁର ଅଲଗା ଅଲଗା ମହତ୍ତ୍ଵ ରହିଥାଏ ଏବଂ ଏଥିରେ ଲାଭ ଓ କ୍ଷତି ଉଭୟ ଜଡିତ ହୋଇ ରହିଥାଏ। ଡଷ୍ଟବିନ ଏପରି ଏକ ଜିନିଷ ଯାହାକି ପ୍ରତି ଘରେ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନରେ ମଧ୍ୟ ବାସ୍ତୁ ଦୋଷ ଉତ୍ପନ୍ନ ହୋଇପାରେ। ଏଥିପାଇଁ ଘରେ ଡଷ୍ଟବିନ ରଖିବା ବେଳେ ଏହା ଜାଣିବା ଜରୁରୀ ଯେ ଡଷ୍ଟବିନକୁ କେଉଁ ଦିଗରେ ରଖାଯିବ।

ଘରେ ଡଷ୍ଟବିନ ରଖୁଥିଲେ ଏହାକୁ ନେଇ କିଛି ବାସ୍ତୁ ଟିପ୍ସ ବିଷୟରେ ଜାଣି ରଖନ୍ତୁ।

1.ଡଷ୍ଟବିନକୁ ଘରର ଉତ୍ତର-ପୂର୍ବ କୋଣରେ ରଖନ୍ତୁ ନାହିଁ। ଏହି ସ୍ଥାନ ଘରର ପୂଜା ସ୍ଥାନ ହୋଇଥାଏ। ଏହାସହିତ ପୂର୍ବ ଦିଗରେ ଦିଗରେ ମଧ୍ୟ ରଖିବା ଅନୁଚିତ, କାରଣ ଏହା ଶକ୍ତିର ସ୍ଥାନ ହୋଇଥାଏ। ଡଷ୍ଟବିନକୁ ଘରର ପଶ୍ଚିମ ଦିଗ, ଦକ୍ଷିଣ-ପଶ୍ଚିମ ଦିଗ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ।

2.ବାସ୍ତୁ ଅନୁସାରେ ଘର ବା ଅଫିସର ମୁଖ୍ୟ ଦ୍ଵାର ପାଖରେ ଡଷ୍ଟବିନ ରଖିବା ଅନୁଚିତ। କାରଣ ଯଦି କେହି ବ୍ୟକ୍ତି ଆପଣଙ୍କ ଘରକୁ ଆସୁଛନ୍ତି ତେବେ ଏହି ଡଷ୍ଟବିନ ଦେଖିବା ଦ୍ଵାରା ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘର ବା ଅଫିସର ମୁଖ୍ୟଦ୍ଵାରରେ ଡଷ୍ଟବିନ ରଖିବା ଦ୍ଵାରା ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ।

3.ଘରର ସମ୍ମୁଖରେ ଡଷ୍ଟବିନ ରଖିବା ଅନୁଚିତ, ଯଦି କୌଣସି କାରଣରୁ ଡଷ୍ଟବିନକୁ ଘରର ବାହାରେ ରଖିବାକୁ ପଡିଥାଏ ତେବେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି କୌଣସି ବ୍ୟକ୍ତିଙ୍କର ନଜର ଏହା ଉପରେ ପଡିବ ନାହିଁ।

4.ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନର ମୁହଁକୁ ଖୋଲା ରଖନ୍ତୁ ନାହିଁ। ଡଷ୍ଟବିନ ଖୋଲା ରହିବା ଦ୍ଵାରା ଏହାର ଦୁର୍ଗନ୍ଧ ଘର ମଧ୍ୟରେ ବ୍ୟାପୀ ଯାଇଥାଏ ଓ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ।ଏଥିପାଇଁ ସବୁବେଳେ ଘୋଡଣୀ ଥିବା ଡଷ୍ଟବିନର ବ୍ୟବହାର କରନ୍ତୁ।

5.ଡଷ୍ଟବିନକୁ ନିୟମିତ ଭାବରେ ସଫା ରଖନ୍ତୁ। ପ୍ରାୟ ଲୋକ ଡଷ୍ଟବିନର ଅଳିଆକୁ ଅଧିକ ଦିନ ପର୍ଯ୍ୟନ୍ତ ଫୋପାଡି ନଥାନ୍ତି ଓ ଏହାକୁ ଅଧିକ ଅପରିଷ୍କାର କରି ରଖିଥାନ୍ତି। ବାସ୍ତୁ ଅନୁଯାୟୀ ଏପରି କରିବା ଅନୁଚିତ କାରଣ ଡଷ୍ଟବିନ ମଧ୍ୟ ଆପଣଙ୍କ ଘରର ଏକ ବସ୍ତୁ ଓ ଏହାକୁ ସଫାସୁତୁରା ରଖିବା ଜରୁରୀ।

6.ଘରେ ସବୁବେଳେ ହାଲକା ରଙ୍ଗର ଡଷ୍ଟବିନ ବ୍ୟବହାର କରିବା ଉଚିତ। ଗାଢ ରଙ୍ଗର ଡଷ୍ଟବିନ ବ୍ୟବହାର ନକରିବାକୁ ବାସ୍ତୁଶାସ୍ତ୍ରରେ ମନା କରାଯାଇଛି। ଅଧିକ ଗାଢ ରଙ୍ଗର ଡଷ୍ଟବିନ ବାସ୍ତୁ ଅନୁଯାୟୀ ଅଶୁଭ ହୋଇଥାଏ ଓ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ)

#astrology #vastutips #vastu #dustbin

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon