• padmabati kund

ଚାହା ପିଇବା ବେଳେ ଏହି 5ଟି ଭୁଲ କରୁନାହାନ୍ତି ତ !


(ବେତାର ବ୍ୟୁରୋ) ଆମ ଦେଶରେ ଅଧିକାଂଶ ଲୋକ ଚାହା ପିଇବାକୁ ପସନ୍ଦ କରିଥାନ୍ତି। କିଛି କିଛି ଲୋକ ଚାହା ନପିଇଲେ ସକାଳୁ ଶେଜରୁ ଉଠିନଥାନ୍ତି। ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଚାହା ପିଇବା ପାଇଁ କିଛି ନା କିଛି ବାହାନା ଖୋଜିଥାନ୍ତି ଓ ଅନ୍ୟକିଛି ଲୋକ ଗୋଟିଏ ଗୋଟିଏ ଦିନ ଚାହା ପିଇ ରହିଯାଇଥାନ୍ତି। ଆମ ମଧ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ପ୍ରତିଦିନ ଚାହା ପିଇବା ସମୟରେ କିଛି ନ କିଛି ଭୁଲ କରିଥାନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ତେବେ ଆସନ୍ତୁ ଜାଣିବା, ଚାହା ପିଇବା ସମୟରେ ଆମେ କେଉଁ କେଉଁ ଭୁଲ କରିଥାଉ।

1.ଖାଲି ପେଟରେ ଚାହା: ପ୍ରାୟ ଲୋକ ଖାଲି ପେଟରେ ଚାହା ପିଇଦେଇଥାନ୍ତି। କିନ୍ତୁ ଖାଲି ପେଟରେ ଚାହା ପିଇବା ଅନୁଚିତ। ଏହାଦ୍ଵାରା ଏସିଡିଟି ସମସ୍ୟା ଦେଖାଯାଇଥାଏ ଓ କ୍ୟାନସର ପରି ବଡ ସମସ୍ୟା ମଧ୍ୟ ହୋଇପାରେ। ଏହାସହିତ ଆପଣ ଖୁବଶୀଘ୍ର ବୃଦ୍ଧ ହୋଇଯାଇଥାନ୍ତି।

2.:ଅଧିକ ସିଝାଇବା: ଚାହା ପ୍ରସ୍ତୁତ କରିବା ସମୟରେ ଏହାକୁ ଭଲ ଭାବରେ ଫୁଟାଇବା ଆବଶ୍ୟକ ଅଟେ, କିନ୍ତୁ ଚାହା କୁ ଆବଶ୍ୟକ ଠାରୁ ଅଧିକ ଫୁଟାଇବା ଅନୁଚିତ। ଚାହା କୁ ଅଧିକ ଫୁଟାଇ ପିଇବା ଦ୍ଵାରା ଏସିଡିଟି ହୋଇଥାଏ। ତେଣୁ ପ୍ରଥମେ ପାଣିକୁ ଭଲ ଭାବରେ ଫୁଟାଇବା ଏଥିରେ ଅନ୍ୟାନ୍ୟ ସାମଗ୍ରୀ ପକାଇବା ପରେ ଶେଷରେ ଚାହା ପତି ପକାନ୍ତୁ।

3.ଖାଦ୍ୟ ପରେ ଚାହା: ଖାଦ୍ୟ ଗ୍ରହଣ କରିସାରିବା ପରେ କିଛି ଲୋକଙ୍କର ଚାହା ପିଇବାର ଅଭ୍ୟାସ ରହିଥାଏ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇଥାଏ। ଖାଇବା ପରେ ଚାହା ପିଇବା ଦ୍ଵାରା ଖାଦ୍ୟରୁ ମିଳୁଥିବା ପୋଷାକ ତତ୍ତ୍ଵ ଶରୀରରେ ଅବଶୋଷିତ ହୋଇପାରିନଥାଏ।

4. ଅଳ୍ପ ମାତ୍ରାରେ ପିଅନ୍ତୁ: ଅତ୍ୟଧିକ ମାତ୍ରାରେ ଚାହା ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଚାହା ବିଲକୁଲ ଆଲକୋହଲ ପରି ଅଟେ। ଏହା ଆପଣଙ୍କ ମାଂସପେଶୀକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ ମାତ୍ର ଅଧିକ ଚାହା ପିଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।

5.ଚାହା ମସଲାର ଅଧିକ ବ୍ୟବହାର: ଆମଦେଶରେ ତୁଳସୀ, ଗୁଜରାତି, ଅଳେଇଚ ଓ ଅଦା ପକାଇ ମସଲା ଚା’ର ପ୍ରସ୍ତୁତି କରାଯାଇଥାଏ। ମାତ୍ର ଚାହାରେ ଅଧିକ ମାତ୍ରାରେ ମସଲା ପକାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଚାହାରେ ଏହି ସବୁ ମସଲା ପକାଇବା ଦ୍ଵାରା ଚାହାରେ ଥିବା କାfeନ ଏହି ସବୁ ମସଲାର ଔଷଧୀୟ ଗୁଣକୁ ଅବଶୋଷଣ କରିବାରେ ବାଧା ସୃଷ୍ଟି କରିଥାଏ।

#health #tea

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon