• padmabati kund

ଜାଣନ୍ତୁ : ଜିଓର ଦୈନିକ ଡାଟା ପ୍ୟାକ ସରିଗଲେ କ'ଣ କରିବେ


(ବେତାର ବ୍ୟୁରୋ) ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ଦିନକୁ ଦିନ ପ୍ରତିଯୋଗୀତା ବଢିବାରେ ଲାଗିଛି। ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ କମ୍ପାନୀ ତରଫରୁ ନୂଆ ନୂଆ ପ୍ୟାକ ଲଞ୍ଚ କରାଯାଉଛି। ସେଥିମଧ୍ୟରୁ ରିଲାଏନ୍ସ ଜିଓ ବର୍ତ୍ତମାନ ଅନ୍ୟସମସ୍ତ ଟେଲିକମ ଅପରେଟରଙ୍କ ଠାରୁ ଆଗରେ ରହିଛି। ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ କମ୍ପାନୀ  ତରଫରୁ ମାସିକ, ଛ’ମାସିକ ଓ ବାର୍ଷିକ ରିଚାର୍ଜ ପ୍ଳାନ ଲଞ୍ଚ କରାଯାଇଛି। ଏହାସହିତ ଡାଟା ବୁଷ୍ଟର ପ୍ୟାକ ମଧ୍ୟ ଉପଲବ୍ଧ ରହିଛି।

ଆପଣଙ୍କ ଜିଓ ନମ୍ବରରେ ପକାଇଥିବା ପ୍ୟାକରେ ଦୈନିକ ଡାଟା ସାରିବା ପରେ ଏହି ଡାଟା  ବୁଷ୍ଟର ବା ଟପ ଅପ ପ୍ୟାକର ବ୍ୟବହାର କରିପାରିବେ। ଏଥିପାଇଁ କମ୍ପାନୀ ତରଫରୁ ସର୍ବନିମ୍ନ ଡାଟା ବୁଷ୍ଟର ପ୍ୟାକ ଟ.11ରେ ରହିଛି। ଏଥିରେ ଆପଣଙ୍କୁ 400MB ଅନଲିମିଟେଡ ଡାଟା ମିଳିବ ଓ ଏହାର ବୈଧତା ଆପଣଙ୍କ ନମ୍ବରରେ ପଡିଥିବା ପ୍ୟାକର ବୈଧତା ପର୍ଯ୍ୟନ୍ତ ରହିବ।

ଏହାବ୍ୟତୀତ ଅନ୍ୟ ଡାଟା ବୁଷ୍ଟର ମଧ୍ୟ ଉପଲବ୍ଧ ରହିଛି। ଟ.21 ପ୍ଳାନରେ ଗ୍ରାହକଙ୍କୁ 1ଜିବି ହାଇସ୍ପିଡ ଡାଟା ମିଳିବ। ସେହିପରି ଟ.51 ପ୍ୟାକରେ 3ଜିବି ଡାଟା ଓ ଟ.101 ପ୍ୟାକରେ 6ଜିବି ଡାଟା ପାଇପାରିବେ। ଏହି ଡାଟାକୁ ଆପଣ ନିଜ  ନମ୍ବରରେ ପଡିଥିବା ପ୍ୟାକର ବୈଧତା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

ଜିଓ ନମ୍ବରରେ ଯେକୌଣସି ଡାଟା ପ୍ଳାନ ପକାଇଲେ ଏଥିରେ ହାଇସ୍ପିଡ ଇଣ୍ଟରନେଟ ପାଇଁ ପ୍ରତିଦିନ ଡାଟା ପ୍ୟାକ ଉପଲବ୍ଧ ହୋଇଥାଏ। ଉଦାହରଣ ସ୍ୱରୂପ ଯଦି ଆପଣ ଟ.399 ପ୍ୟାକ ରିଚାର୍ଜ କରିଛନ୍ତି ତେବେ ଏଥିରେ ଦୈନିକ ଆପଣଙ୍କୁ 1.5ଜିବି ହାଇସ୍ପିଡ ଡାଟା ମିଳୁଛି। ଏହାପରେ ଇଣ୍ଟରନେଟର ସ୍ପିଡ 60Kbps ହୋଇଯାଇଥାଏ। ଯଦି ଆପଣ ମୋବାଇଲରେ କିଛି ଫିଲ୍ମ ଦେଖୁଛନ୍ତି ବା ଇଣ୍ଟରନେଟ ବ୍ୟବହାର କରି କିଛି ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି ଓ ସେହି ସମୟରେ ଡାଟା ପ୍ୟାକ ସରିଯାଉଛି ତେବେ ଏହି ଡାଟା ବୁଷ୍ଟର ପ୍ୟାକର ବ୍ୟବହାର କରିପାରିବେ।

ଏୟାରଟେଲ ଓ ଭୋଡଫୋନର ଡାଟା ବୁଷ୍ଟର ପ୍ୟାକ

ରିଲାଏନ୍ସ ଜିଓ ବ୍ୟତୀତ ଭାରତୀୟ ଏୟାରଟେଲ ଓ ଭୋଡଫୋନ ତରଫରୁ ମଧ୍ୟ ଗ୍ରାହକଙ୍କ ପାଇଁ ଡାଟା ବୁଷ୍ଟର ପ୍ୟାକ ଉପଲବ୍ଧ କରାଯାଉଛି। ଏୟାରଟେଲ ତରଫରୁ ଟ.29ର ଡାଟା ବୁଷ୍ଟର ପ୍ୟାକ ଉପଲବ୍ଧ କରାଯାଉଛି। ଭୋଡଫୋନ ତରଫରୁ ଟ.21 ମୂଲ୍ୟର ଏକ ଡାଟା ବୁଷ୍ଟର ପ୍ୟାକ ଲଞ୍ଚ କରା ଯାଇଛି, ଏଥିରେ ଆପଣ ଗୋଟିଏ ଘଣ୍ଟା  ପାଇଁ ଅନଲିମିଟେଡ 3G/4G ଡାଟା ମିଳିବ।

#mobilerecharge #jio #databoosterpack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon