• padmabati kund

ଧୋନିଙ୍କ ନୂଆ ହେୟାର ଷ୍ଟାଇଲ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାଇରାଲ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସମଗ୍ର ଦେଶରେ ଜଣେ ଶ୍ରେଷ୍ଠ ଫିନିସର୍ ଓ ଶ୍ରେଷ୍ଠ ୱିକେଟକିପର ଭାବରେ ପରିଚିତ। ଏହାବ୍ୟତୀତ ମହେନ୍ଦ୍ର ସିଂ ଧୋନି ଜଣେ ଷ୍ଟାଇଲିସ ଖେଳାଳୀ ଭାବରେ ମଧ୍ୟ ସମସ୍ତଙ୍କ ଆଗରେ ପରିଚିତ। ଧୋନି ନିଜର ହେୟାର ଷ୍ଟାଇଲ ପାଇଁ ସମସ୍ତଙ୍କ ଆଗରେ ପରିଚିତ। ପୂର୍ବରୁ ନିଜର ଲମ୍ବା କେଶ ପାଇଁ ପରିଚିତ ଥିବା ଧୋନି ନିୟମିତ ଭାବରେ ନିଜର ହେୟାରଷ୍ଟାଇଲ ପରିବର୍ତ୍ତନ କରିଥାନ୍ତି। ଆଗକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜ ଖେଳିବାକୁ ଯାଉଛି ଓ ଏହାପୂର୍ବରୁ ଧୋନିଙ୍କ ନୂଆ ହେୟାର ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମହେନ୍ଦ୍ର ସିଂ ଧୋନିଙ୍କ ଏହି ନୂଆ ହେୟାର ଷ୍ଟାଇଲକୁ ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ ଓ ବିଗବସ-6ର ପ୍ରତିଯୋଗୀ ଥିବା ସପନା ମୋତି ଭବନାନୀ ଟ୍ଵିଟରରେ ଶେୟାର କରିଛନ୍ତି। ଏହାବ୍ୟତୀତ ଧୋନି ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋକୁ ଶେୟାର କରିଛନ୍ତି। ଧୋନିଙ୍କ ଏହି ହେୟାରଷ୍ଟାଇଲରେ ତାଙ୍କର କେଶ ଉଭୟ ପାଖରେ ଟ୍ରିମ (ଛୋଟ) କରାଯାଇଛି। ଏହାବ୍ୟତୀତ ସାମ୍ନାର କେଶ ସାମାନ୍ୟ ବଡ (ସ୍ପାଇକ୍ସ) ରହିଛି।

ସୋସିଆଲ ମିଡିଆରେ ଏହି ଫଟୋ ଶେୟାର କରିବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି। ଧୋନିଙ୍କର ପ୍ରଶଂସକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି।

ଏହପୂର୍ବରୁ ମହେନ୍ଦ୍ର ସିଂ ଧୋନି ନିଜ ହେୟାର ଷ୍ଟାଇଲରେ ପରିବର୍ତ୍ତନ କରିଥିଲେ। ନିଜ କେଶକୁ ଏକ ରେଟ୍ରୋ ଲୁକ୍ ଦେଇଥିଲେ। ଧୋନିଙ୍କର ଏହି ଲୁକ୍ କୁ ‘ବି ହଙ୍କ୍’ ଲୁକ୍ କୁହାଯାଇଥାଏ। ସେହି ସମୟରେ ଧୋନିଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

ଖେଳାଳୀମାନେ ନିୟମିତ ଭାବରେ ନିଜ ହେୟାରଷ୍ଟାଇଲ ପରିବର୍ତ୍ତନ କରିବାକୁ ବହୁତ ପସନ୍ଦ କରିଥାନ୍ତି। ଧୋନିଙ୍କ ବ୍ୟତୀତ ଅନ୍ୟ କ୍ରିକେଟର ମାନେ ମଧ୍ୟ ନିଜ ହେୟାରଷ୍ଟାଇଲରେ ପରିବର୍ତ୍ତନ କରିଥାନ୍ତି। ସେଥିମଧ୍ୟରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ।

ବର୍ତ୍ତମାନ ସମୟରେ ମହେନ୍ଦ୍ର ସିଂ ଧୋନି ବହୁତ ଭଲ ଫର୍ମରେ ଅଛନ୍ତି। ଆଗକୁ ମଧ୍ୟ ଏହି ଫର୍ମରେ ରହି ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଧୋନିଙ୍କ ପାଇଁ ଆଗାମୀ ଦୁଇମାସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି20 ସିରିଜ ଓ ୱାନଡେ ସିରିଜ ଖେଳିବା ପରେ ଧୋନି ଆଇପିଏଲ ଖେଳିବେ। ଗତ ଆଇପିଏଲ ସିଜିନରେ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ଵରେ ପୁଣିଥରେ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିବ।

ଆଇପିଏଲ ସାରିବା ପରେ ଇଂଲଣ୍ଡରେ ହେବାକୁ ଥିବା କ୍ରିକେଟର ମହାକୁମ୍ଭ ୱାର୍ଲ୍ଡକପରେ ମଧ୍ୟ ଭାରତୀୟ ଦଳ ପାଇଁ ଧୋନିଙ୍କ ପ୍ରଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ୱାର୍ଲ୍ଡକପ ସମୟରେ ଧୋନିଙ୍କୁ ଜଣେ ୱିକେଟକିପର ଭୂମିକା ନିଭାଇବା ସହିତ ଜଣେ ଭଲ ଫିନିସର୍ ଭୂମିକା ମଧ୍ୟ ନିଭାଇବାକୁ ପଡିବ।

#cricket #mahendrasinghdhoni #dhonishaircut

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon