• ବେତାର ବ୍ୟୁରୋ

ଭିଡିଓ : ଶତ୍ରୁ ପକ୍ଷର ଅଡ୍ଡା ଏପରି ଧ୍ଵଂସ କରିବ ଭାରତୀୟ ବାୟୁ ସେନା


(ବେତାର ବ୍ୟୁରୋ) କାଶ୍ମୀରରେ ହେଇଥିବା ଆତଙ୍କବାଦୀ ଆକ୍ରମଣର ଠିକ ପରେ ପରେ ଭାରତ ଏହାର ବାୟୁ ସେନାର ଶକ୍ତି ପରୀକ୍ଷଣ କରିଛି । ପାକିସ୍ଥାନ ସୀମାଠାରୁ ପ୍ରାୟ 100 କିମି ଦୂର ପୋଖରାନ ଠାରେ ଭାରତୀୟ ଲଢୁଆ ବିମାନ ଓ ଅତ୍ୟାଧୁନିକ ବୋମାର ପରୀକ୍ଷଣ ଉଭୟ ଦିନ ଓ ରାତି ସମୟରେ କରାହେଇଛି ।

ତିନିଦିନ ଧରି ଚାଲିଥିବା ଏହି ଯୁଦ୍ଧ ପରୀକ୍ଷଣରେ ଶନିବାର ଗରୁଡ କମାଣ୍ଡୋଙ୍କ ସାହସିକତା ସହିତ ଅନେକ ନୂତନ ବିମାନ ଯେପରିକି ଶତ୍ରୁ ପକ୍ଷ ରାଡ଼ାରରେ ଦିଶୁ ନ ଥିବା ହେଲିକପ୍ଟର ଓ ସ୍ମାର୍ଟବମ ---ଯାହା ଲେଜର ଦ୍ଵାରା ଗତିଶୀଳ ହେଇ ଠିକ ଶତ୍ରୁପକ୍ଷର ଆଡ୍ଡାକୁ ଧ୍ଵସ୍ତ କରିଦେଇଥାଏ –ପ୍ରଦର୍ଶିତ ହେଇଥିଲା ।

ଏହି ଯୁଦ୍ଧାଭ୍ୟାସ ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହେଇଥାଏ । ଚଳିତ ବର୍ଷ ଏଥିରେ ପ୍ରାୟ130ଟି ବିମାନ ଓ ଅତ୍ୟାଧୁନିକ ମିସାଇଲ ଯଥା ‘ଆକାଶ’ ଓ ‘ଅସ୍ତ୍ର’ ଇତ୍ୟାଦିର ଚାଳନା ଉପସ୍ଥିତ ସେନା ଅଧିକାରୀଙ୍କୁ ଦେଖାଇଯାଇଥିଲା ।

ଏହି ଯୁଦ୍ଧାଭ୍ୟାସ ସମାରୋହରେ ବିଶେଷ ସେନା ଅଧିକାରୀ ତଥା ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସଚିନ ତେନ୍ଦୁଲକରଙ୍କୁ ବାୟୁସେନାର ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଦେଖିବାକୁ ମିଳିଥିଲା ।

#war #Pakistan #terrorism

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon