• ବେତାର ବ୍ୟୁରୋ

ମହିଳାଙ୍କ ପାଇଁ ସବୁଠୁ ଭଲ ଏହି 5 ପ୍ରକାରର ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ମହିଳାମାନେ ସବୁ କ୍ଷେତ୍ରରେ ଆଗୁଆ ରହିଛନ୍ତି। ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ମହିଳାମାନେ ଚାକିରୀ କରି ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ସେମାନେ ଭବିଷ୍ୟତରେ ନିଜ ପରିବାରପରିଚାଳନାର ମେରୁଦଣ୍ଡ ହେଇଥିବାରୁ ଏପରି ଚାକିରି ବାଛିବା ଦରକାର ଯାହା ଆଗକୁ କୌଣସି ଅସୁବିଧା ସୃଷ୍ଟି କରି ନ ପାରେ । ଆସନ୍ତୁ ଜାଣିବା ଏହିପରି କିଛି ଚାକିରୀ ଯାହାକି ମହିଳାଙ୍କ ପାଇଁ ସବୁଠାରୁ ଭଲ ଅଟେ।

1. ଭାରତୀୟ ରେଳ ବିଭାଗ: ସମଗ୍ର ଦୁନିଆରେ ଭାରତୀୟ ରେଳ ବିଭାଗ ସବୁଠାରୁ ବଡ ନିଯୁକ୍ତି ସଂଗଠନ ଅଟେ। ରେଳ ବିଭାଗରେ ପ୍ରତିବର୍ଷ ହଜାର ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥାଏ। ରେଳବିଭାଗରେ ଏପରି କିଛି ପଦବୀ ରହିଛି ଯାହାକି ମହିଳାଙ୍କ ପାଇଁ ସବୁଠାରୁ ଉତ୍କୃଷ୍ଟ ଅଟେ। ଭାରତୀୟ ରେଳ ବିଭାଗରେ ଚାକିରୀ କରିଥିବା ବ୍ୟକ୍ତିଙ୍କୁ ଭଲ ବେତନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଥାଏ।

2. ବ୍ୟାଙ୍କ ପି.ଓ ଏବଂ କ୍ଳର୍କ: ଭାରତରେ ମହିଳାମାନଙ୍କ ପାଇଁ ବ୍ୟାଙ୍କ କ୍ଳର୍କ ଓ ପି.ଓ ଚାକିରୀ ସବୁଠାରୁ ଭଲ ଅଟେ। ଏହି କ୍ଷେତ୍ରରେ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଭଲ ବେତନ ଯୋଗାଇ ଦିଆଯିବା ସହିତ କାମ କରିବାର ସମୟ ମଧ୍ୟ ନିର୍ଦ୍ଧାରଣ ରହିଥାଏ। ବର୍ତ୍ତମାନ ଭାରତରେ ମହିଳା ବ୍ୟାଙ୍କ ମଧ୍ୟ ଖୋଲାଗଲାଣି, ଯାହାକି ମହିଳାଙ୍କ ଶକ୍ତିର ପରିଚୟ ଅଟେ।

3.କର୍ମଚାରୀ ଚୟନ ଆୟୋଗ (SSC): କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ କର୍ମଚାରୀ ଚୟନ ଆୟୋଗ (SSC) ତରଫରୁ ପ୍ରତିବର୍ଷ କମ୍ବାଇନଡ୍ ଗ୍ରାଜୁଏଟ ସ୍ତରର ପରୀକ୍ଷାର ଆୟୋଜନ କରିଥାଏ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରୁ ଆୟକର ବିଭାଗ, ସିବିଆଇ, ସୀମାଶୁଳ୍କ ଏବଂ ଆୟକାରୀ ବିଭାଗରେ ଚାକିରୀ ମହିଳାଙ୍କ ପାଇଁ ସବୁଠାରୁ ଭଲ ଚାକିରୀ ଅଟେ।

4.ଶିକ୍ଷୟତ୍ରୀ : ଭାରତରେ ମହିଳା ମାନଙ୍କ ପାଇଁ ଶିକ୍ଷାଦାନ ଚାକିରୀ ସବୁଠାରୁ ଭଲ ଚାକିରୀ ବୋଲି ବିବେଚନା କରାଯାଇଥାଏ। ପ୍ରତିବର୍ଷ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ Teacher Eligibility Testର ଆୟୋଜନ କରାଯାଇଥାଏ ଓ ଏହାର ଆଧାରରେ ସରକାରୀ କଲେଜ ଓ ସ୍କୁଲରେ ଶିକ୍ଷକ ପଦ ପାଇଁ ପ୍ରାର୍ଥୀ ଚୟନ କରାଯାଇଥାଏ। ଏହି ଚାକିରୀରେ ପ୍ରାର୍ଥୀଙ୍କୁ ଭଲ ବେତନ ମିଳିବା ସହିତ କାମ କରିବାର ସମୟ ନିର୍ଦ୍ଧାରିତ ରହିଥାଏ।

5.ଲୋକସେବା ଆୟୋଗ : ବର୍ତ୍ତମାନ କେନ୍ଦ୍ର ଲୋକସେବା ଆୟୋଗ ଓ ରାଜ୍ୟ ଲୋକସେବା ଆୟୋଗ ତରଫରୁ ଅନେକ ସରକାରୀ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି। ଏହି ସବୁ ଚାକିରୀ ମଧ୍ୟରେ ମହିଳା ମାନଙ୍କ ପାଇଁ ଭଲ ଚାକିରୀ ଉପଲବ୍ଧ ରହିଛି।

#jobs #govtjobs #govtjobswomen

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon