• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ ଶୁକ୍ର ଗୋଚର, ମାଘ ପୂର୍ଣ୍ଣିମା ପ୍ରଭାବ


(ବେତାର ବ୍ୟୁରୋ)ଚଳିତ ସପ୍ତାହରେ ଚନ୍ଦ୍ର କର୍କଟ ରାଶିର ପୁଷ୍ୟା ନକ୍ଷତ୍ର (ଶନି) ରୁ ଗତି ଆରମ୍ଭ କରି ତୁଳା ରାଶିର ସ୍ଵାତୀ (ରାହୁ) ନକ୍ଷତ୍ରରେ ଶେଷ କରିବେ । ଅର୍ଥାତ ଶନି ନକ୍ଷତ୍ରରୁ ଏ ସପ୍ତାହ ଆରମ୍ଭ ହେଇ ରାହୁରେ ଶେଷ ହେବ ଯାହାକି ଶୁଭ ଦଶାରେ ଭୌତିକ ସୁଖ, ଅଚାନକ ସଫଳତା ଓ ଅଶୁଭ ଦଶାରେ ବିଳମ୍ବ, ବାଧା କୁ ଦର୍ଶାଇଥାଏ । ସେହିପରି ଚଳିତ ସପ୍ତାହରେ ଶେଷ ଭାଗକୁ ଶୁକ୍ର ଗ୍ରହ ନିଜ ଗୃହ ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିବ, ଯାହାକି ବୈବାହିକ ଜୀବନ ଓ ଭୌତିକ ସୁଖ ପାଇଁ ଶୁଭ । ଏହି ସପ୍ତାହରେ ମାଘ ପୂର୍ଣ୍ଣିମା ଚନ୍ଦ୍ର ସିଂହ ରାଶିରେ ଥିବା ସମୟରେ ସଂଘଟିତ ହେବ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଏସବୁ ଗ୍ରହ ଚଳନର କି ପ୍ରଭାବ ଫେବୃୟାରି 18-24 ମଧ୍ୟରେ ରହିବ ।

ମେଷ: ଆୟ କମ ରହିବ। ଅଧିକ ପରିଶ୍ରମ କରନ୍ତୁ। ସନ୍ତାନଙ୍କୁ ସଫଳତା ମିଳିବ ଓ ଏଥିପାଇଁ ଗର୍ବ ଅନୁଭବ କରିବେ। ନୂତନ ବ୍ୟବସାୟ କରିବା ପାଇଁ ଯୋଜନା କରିବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଓ ଶାନ୍ତ ରୁହନ୍ତୁ।

ବୃଷ: ଭାଇଭଉଣୀଙ୍କ ସହ ଝଗଡା ହୋଇପାରେ। ଅନ୍ୟମାନଙ୍କ କଥାକୁ ଭଲ ଭାବରେ ଶୁଣିବା ପରେ ନିଜର ମତ ଦିଅନ୍ତୁ। ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଧୈର୍ଯ୍ୟର ସହ ଏହାର ସମାଧାନ କରନ୍ତୁ।

ମିଥୁନ: ସପ୍ତାହର ଆରମ୍ଭରୁ ବ୍ୟୟ ବୃଦ୍ଧି ପାଇବ। କୌଣସି କାମ ପାଇଁ ଅର୍ଥ ବ୍ୟୟ କରିବା ଆଗରୁ ଦୁଇଥର ଭାବନ୍ତୁ। ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବିପରୀତ ପରିସ୍ଥିତିରେ ଚିନ୍ତିତ ହୁଅନ୍ତୁ ନାହିଁ।

କର୍କଟ: ଅଧିକ କ୍ରୋଧୀ ହେବେ ଓ ଛୋଟ ଛୋଟ କଥାରେ ବିରକ୍ତ ହେବେ। ଏଥିପାଇଁ ଯତ୍ନବାନ ରୁହନ୍ତୁ ଓ ଅନ୍ୟମାନଙ୍କ ସହିତ ନିଜ ସମ୍ପର୍କକୁ ଖରାପ ହେବାକୁ ଦିଅନ୍ତୁ ନାହିଁ। ଅର୍ଥଲାଭ ହେବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଲୋକମାନଙ୍କୁ ଭଲ ଉପଦେଶ ଦେବେ। ଭାଗୀଦାରୀ ବ୍ୟବସାୟରେ ସଫଳତା ମିଳିବ। ସନ୍ତାନଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ଶୁଭଖବର ପ୍ରାପ୍ତି ହେବ।

କନ୍ୟା: ସପ୍ତାହଟି ଆପଣଙ୍କ ପାଇଁ ଭଲରେ କଟିବ। ଶତ୍ରୁଙ୍କୁ ଜୟ କରିବେ। ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। କାହା ଉପରେ ଅନ୍ଧପରି ବିଶ୍ଵାସ କରନ୍ତୁ ନାହିଁ। କଠିନ ପରିଶ୍ରମ ପରେ ସଫଳତା ପାଇବେ।

ତୁଳା: ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଉଚ୍ଚଶିକ୍ଷା ଲାଭ କରିବେ। ବିଦେଶ ଯାତ୍ରା ଯୋଗ ରହିଛି। ଛାତ୍ରଛାତ୍ରୀମାନଙ୍କୁ ସୁଫଳ ମିଳିବ। ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।

ବିଛା: ପିତାମାତାଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ସୁଫଳ ପାଇବେ ଓ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଶୁଭଖବର ପ୍ରାପ୍ତି ହେବ।

ଧନୁ: ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବେ। ଅଫିସ କମ ପାଇଁ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରନ୍ତୁ।

ମକର: ଭାଗୀଦାରୀ ବ୍ୟବସାୟ କରୁଥିଲେ ସାବଧାନ ରୁହନ୍ତୁ। ଆୟ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ ଓ ଧାର୍ମିକ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ କରିବେ। ଉଚ୍ଚଶିକ୍ଷା ପାଇଁ ସନ୍ତାନଙ୍କୁ ବିଦେଶ ପଠାଇ ପାରନ୍ତି।

କୁମ୍ଭ: ଏହି ସପ୍ତାହରେ ହଠାତ ଆପଣଙ୍କର ବ୍ୟୟ ବୃଦ୍ଧି ପାଇବ। ଶତ୍ରୁଙ୍କ ଠାରୁ ବିଜୟ ଲାଭ କରିବେ। ବ୍ୟବସାୟରେ ସଫଳତା ପାଇବେ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନନ୍ତୁ। କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ମୀନ: ସନ୍ତାନଙ୍କ ସହିତ ମତଭେଦ ହୋଇପାରେ। ବ୍ୟୟ ବୃଦ୍ଧି ପାଇବ। ଅଯଥା ଖର୍ଚ୍ଚ ନକରି ଅର୍ଥ ବ୍ୟୟ କରିବା ଆଗରୁ ଦୁଇଥର ଭାବନ୍ତୁ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଚାକିରୀରେ ପରିବର୍ତ୍ତନ କରିପାରନ୍ତି।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon