• padmabati kund

କେଶ ଝଡା, ରୁପି ପାଇଁ ଏପରି ବ୍ୟବହାର କରନ୍ତୁ ରସୁଣ


(ବେତାର ବ୍ୟୁରୋ) ଆଜିକାଲି କେଶ ଝଡିବାର ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଛି। ନିୟମିତ ଭାବରେ 100ଟି କେଶ ଝଡିବା ସାଧାରଣ ଅଟେ। କିନ୍ତୁ ଆପଣଙ୍କ କେଶ ଅନୁସାରେ ଯଦି ଅଧିକ କେଶ ଉପୁଡୁଛି ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। କେଶ ଝଡିବା ରୋକିବା ପାଇଁ ଆପଣ ରୋଷେଇ ଘରେ ସବୁବେଳେ ଊପଲବ୍ଧ ଥିବା ରସୁଣର ବ୍ୟବହାର କରିପାରିବେ। ରସୁଣ ଆପଣଙ୍କ ଖାଦ୍ୟର ସ୍ଵାଦ ବଢାଇବା ସହିତ ଏଥିରେ ଥିବା ଆୟୁର୍ବେଦିକ ଗୁଣ ଅନେକ ଗମ୍ଭୀର ରୋଗରୁ ରକ୍ଷା କରିଥାଏ।

ରସୁଣର ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶ ଶୀଘ୍ର ବଢିବାକୁ ଲାଗିଥାଏ ଓ ଏହାସହିତ ରୁପିର ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ରସୁଣର ବ୍ୟବହାରରେ କେଶକୁ କଣ କଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା।

1.କେଶକୁ ପୋଷଣ ପ୍ରଦାନ କରିଥାଏ: ବର୍ତ୍ତମାନ ସମୟରେ ଲୋକମାନଙ୍କର ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟପେୟ କାରଣରୁ ସେମାନଙ୍କର କେଶ ଓ କେଶମୂଳ କୁପୋଷଣର ଶିକାର ହେଉଛି। ରସୁଣରେ ବହୁତ ମାତ୍ରାରେ ଭିଟାମିନ ଓ ମିନାରାଲ ଯଥା ଭିଟାମିନ-ବି6, ଭିଟାମିନ-ସି ଓ ମାଙ୍ଗାନିଜ ରହିଥାଏ। ତେଣୁ କେଶରେ ରସୁଣର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ କେଶକୁ ପୋଷଣ ମିଳିବା ସହିତ ଏହା ସୁସ୍ଥ ରହିଥାଏ।

2.ସଂକ୍ରମଣରୁ ରକ୍ଷା କରିଥାଏ: କେଶମୂଳରେ କୌଣସି ପ୍ରକାରର ସଂକ୍ରମଣ ହେବା ଦ୍ଵାରା ଆପଣଙ୍କର କେଶ ଝଡିବାକୁ ଲାଗିଥାଏ। ରସୁଣରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହା ଆପଣଙ୍କ କେଶମୂଳକୁ ସଂକ୍ରମଣ ହେବାରୁ ରୋକିଥାଏ।

3.କେଶକୁ ମଜଭୁତ କରେ: ରସୁଣ କେଶକୁ ମଜଭୁତ କରିବା ପାଇଁ ବହୁତ ଉପଯୋଗୀ ହୋଇଥାଏ। ରସୁଣରେ ଥିବା ସଲଫର କେଶ ଝଡିବାକୁ ରୋକିଥାଏ ଏବଂ କେଶମୂଳକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ।

4.ରସୁଣକୁ ଶାମ୍ପୋ ସହିତ ବ୍ୟବହାର କରନ୍ତୁ: କେଶକୁ ଶାମ୍ପୋରେ ସଫା କରିବା ସମୟରେ ଏଥିରେ ରସୁଣର ବ୍ୟବହାର କରନନ୍ତୁ। ପ୍ରଥମେ ରସୁଣରୁ ରସ ବାହାର କରି ଏହାକୁ ଶାମ୍ପୋରେ ମିଶାଇ ଦିଅନ୍ତୁ। ଏହାପରେ ସେହି ଶାମ୍ପୋକୁ ବ୍ୟବହାର କରନ୍ତୁ। ଏହାବ୍ୟତୀତ ରସୁଣ ରସରେ ମହୁ ଓ ଅଦା ମିଶାଇ ସିରମ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହାଦ୍ଵାରା ରସୁଣର ବାସ୍ନା ମଧ୍ୟ ରହିବ ନାହିଁ।

5.ରସୁଣ ତେଲର ବ୍ୟବହାର କରନ୍ତୁ: କେଶ ଝଡିବା ରୋକିବା ପାଇଁ ଓ ରୁପି କମ କରିବା ପାଇଁ ରସୁଣ ତେଲର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ରସୁଣରୁ ରସ ବାହାର କରି ଏହାକୁ ନଡିଆ ତେଲରେ ମିଶାନ୍ତୁ। ଏହାକୁ ଅଳ୍ପ ସମୟ ଗରମ କରିବା ପରେ ଥଣ୍ଡା ହେବାକୁ ରଖିଦିଅନ୍ତୁ। ତେଲ ଥଣ୍ଡା ହେବା ପରେ ଏହାକୁ ନେଇ କେଶମୂଳରେ ମସାଜ କରନ୍ତୁ। ଗୋଟିଏ ଘଣ୍ଟା ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ରାତିଯାକ ଏହାକୁ ଲଗାଇ ରଖିବା ଦ୍ଵାରା ସୁଫଳ ମିଳିଥାଏ।

#lifestyle #haircare #garlic

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon