• ବେତାର ବ୍ୟୁରୋ

ୟୁପିଏସସି ସିଭିଲ ସର୍ଭିସ 2019 ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ


(ବେତାର ବ୍ୟୁରୋ) କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ତରଫରୁ ସିଭିଲ ସର୍ଭିସ ପରୀକ୍ଷା -IAS/IPS/IFS ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଫେବୃୟାରୀ 19 ତାରିଖରୁ ଆରମ୍ଭ ହେଉଛି। ୟୁପିଏସସି ତରଫରୁ ଏହାର ବିଜ୍ଞପ୍ତି ଫେବୃୟାରୀ 19ତାରିଖରେ ଯେକୌଣସି ସମୟରେ ପ୍ରକାଶ କରାଯାଇ ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 18ତାରିଖ ପର୍ଯ୍ୟନ୍ତ ରହିଛି।

ଯେଉଁପ୍ରାର୍ଥୀମାନେ ୟୁପିଏସସିର IAS/IPS/IFS ପଦ ପାଇଁ ଆଗ୍ରହୀ ଅଛନ୍ତି ସେମାନେ ଆବେଦନ କରିପାରିବେ। ଏଥିପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟ upsc.gov.in କିମ୍ବା upsconline.nic.in ରେ ଲଗଇନ କରିପାରିବେ।

ପରୀକ୍ଷା ତାରିଖ

ସିଭିଲ ସର୍ଭିସ ପରୀକ୍ଷା (CSE) 2019ର ପ୍ରିଲିମିନାରି ପରୀକ୍ଷା ଆସନ୍ତା ଜୁନ ମାସ 2 ତାରିଖରେ ଅନୁଷ୍ଠିତ ହେବ। ମେନ୍ ପରୀକ୍ଷା ସେପ୍ଟେମ୍ବର 20ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଞ୍ଚଦିନ ପାଇଁ ଅନୁଷ୍ଠିତ ହେବ। ତେବେ IFS ପଦ ପାଇଁ ମେନ୍ ପରୀକ୍ଷା ଡିସେମ୍ବର 2 ତାରିଖରେ ଅନୁଷ୍ଠିତ ହେବ ଓ ଏହା ମୋଟ 10ଦିନ ପାଇଁ ହେବ।

ଶିକ୍ଷାଗତ ଯୋଗ୍ୟତା

ଏହି  ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ କିମ୍ବା ଗ୍ରାଜୁଏସନ ସ୍ତରର କୋର୍ସରେ ପାସ କରିଥିବା ଆବଶ୍ୟକ।

ଚୟନ ପଦ୍ଧତି

କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଏହି ସିଭିଲ ସର୍ଭିସ ପରୀକ୍ଷାର ଆୟୋଜନ ତିନିଟି ସ୍ତରରେ  କରାଯାଇଥାଏ। ପ୍ରଥମେ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବା ପରେ ଯେଉଁ ପ୍ରାର୍ଥୀମାନେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ମେନ୍ ପରୀକ୍ଷା ଦେବେ। ମେନ୍ ପରୀକ୍ଷାରେ ପାସ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ଦେବାକୁ ପଡିବ ଓ ଏହାପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ପରୀକ୍ଷା ସିଲାବସ

ୟୁପିଏସସି 2019ର ପ୍ରିଲିମିନାରି ପରୀକ୍ଷାରେ ଦୁଇଟି କମ୍ପଲସରି (ବାଧ୍ୟତାମୂଳକ) ପେପର ରହିବ। ପେପର-1 ଓ ପେପର-2 ଉଭୟରେ 200ଲେଖାଏଁ ମାର୍କର ପରୀକ୍ଷା ଦେବାକୁ ପଡିବ। ସମସ୍ତ ପ୍ରଶ୍ନ multiple choice ଆକାରରେ ରହିବ। ପ୍ରିଲିମିନାରି ପରୀକ୍ଷାରେ ରଖିଥିବା ମାର୍କ ଶେଷ ସିଲେକ୍ସନରେ ଗଣା ଯିବ ନାହିଁ। ମେନ୍ ପରୀକ୍ଷା ଦେବା ପାଇଁ ଏଥିରେ ପାସ କରିବା ଜରୁରୀ।

ମେନ୍ ପରୀକ୍ଷାରେ ମୋଟ 1750ମାର୍କ ଓ ସାକ୍ଷାତକାରରେ 275ମାର୍କ ରହିଥାଏ। ମେନ୍ ପରୀକ୍ଷା ଓ ସାକ୍ଷାତକାରରେ ରଖିଥିବା ମାର୍କ ଅନୁଯାୟୀ ପ୍ରାର୍ଥୀଙ୍କର ଚୟନ କରାଯିବ।

#upscexam #UPSC #onlineapplication

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon