• padmabati kund

ୱାର୍ଲ୍ଡକପରେ ଭାରତ ଓ ପାକିସ୍ଥାନର ‘ମହାମୁକାବିଲା’କୁ ନେଇ ଅନିଶ୍ଚିତତା


(ବେତାର ବ୍ୟୁରୋ) କ୍ରିକେଟର ମହାକୁମ୍ଭ ବା କ୍ରିକେଟ ୱାର୍ଲ୍ଡକପ ଚଳିତବର୍ଷ ମେ’ 30ରୁ ଆରମ୍ଭ ହେବ। କ୍ରିକେଟ ୱାର୍ଲ୍ଡକପରେ ଦୁଇ ପ୍ରତିଦ୍ଵନ୍ଦୀ ଦଳ ଭାରତ ଓ ପାକିସ୍ଥାନ ମଧ୍ୟରେ 'ମହାମୁକାବିଲା' ପାଇଁ ସାରା ଦୁନିଆର କ୍ରିକେଟ ଫ୍ୟାନମାନେ ଅପେକ୍ଷା କରିଥାନ୍ତି। କିନ୍ତୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏହି ଦୁଇଦଳ ମଧ୍ୟରେ ୱାର୍ଲ୍ଡକପରେ ମ୍ୟାଚକୁ ନେଇ ଅନିଶ୍ଚିନ୍ତତା ଦେଖାଦେଇଛି। ୱାର୍ଲ୍ଡକପରେ ଭାରତୀୟ ଦଳକୁ ପାକିସ୍ଥାନ ବିରୁଦ୍ଧ ମ୍ୟାଚ ଖେଳିବା ଉଚିତ କି ନୁହେଁ ଏହାକୁ ନେଇ ପ୍ରଶ୍ନ ଉଠିଛି।

ୱାର୍ଲ୍ଡକପ ଆରମ୍ଭ ହେବା ପାଇଁ ଆଉ 100ଦିନ ରହିଛି। ଏହି ୱାର୍ଲ୍ଡକପରେ ଭାରତ ଜୁନ 5 ତାରିଖରେ ସାଉଥଆଫ୍ରିକା ବିରୁଦ୍ଧରେ ୱାର୍ଲ୍ଡକପର ପ୍ରଥମ ମ୍ୟାଚ ଖେଳିବ। ଏହାପରେ ଜୁନ16ରେ ପାକିସ୍ଥାନ ସହିତ ମ୍ୟାଚ ରହିଛି।

ଏଥିପାଇଁ ବର୍ତ୍ତମାନ ସମୟ ଥିବା ବେଳେ ଆସନ୍ତା 28ତାରିଖରେ ହେବାକୁ ଥିବା ICCର ବୈଠକରେ ଭାରତୀୟ କ୍ରିକେଟ ବୋର୍ଡ BCCI ପାକିସ୍ଥାନ ବିରୁଦ୍ଧରେ ମ୍ୟାଚ ନଖେଳିବାର ପ୍ରସ୍ତାବ ରଖିପାରେ। ତେବେ ବର୍ତ୍ତମାନ ଆଇସିସି ତରଫରୁ ୱାର୍ଲ୍ଡକପର ଖେଳସୂଚୀ ପରିବର୍ତ୍ତନ କରିବା ଅସମ୍ଭବ ଅଟେ। ଭାରତ ଯଦି ପାକିସ୍ଥାନ ବିରୁଦ୍ଧରେ ଖେଳିବାକୁ ମନାକରେ ତେବେ ଭାରତ 2ପଏଣ୍ଟ ହରେଇବା ସହିତ ଏଥିପାଇଁ ଜୋରିମାନା ମଧ୍ୟ ଦେବ।

2013ରୁ ଖେଳିନାହିଁ ଦ୍ଵିପାକ୍ଷିକ ସିରିଜ

ଭାରତ ଓ ପାକିସ୍ଥାନ ମଧ୍ୟରେ 2013 ମସିହାରୁ କୌଣସି ଦ୍ଵିପାକ୍ଷିକ ସିରିଜ ଖେଳାଯାଇନାହିଁ। ଶେଷଥର ଏହି ଦୁଇଦଳ ପ୍ରାୟ ଦୁଇବର୍ଷ ତଳେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ସାମ୍ନାସାମ୍ନି ହୋଇଥିଲେ। ଏହି ମ୍ୟାଚରେ ପାକିସ୍ଥାନ ମ୍ୟାଚ ଜିତିଥିଲା। ତେବେ ୱାର୍ଲ୍ଡକପରେ ଏହି ଦୁଇଦଳ ମଧ୍ୟରେ 6ଟି ମ୍ୟାଚ ଖେଳାଯାଇଛି ଓ ସବୁ ମ୍ୟାଚରେ ଭାରତ ବିଜୟୀ ହୋଇଛି।

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଭାରତର 44ଜଣ ସିଆରପିଏଫ ସୈନିକ ସହିଦ ହେବା ପରେ ପାକିସ୍ଥାନ ବିରୁଦ୍ଧରେ ଭାରତର ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କ୍ରିକେଟ ଜଗତର ଅନେକ ତାରକାମାନେ ମଧ୍ୟ ଏପରି ଘଟଣାର କଡା ନିନ୍ଦା କରିବା ସହିତ ଆଗାମୀ ୱାର୍ଲ୍ଡକପରେ ପାକିସ୍ଥାନ ବିରୁଦ୍ଧରେ ମ୍ୟାଚ ନଖେଳିବା ପାଇଁ ମତ ଦେଉଛନ୍ତି।

ବିସିସିଆଇର ଅଧିକାରୀମାନେ ବର୍ତ୍ତମାନ ଏହି ମାମଲାରେ ମନ୍ତବ୍ୟ ଦେବାକୁ ରାଜି ହେଉନାହାନ୍ତି କିନ୍ତୁ ଆଇପିଏଲର ଚେୟାରମ୍ୟାନ ରାଜୀବ ଶୁକ୍ଲା ଏନେଇ ନିଜ ମନ୍ତବ୍ୟ ଦେଇ କହିଛନ୍ତି, “ଆମର ନୀତି ଓ ସ୍ଥିତି ବହୁତ ସ୍ପଷ୍ଟ ଅଟେ। ଯେପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିବ ନାହିଁ, ସେପର୍ଯ୍ୟନ୍ତ ପାକିସ୍ଥାନ ବିରୁଦ୍ଧରେ ଖେଳିବୁ ନାହିଁ।“

କ୍ରିକେଟ କ୍ଲବ ଅଫ ଇଣ୍ଡିଆ (CCI)ର ସେକ୍ରେଟାରୀ ସୁରେଶ ୱାଫନା କହିଛନ୍ତି ଯେ, ୱାର୍ଲ୍ଡକପରେ ଭାରତ ପାକିସ୍ଥାନ ବିରୁଦ୍ଧରେ ଖେଳିବା ଉଚିତ ନୁହେଁ। ତାଙ୍କ ମତରେ CCI ଏକ ଖେଳ ସଂସ୍ଥା ହେଲେ ମଧ୍ୟ ଦେଶ ଠାରୁ ଖେଳ ବଡ ନୁହେଁ। ସେହିପରି ଭାରତର ପୂର୍ବତନ ଖେଳାଳୀ ହରଭଜନ ସିଂ କହିଛନ୍ତି ଯେ, ଭାରତକୁ ପାକିସ୍ଥାନ ଠାରୁ କ୍ରିକେଟ ସମ୍ବନ୍ଧ ଭାଙ୍ଗିଦେବା ଉଚିତ, ଦେଶଠାରୁ କ୍ରିକେଟ ବଡ ନୁହେଁ।

ୱାର୍ଲ୍ଡକପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଅନିଶ୍ଚିନ୍ତତା ଦେଖାଦେଇଥିବା ବେଳେ ଆସନ୍ତା ଫେବୃୟାରୀ 28ରେ ଦୁବାଇରେ ହେବାକୁ ଥିବା ଆଇସିସିର ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

#cricket #worldcup #indiavspakisthanmatch

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon