• padmabati kund

କେମିତି ଯନ୍ତାରେ ପଡିଲା ରାଜଧାନୀ ରେ ବାଘ


(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ୱରରେ ଦୁଇଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏକ କଲରାପତରିଆ ବାଘକୁ ବନବିଭାଗ ଧରିବାରେ ସଫଳ ହୋଇଛି ଓ ମଙ୍ଗଳବାର ବିଳମ୍ବିତ ରାତିରେ ଏହି କଲରାପତରିଆ ବାଘଟି ଶେଷରେ ଯନ୍ତାରେ ପଡ଼ିଛି। ଭୁବନେଶ୍ଵର ବିମାନବନ୍ଦରର କାର୍ଗୋ ଗେଟ୍ ପାଖରେ ବସା ଯାଇଥିବା ଯନ୍ତାରେ କୁକୁଡ଼ା ଖାଇବାକୁ ଆସି ଏହି କଲରାପତରିଆ ବାଘ  ଧରାପଡିଛି ।

ଏହି କଲରାପତରିଆ ବାଘକୁ ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ବାଘକୁ ଧରିବା ପାଇଁ ମଙ୍ଗଳବାର ଦିନ ବନବିଭାଗ ତରଫରୁ ‘‘ଅପରେସନ୍‌ ଲିଓପାର୍ଡ’ ଆରମ୍ଭ କରିଥିଲା ।

ଏୟାରପୋର୍ଟର ଘଞ୍ଚ ବୁଦାଥିବା ଅଞ୍ଚଳର ସ୍ୟାଟେଲାଇଟ୍‌ ଫୁଟେଜ୍‌କୁ ଆକଳନ କରିବା ପରେ ଅପରେସନ୍‌ ଆରମ୍ଭ କରାଯାଇଥିଲା। ବାଘକୁ ଧରିବା ପାଇଁ ବନବିଭାଗ ତରଫରୁ  ବିମାନ ବନ୍ଦର ଅଞ୍ଚଳରେ କ୍ୟାମେରା ଲଗାଯାଇଥିଲା। ଏହାସହିତ ବନବିଭାଗ ଟିମ୍‌ ଯନ୍ତା, ଟ୍ରାପିଂ ନେଟ୍‌ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ପ୍ରସ୍ତୁତ ରହିଥିଲେ। ସୁରକ୍ଷା କାରଣରୁ ଏହି ଅଞ୍ଚଳରେ ଲୋକଙ୍କୁ ଯିବା ଆସିବା କରିବା ପାଇଁ ବନବିଭାଗ ତରଫରୁ ବାରଣ କରାଯାଇଥିଲା।  

କୁକୁଡା ଖାଇବାକୁ ଆସି ପଡିଲା ଯନ୍ତାରେ

ପ୍ରାଥମିକ ପର୍ଯ୍ୟାୟରେ  ବାଘକୁ ଧରିବା ପାଇଁ ବନବିଭାଗ ତରଫରୁ ବିମାନ ବନ୍ଦର ନିକଟରେ ଥିବା ବଣବୁଦା ଓ ଜଙ୍ଗଲିଆ ଅଞ୍ଚଳରେ 6ଟି ଯନ୍ତା ବସା ଯାଇଥିଲା। ଦୁଇଦିନ ହେବ ଜନବସତି ମଧ୍ୟକୁ ଆସିଥିବାରୁ ବାଘଟି ଭୋକିଲା ଥିବାର ଆଶଙ୍କା କରାଯାଇଥିଲା। ତେଣୁ ବାଘକୁ ଆକୃଷ୍ଟ କରିବା ପାଇଁ ବସା ଯାଇଥିବା ଯନ୍ତାରେ ଛେଳି ଓ କୁକୁଡ଼ା ଆଦି ଛଡ଼ାଯାଇଥିଲା। ରାତିରେ ଖାଦ୍ୟ ଅନ୍ଵେଷଣ ପାଇଁ ଆସିଥିବା ବେଳେ କାର୍ଗୋ ଗେଟ୍ ପାଖରେ ଥିବା ଯନ୍ତାରେ ବାଘଟି କୁକୁଡାକୁ ଦେଖିଥିଲା। କୁକୁଡାକୁ ଖାଇବା ପାଇଁ ଯନ୍ତା ଭିତରେ ପ୍ରବେଶ କରିବା ପରେ ଯନ୍ତାର ଦ୍ଵାରଟି ବନ୍ଦ ହୋଇଯାଇଥିଲା।

ମଙ୍ଗଳବାର ବିଳମ୍ବିତ ରାତ୍ରି 2ଟାରେ ବାଘ ଯନ୍ତାରେ ଧରା ପଡିବା ପୂର୍ବରୁ ରାତି 12ଟା ସମୟରେ କ୍ୟାମେରାରେ ବାଘକୁ କ୍ୟାମେରାରେ ଦେଖାଯାଇଥିଲା।  ଧରାପଡ଼ିବା ପରେ ବାଘକୁ ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି। ବନବିଭାଗ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ବାଘକୁ ଯନ୍ତା ସାହାଯ୍ୟରେ ଧରିବା ପାଇଁ ଉଦ୍ୟମ ସଫଳ ହୋଇଛି। ଯଦି ବାଘଟି ଯନ୍ତା ଭିତରେ ଧରା ଦେଇନଥାନ୍ତା ତେବେ ଏହାକୁ ଟ୍ରାଙ୍କୁଲାଇଜ କରାଯାଇଥାନ୍ତା।

ଏହି ଅପରେସନରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଓୟୁଏଟିର ଭେଟ୍ରିନାରୀ ଡାକ୍ତର ବି ସାମିଲ ହୋଇଥିଲେ। ବାଘ ଯେପରି ଜନବସତି ଭିତରକୁ ନ ପଶିବ ଓ ବାଘ ସହିତ ସାଧାରଣ ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହିବ, ସେନେଇ ଏହି ଅପରେସନ୍ ବେଳେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ଏହି କଲରାପତରିଆ ବାଘଟିକୁ ପ୍ରଥମେ ରବିବାର ରାତି 11ଟା ସମୟରେ ଭୁବନେଶ୍ଵର ବିମାନବନ୍ଦର ନିକଟସ୍ଥ ପଳାଶପଲ୍ଲୀ ଅଞ୍ଚଳରେ ଏକ ସିସିଟିଭି କ୍ୟାମେରାରେ ଦେଖାଯାଇଥିଲା। ବାଘଟି ଏକ ଅଫିସର  ପାଚେରୀ ଡେଇଁ ବାହାରକୁ ଆସୁଥିବା ସମୟରେ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଥିଲେ। ତେବେ ବର୍ତ୍ତମାନ ବନବିଭାଗ ଦ୍ଵାରା ବାଘକୁ ସଫଳତାର ସହ ଧରାଯିବା ପରେ ସ୍ଥାନୀୟ ଲୋକଙ୍କୁ ଆଶ୍ଵସ୍ତି ମିଳିଛି।

#leopard #tigertrap #bhubaneswar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon