• ବେତାର ବ୍ୟୁରୋ

ବ୍ୟବସାୟ,ଚାକିରିରେ ବାଧା ଦୂର ପାଇଁ ଆପଣାନ୍ତୁ 6 ବାସ୍ତୁଟିପ୍ସ


(ବେତାର ବ୍ୟୁରୋ) ସୁଖଶାନ୍ତିରେ ଜୀବନକୁ ଅତିବାହିତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଜୀବିକା ସହିତ ଜଡିତ ରହିଥାଏ। କିଛିଲୋକ ନିଜସ୍ୱ ବ୍ୟବସାୟ କରୁଥିବା ବେଳେ ଅନ୍ୟକିଛି ଲୋକ ଚାକିରୀ କରିଥାନ୍ତି। ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ କରି ସଫଳତା ପାଇବାକୁ ଚାହିଁଥାଏ। କିନ୍ତୁ ବେଳେବେଳେ ଦେଖାଯାଇଥାଏ ଯେ, କଠିନ ପରିଶ୍ରମ କରିବା ପରେ ମଧ୍ୟ ଲୋକଙ୍କୁ ସଫଳତା ମିଳିନଥାଏ। ସଫଳତା ପାଇବା ବାଟରେ କିଛି ନା କିଛି ବାଧା ସୃଷ୍ଟି ହୋଇଥାଏ।

ବାସ୍ତୁଶାସ୍ତ୍ରରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଅନେକ ଉପାୟ ରହିଛି। ଯଦି ଆପଣମାନେ ମଧ୍ୟ ଏପରି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ବାସ୍ତୁଶାସ୍ତ୍ରର କିଛି ଟିପ୍ସ ବିଷୟରେ ଆସନ୍ତୁ ଜାଣିବା।

1.ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟବସାୟ ଓ ଚାକିରୀରେ ସଫଳତା ପାଇବା ଦିଗରେ ବାଧା ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଅଫିସର ଦ୍ରବ୍ୟକୁ ସଠିକ ସ୍ଥାନରେ ନରଖିବା। ଯେପରିକି ଅଫିସରେ ବ୍ୟବହାର କରୁଥିବା ଟେଲିଫୋନ, କମ୍ପ୍ୟୁଟର, ଲାପଟପ ଆଦିକୁ ଅଫିସର ଉତ୍ତର ବା ପଶ୍ଚିମ ଦିଗରେ ରଖିବା ଉଚିତ। ଏହାସହିତ ଅଫିସରେ ପୂର୍ବଦିଗ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ।

2.ଅଫିସରେ ଆପଣ ଯେଉଁ ସ୍ଥାନରେ ବସି କାମ କରୁଛନ୍ତି ସେହି ସ୍ଥାନର ପଛପଟରେ ଥିବା କାନ୍ଥରେ ପାହାଡ କିମ୍ବା ଭବ୍ୟ କୋଠଘରର ଚିତ୍ର ଥିବା ଫଟୋ ଲଗାନ୍ତୁ। ଏହାଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସ ବଢିବ ଓ ସଫଳତା ପାଇବା ଦିଗରେ ଆସୁଥିବା ସମସ୍ୟା ଦୂର ହୋଇଯିବ।

3.ବାସ୍ତୁ ଅନୁସାରେ ଘର ମଧ୍ୟରେ ଫିସ୍ ପଟ୍ ବା ଆକ୍ଵାରିୟମ ରଖିବା ବହୁତ ଶୁଭ ହୋଇଥାଏ। ଏଥିରେ ଆଠଟି ଗୋଲ୍ଡେନ ମାଛ ରଖିବା ସହିତ ଗୋଟିଏ କଳାରଙ୍ଗର ମାଛ ମଧ୍ୟ ରଖନ୍ତୁ। ଏହି ଫିସ୍ ପଟ୍ କୁ ଘରର ଡ୍ରଇଙ୍ଗରୁମର ଡାହାଣ ପାଖରେ ରଖନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ୟା ଦୂର ହେବ।

4.ଅଫିସରେ ଆପଣଙ୍କ ଡେକ୍ସ ଉପରେ କେବେ ବି ନାଗଫେଣୀ, ବୋନସାଇ ଗଛ କିମ୍ବା ଶୁଖିଲା ଫୁଲ ରଖନ୍ତୁ ନାହିଁ। ଏହାଦ୍ଵାରା ନକରାତ୍ମକ ଶକ୍ତି ଜାତ ହୋଇଥାଏ। ଡେକ୍ସ ଉପରେ ସବୁବେଳେ ସତେଜ ଫୁଲ ରଖନ୍ତୁ ଓ କୃତ୍ରିମ ଗଛ ରଖନ୍ତୁ।

5.ଘର ବା ଅଫିସର ମୁଖ୍ୟଦ୍ଵାର ସାମ୍ନାରେ ସିଡି ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏହା ଅଶୁଭ ହୋଇଥାଏ। ଯଦି ଆପଣଙ୍କ ଘରେ ବା ଅଫିସରେ ଏପରି ସିଡି ରହିଛି ତେବେ ମୁଖ୍ୟଦ୍ଵାରରେ ୱିଣ୍ଡଚାଇମ୍ ଲଗାନ୍ତୁ। ୱିଣ୍ଡଚାଇମ୍ ସକରାତ୍ମକ ଶକ୍ତି ଜାତ କରିବାରେ ସହାୟକ ହୋଇଥାଏ।

6.ବ୍ୟବସାୟ ଓ ଚାକିରୀରେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳୁନଥିଲେ ନିଜ ପାଖରେ ଏକ ଲାଲ ରଙ୍ଗର ରୁମାଲ ରଖନ୍ତୁ। ବାସ୍ତୁ ଅନୁଯାୟୀ ଏହା ଶୁଭ ହୋଇଥାଏ ଓ ଶୋଇବା ଘରର କାନ୍ଥକୁ ହଳଦିଆ ରଙ୍ଗରେ ସଜାନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ)

#astrology #vastutips #vastuforsuccess #Vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon