• padmabati kund

ହଜମ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ


(ବେତାର ବ୍ୟୁରୋ) ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଅନେକ ଲୋକ ବଦହଜମିର ଶିକାର ହେଉଛନ୍ତି। ଖାଉଥିବା ଖାଦ୍ୟ ସଠିକ ଭାବରେ ହଜମ ନହେଲେ ଆପଣଙ୍କ ଦିନ କେତେ ଖରାପ ହୋଇଯାଇଥାଏ, ତାହାସେହି ଲୋକମାନଙ୍କୁ ବେଶ ଭଲ ଭାବରେ ଜଣା ଯେଉମାନଙ୍କୁ ଗ୍ୟାସ ଓ ବଦହଜମିର ସମସ୍ୟା ରହିଥାଏ। ଖାଦ୍ୟ ଖାଇବା ପରେ ସଠିକ ଭାବରେ ହଜମ ନହେଲେ ଖରାପ ହାକୁଡି ହୋଇଥାଏ। ଏହାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଔଷଧର ସେବନ କରିଥାନ୍ତି।

ଔଷଧ ସେବନ କରିବା ଅପେକ୍ଷା କେତେକ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ଏହାକୁ ଦୂର କରିବା ପାଇଁ କଣ କରିବେ ଆସନ୍ତୁ ଜାଣିବା।

୧.ସଠିକ ଭାବରେ ଖାଆନ୍ତୁ: ସବୁବେଳେ ସଠିକ ସମୟରେ ଖାଦ୍ୟଗ୍ରହଣ କରିବା ଜରୁରୀ। ଏହି ସମୟରେ ପରିବର୍ତ୍ତନ କରିବା ଅନୁଚିତ। ଏହାସହିତ ଖାଇବା ସମୟରେ ଧୀରେ ଧିରେ ଓ ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ। ରାତିରେ ଶୋଇବାର ୩ ରୁ ୪ ଘଣ୍ଟା ପୂର୍ବରୁ ଖାଇବା ଉଚିତ।

୨.ଫାଇବର ଯୁକ୍ତ ଖାଦ୍ୟ: ଖାଦ୍ୟ ହଜମ କରିବା ପାଇଁ ଫାଇବର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ତେଣୁ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହାଦ୍ଵାରା ଖାଦ୍ୟ ସହଜରେ ହଜମ ହୋଇଯିବ। ଖାଦ୍ୟରେ ଫାଇବରର ମାତ୍ରା କମ ରହିଲେ ହଜମ ପ୍ରକ୍ରିୟା ଜନିତ ରୋଗ ସୃଷ୍ଟି ହୋଇଥାଏ।

୩.ଆବଶ୍ୟକ ପରିମାଣର ପାଣି: ଖାଦ୍ୟ ହଜମ ହେବା ପାଇଁ ସବୁବେଳେ ଆବଶ୍ୟକୀୟ ପରିମାଣର ପାଣି ପିଇବା ଉଚିତ। ମହିଳାଙ୍କୁ ଗୋଟିଏ ଦିନରେ ୨.୧ଲିଟର ପାଣି ଓ ପୁରୁଷଙ୍କୁ ଗୋଟିଏ ଦିନ ମଧ୍ୟରେ ୨.୬ଲିଟର ପାଣି ପିଇବାର ଆବଶ୍ୟକତା ରହିଛି। ଶରୀରକୁ ଆବଶ୍ୟକ ପରିମାଣର ପାଣି ମିଳିଲେ ଖାଦ୍ୟ ହଜମ ହେବାରେ ସହଜ ହୋଇଥାଏ।

୪.ପ୍ରୋବାୟୋଟିକ୍ସରର ସେବନ: ପ୍ରୋବାୟୋଟିକ୍ସ ଏପରି ଏକ ବ୍ୟାକ୍ଟେରିଆ ଅଟେ ଯାହାକି ଆପଣଙ୍କ ଶରୀର ପଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ। ଦହିରେ ପ୍ରଚୁର ପରିମାଣର ପ୍ରୋବାୟୋଟିକ୍ସ ରହିଥାଏ, ତେଣୁ ଖାଦ୍ୟ ଖାଇବା ସମୟରେ ଦହିକୁ ପ୍ରାଥମିକତା ଦିଅନ୍ତୁ।

୫.ଖଟାଫଳର ସେବନ: ଖାଦ୍ୟ ହଜମ ନହେବା ସମୟରେ ଖଟା ଖାଇବାକୁ ମନା କରାଯାଇଥାଏ। କିନ୍ତୁ ଏହା ଶରୀର ପାଇଁ ଉପାଦେୟ ଅଟେ। ଲେମ୍ବୁରସକୁ ଖାଦ୍ୟ ହଜମ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ଖଟା ଫଳ ଯଥା ଲେମ୍ବୁ ଓ କମଳା ଖାଇବା ଦ୍ଵାରା ଖାଦ୍ୟ ସହଜରେ ହଜମ ହୋଇଥାଏ।

୬.ଚେରମୂଳି ପଦାର୍ଥର ସେବନ: ଚେରମୂଳି ପଦାର୍ଥ ଓ ମସଲା ଆପଣଙ୍କ ଖାଦ୍ୟର ସ୍ଵାଦ ବଢାଇବା ସହିତ ଆପଣଙ୍କ ପାଚନ ଶକ୍ତି ମଧ୍ୟ ବଢାଇଥାଏ। ଏହାର ସ୍ଵାଦ ଓ ବାସ୍ନା ଗ୍ୟାସଟିକ ଦୂର କରିବାରେ ସାହାଯ୍ୟ କରେ। ଉଦାହରଣ ସ୍ୱରୂପ ଧନିଆ, ଅଦା, ଜୀରା, ଲଙ୍କା, ଗୋଲମରିଚ, ହଳଦୀ ଇତ୍ୟାଦି ଖାଇବା ଦ୍ଵାରା ଆପଣଙ୍କ ଶରୀରର ହଜମ ଶକ୍ତି ବୃଦ୍ଧି ପାଇଥାଏ।

#health #food #digetion #gastrik

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon