• padmabati kund

ଅନଲାଇନରେ ବିକ୍ରି ହେଉଛି ପ୍ଲାଷ୍ଟିକ ବୋତଲ ଚପଲ, ମୂଲ୍ୟ ଟ.1423


(ବେତାର ବ୍ୟୁରୋ) ଆଜିକାଲି ଅନଲାଇନରେ ପ୍ରାୟ ସମସ୍ତ ଜିନିଷ ବିକ୍ରି କରାଯାଉଛି। ଘର ପାଇଁ ଆବଶ୍ୟକୀୟ ସାମଗ୍ରୀ, ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟପେୟ ମଧ୍ୟ ଅନଲାଇନରେ ବିକ୍ରି କରାଯାଉଛି। ଏହାସହିତ ଅନାବଶ୍ୟକ ସାମଗ୍ରୀକୁ ବ୍ୟବହାର କରି ଅନେକ କମ୍ପାନୀ ନୂଆ ନୂଆ ସାମଗ୍ରୀର ତିଆରି କରି ମଧ୍ୟ ବିକ୍ରି କରୁଛନ୍ତି। ତେବେ ଏପରି ଏକ ଅନାବଶ୍ୟକ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଚପଲର ଫଟୋ ସୋସିଆଲ ମିଡିଆରେ। ଏହି ଚପଲକୁ ଅନଲାଇନରେ ଖୁବ ଅଧିକ ଦାମରେ ବିକ୍ରି କରାଯାଉଛି।

ଅନଲାଇନରେ ଏହି ଚପଲ ବିକ୍ରି ହେବା ପରେ ସୋସିଆଲ ମିଡିଆରେ ଏହାର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ନ୍ୟୁଜିଲାଣ୍ଡର ଜଣେ ମହିଳା ଏହି ଚପଲକୁ ଅନଲାଇନରେ ବିକ୍ରି କରୁଛନ୍ତି। ଏହାର ମୂଲ୍ୟ 20 ଡଲାର ରହିଛି ଯାହାକି ପ୍ରାୟ ଟ.1423 ଭାରତୀୟ ମୁଦ୍ରା ଅଟେ।

ଏହି ଚପଲକୁ ସାଧାରଣ ଲୋକ ଚାହିଁଲେ ଦୁଇଟି ପ୍ଲାଷ୍ଟିକ ବୋତଲ ନେଇ ସହଜରେ ପ୍ରସ୍ତୁତ କରିପାରିବ। ଦୁଇଟି ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି କାମ ଚଳେଇବା ପାଇଁ ଯେକୌଣସି ବ୍ୟକ୍ତି ଏହାକୁ ତିଆରି କରିପାରିବେ। ତେବେ ଏହାର ମୂଲ୍ୟ ଏତେ ଅଧିକ କଣ ପାଇଁ ରହିଛି ସେନେଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଚପଲର ଫଟୋକୁ ଲୋକମାନେ ସୋସିଆଲ ମିଡିଆରେ ଖୁବ ଶେୟାର କରୁଛନ୍ତି। ଫଟୋକୁ ଶେୟାର କରିବା ସହିତ ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ, ଏହି ଚପଲରେ କଣ ବିଶେଷତ୍ଵ ଅଛି। ଏହି ଚପଲ ପିନ୍ଧିକରି କଣ ପାଣି ଉପରେ ଚାଲି ହେବ ବୋଲି କିଛି କିଛି ଲୋକ ପ୍ରଶ୍ନ କରୁଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏପରି ମାଗଣାରେ ମିଳୁଥିବା ସାମଗ୍ରୀକୁ ଅନଲାଇନରେ ଖୁବ ଅଧିକ ବିକ୍ରି କରାଯାଉଥିବାର ଦେଖିବାକୁ ମିଳିଛି। ଏହାପୂର୍ବରୁ ଏକ ଅନଲାଇନ ୱେବସାଇଟରେ ନଡିଆର ଖାଲି ଶଢେଇ (ଖୋଳ)କୁ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ଏହାର ମୂଲ୍ୟ ଟ.3000 ବୋଲି ଲେଖାଯାଇଥିଲା ଓ 55% ଡ଼ିସକାଉଣ୍ଟ ପରେ ଏହାକୁ ଟ.1365 ମୂଲ୍ୟରେ ବିକ୍ରି ହେଉଥିଲା।

ସୋସିଆଲ ମିଡିଆରେ ଲୋକମାନେ ଏହାକୁ ଦେଖିବା ପରେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେଓ ଏହି ସାଧାରଣ ଜିନିଷର ଏତେ ଅଧିକ ଦାମ ଦେଖି ବିଶ୍ଵାସ କରିପାରିନଥିଲେ। ଦେଖିବାକୁ ଗଲେ ଏପରି ବ୍ୟବସାୟ ମନ୍ଦ ନୁହେଁ, କିନ୍ତୁ ମାଗଣାରେ ମିଳିପାରୁଥିବା ଏହିସବୁ ଜିନିଷକୁ ଲୋକମାନେ ଏତେ ଅଧିକ ଦାମରେ କିଣିପାରିବେ ନାହିଁ।     

#oddnews #plashtickbottleshoes #onlineshopping

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon