• padmabati kund

ଫ୍ରାଇଡେ ରିଲିଜ : ଅନେକ ମଜାଦାର ଦୃଶ୍ୟରେ ଭରପୁର 'ଟୋଟାଲ ଧମାଲ'


(ବେତାର ବ୍ୟୁରୋ) ବଲିଉଡରେ ‘ମସ୍ତି’ ଓ ‘ଗ୍ରାଣ୍ଡମସ୍ତି’ ପରି ସୁପରହିଟ୍ କମେଡି ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ଫିଲ୍ମ ‘ଟୋଟାଲ ଧମାଲ’ ଫେବୃୟାରୀ 22 (ଶୁକ୍ରବାର) ରିଲିଜ ହୋଇଯାଇଛି। ବଲିଉଡ ଅଭିନେତା ଅଜୟ ଦେବଗନ, ଅର୍ଶଦ ୱାର୍ସି, ମାଧୁରୀ ଦୀକ୍ଷିତ, ଅନିଲ କପୁର, ସଞ୍ଜୟ ମିଶ୍ର, ଜାଭେଦ ଜାଫରୀଙ୍କ ଅଭିନୀତ ଏହି ଫିଲ୍ମକୁ ଦେଖିବାକୁ ଯିବାକୁ ଯୋଜନା କରୁଥିଲେ ଜାଣିରଖନ୍ତୁ ଏହାର କାହାଣୀ କିପରି ରହିଛି।

କାହାଣୀ

ଏହି ଆଡଭେଞ୍ଚର କମେଡି ଫିଲ୍ମର କାହାଣୀ ଗୁଡ୍ଡୁ (ଅଜୟ ଦେବଗନ), ପିଣ୍ଟୁ (ମନୋଜ ପାହୱା)ଓ ଜନି (ସଞ୍ଜୟ ମିଶ୍ର)ଙ୍କ ଠାରୁ ଆରମ୍ଭ ହୋଇଛି। ହଠାତ ଦିନେ ପିଣ୍ଟୁ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଉଛି ଓ ଗୁଡ୍ଡୁ ଏବଂ ଜନିକୁ ଧୋକା ଦେଇ ଏହି ସମ୍ପତ୍ତିକୁ କୌଣସି ଏକ ସ୍ଥାନରେ ଲୁଚାଇ ଦେଉଛି। କିଛିଦିନ ଖୋଜିବା ପରେ ଗୁଡ୍ଡୁ ଓ ଜନି, ପିଣ୍ଟୁ ପାଉଛନ୍ତି କିନ୍ତୁ ସେପର୍ଯ୍ୟନ୍ତ ଉକ୍ତ ସମ୍ପତ୍ତି ବିଷୟରେ ଅବିନାଶ (ଅନିଲ କପୁର),ବିନ୍ଦୁ (ମଧୁରୀ ଦୀକ୍ଷିତ), ଲଲ୍ଲନ (ରିତେଶ ଦେଶମୁଖ), ଝିଙ୍ଗୁର (ପିତୋବଶ ତ୍ରିପାଠୀ), ମାନବ (ଜାଭେଦ ଜାଫରୀ)  ଓ ଆଦିତ୍ୟ (ଅର୍ଶଦ ୱାର୍ସି)ଙ୍କୁ ଖବର ମିଳିସାରିଥାଏ।

ଏମାନେ ମଧ୍ୟ ସେହି କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଖୋଜିବା ପାଇଁ ଲାଗିପଡନ୍ତି। ସମସ୍ତଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଛି ଯେ, ସେହି ସମ୍ପତ୍ତି ପାଖରେ ଆଗ ପହଞ୍ଚିବା। ଇତିମଧ୍ୟରେ ଶେଷରେ କାହାକୁ ଉକ୍ତ ସମ୍ପତ୍ତି ମିଳୁଛି ଜାଣିବା ପାଇଁ ଫିଲ୍ମ ଦେଖିବାକୁ ପଡିବ।

ଅଭିନୟ

ଏହି ଫିଲ୍ମରେ ବଲିଉଡର ବହୁ ଆଗଧାଡିର କଳାକାରଙ୍କୁ ଦେଖିବାକୁ ମିଳିଛି। ପ୍ରାୟ 17ବର୍ଷ ପରେ ମଧୁରୀ ଦୀକ୍ଷିତ ଓ ଅନିଲ କପୁରଙ୍କ  ଯୋଡିଙ୍କୁ ପୁଣି ଥରେ ପରଦା ଉପରେ ଏକାଠି ଦେଖିବାକୁ ମିଳିଛି। ଏହାସହିତ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଅଜୟ ଦେବଗନ ଓ ଅନିଲ କପୁରଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରିଛନ୍ତି।

ଫିଲ୍ମର ମୁଖ୍ୟ ଆକର୍ଷଣ ରହିଛି ହଲିଉଡର ଏକ ପଶୁ। ହଲିଉଡର ଅନେକ ଫିଲ୍ମରେ ନଜର ଆସିଥିବା ମାଙ୍କଡ ‘କ୍ରିଷ୍ଟାଲ’କୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି। ଫିଲ୍ମରେ ଅର୍ଶଦ ୱାର୍ସି,ସଞ୍ଜୟ ମିଶ୍ର, ଜାଭେଦ ଜାଫରୀ ମଧ୍ୟ  ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସମସ୍ତ  ଚରିତ୍ର ନିଜ ନିଜର ଚରିତ୍ରକୁ ସଠିକ ଭାବରେ ଉପସ୍ଥାପନ କରିଛନ୍ତି। ଦର୍ଶକମାନେ ମଧ୍ୟ ସମସ୍ତ କଳାକାରଙ୍କ ଅଭିନୟକୁ ପସନ୍ଦ କରିଛନ୍ତି।

ଫିଲ୍ମ ରିଲିଜ ଆଗରୁ ଏହାର ଗୀତକୁ ଦର୍ଶକ ମାନେ ପସନ୍ଦ କରିଛନ୍ତି। ଫିଲ୍ମର ‘ପୈସା ୟେ ପୈସା’ ଓ ‘ମୁଙ୍ଗଡା’ ଗୀଟ ଫିଲ୍ମ ରିଲିଜ ଆଗରୁ ସୁପରହିଟ ହୋଇସାରିଛି। ଇନ୍ଦ୍ରକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଯୋଜନା ଦେଇଛନ୍ତି ଫକ୍ସ ଷ୍ଟାର ଷ୍ଟୁଡିଓ, ଅଜୟ ଦେବଗନ ଫିଲ୍ମ୍ସ, ଅଶୋକ ଠାକେରିଆ, ଶ୍ରୀ ଅଧିକାରୀ ବ୍ରଦର୍ସ ଓ ଆନନ୍ଦ ପଣ୍ଡିତ। ମୋଟ 100କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ପ୍ରଥମ ଦିନରୁ ଦର୍ଶକଙ୍କର ପ୍ରଶଂସା ମିଳିଛି। ପ୍ରଥମ ଦିନରେ ଫିଲ୍ମଟି 15କୋଟିରୁ ଅଧିକ ରୋଜଗାର କରିବା ସହିତ ଦର୍ଶକଙ୍କ ମନୋରଞ୍ଜନ କରିପାରିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି।

#entertainment #bollywoodsuperhit #fridayrelease #totaldhamal

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon