• ବେତାର ବ୍ୟୁରୋ

ଅଫିସରେ କାମ କରିବାକୁ ମନ ଲାଗୁ ନ ଥିଲେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ


(ବେତାର ବ୍ୟୁରୋ) ପ୍ରତ୍ୟେକ ଦିନ ଅଫିସ ବାହାରିବା ପୂର୍ବରୁ ସେଦିନ ଭଲ ଭାବରେ ସବୁ କାମକୁ ମନଦେଇ କରିବା ପାଇଁ ସମସ୍ତେ ଯୋଜନା କରିଥାନ୍ତି। କିନ୍ତୁ ବେଳେ ବେଳେ ଏହି ଯୋଜନା ଭଙ୍ଗ ହୋଇଯାଇଥାଏ ଓ ଅଫିସରେ ପହଞ୍ଚିବା ପରେ କୌଣସି କାମ କରିବାକୁ ବିଲକୁଲ ଇଚ୍ଛା ହୋଇନଥାଏ। ଏହାବ୍ୟତୀତ ଅଯଥାରେ ଆପଣ ଚିନ୍ତିତ ହୋଇଯାଇଥାନ୍ତି। ତେବେ ଏପରି କିଛି ଘଟିବାର କାରଣ ଆପଣଙ୍କର ଅଫିସରେ ଥିବା ବାସ୍ତୁଦୋଷ ହୋଇପାରେ। ତେଣୁ ଆପଣ ଯେଉଁଠାରେ ବସି କାମ କରୁଛନ୍ତି ସେହି ସ୍ଥାନରେ କିଛି ପରିବର୍ତ୍ତନ କରନ୍ତୁ।

ଅଫିସରେ କାମ କରିବା ପାଇଁ ମନ ନଲାଗିଲେ କଣ କଣ ବାସ୍ତୁ ଉପାୟ ଆପଣେଇବେ ଆସନ୍ତୁ ଜାଣିବା।

.ବାସ୍ତୁ ଅନୁଯାୟୀ ଯେଉଁ ସ୍ଥାନରେ ବସି ଆପଣ କାମ କରୁଛନ୍ତି ସେହି ସ୍ଥାନକୁ ସବୁବେଳେ ସଫା ସୁତୁରା ରଖନ୍ତୁ। ଯଦି ସେହି ସ୍ଥାନରେ ସବୁ ଜିନିଷ ଏଣେତେଣେ ଫିଙ୍ଗା ହୋଇଥାଏ ଓ ଅପରିଷ୍କାର ହୋଇଥାଏ ତେବେ କାମରେ ଆପଣଙ୍କ ମନ ଲାଗିନଥାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ଜାତ ହୋଇଥାଏ। ତେଣୁ ନିଜ ଡେସ୍କକୁ ସବୁବେଳେ ସଫା ରଖନ୍ତୁ।

.ଆଲୋକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। ଯେଉଁସ୍ଥାନରେ ବସି ଆପଣ କାମ କରିବେ ସେହି ସ୍ଥାନରେ ସଠିକ ଭାବରେ ଆଲୋକ ପଡୁଛି ନା ନାହିଁ ଦେଖନ୍ତୁ। ବାସ୍ତୁ ଅନୁଯାୟୀ ଅନ୍ଧାରୁଆ ସ୍ଥାନରେ ନକରାତ୍ମକ ଶକ୍ତି ଜାତ ହୋଇଥାଏ ଓ ଏହା ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିଥାଏ।

.ନିଜକୁ ମନକୁ ଶାନ୍ତ କରିବା ପାଇଁ ଓ ବାସ୍ତୁ ଦୋଷ ଦୂର କରିବା ପାଇଁ ନିଜ ଡେକ୍ସ ଉପରେ ବୃକ୍ଷଲତା, ପଶୁପକ୍ଷୀର ଚିତ୍ର ଥିବା ଫଟୋ ଲଗାଇପାରିବେ। ଛୋଟପିଲା କାନ୍ଦୁଥିବାର ଫଟୋ, ଭାଙ୍ଗିଯାଇଥିବା ଘର, ନିଆଁ, ବୁଡି ଯାଉଥିବା ଜାହାଜର ଚିତ୍ର ଥିବା ଫଟୋ ଲଗାନ୍ତୁ ନାହିଁ। ଏପରି ଫଟୋ ଦେଖିଲେ ଆପଣଙ୍କ ମନ ଉଦାସ ହୋଇଯାଇଥାଏ ଓ କାମ କରିବାକୁ ମନ ଲାଗିନଥାଏ।

.ଆପଣଙ୍କ ଡେକ୍ସ  ତଳେ ଡଷ୍ଟବିନ ରଖନ୍ତୁ ନାହିଁ। ଏଥିରୁ ଜାତ ହେଉଥିବା ନକରାତ୍ମକ ଶକ୍ତି ଆପଣଙ୍କ ଇଚ୍ଛାଶକ୍ତିକୁ ଭଙ୍ଗ କରିବା ସହିତ ଆପଣଙ୍କ ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି କରିଥାଏ।

.ଯେଉଁସ୍ଥାନରେ ବସି ଆପଣ କାମ କରୁଛନ୍ତି ସେହି ସ୍ଥାନର ପଛପଟେ କୌଣସି ସାମଗ୍ରୀ ରଖନ୍ତୁ ନାହିଁ, ଏହାସହିତ ଆପଣ ଏମିତି ସ୍ଥାନରେ ବସନ୍ତୁ ଯେଉଁଠାରେ ଆପଣଙ୍କ ପଛପଟେ ଝରକା ରହିବ ନାହିଁ।

.ଆପଣଙ୍କ ଡେକ୍ସ ଉପରେ ଆପଣଙ୍କ ଡାହାଣ ହାତ ପାଖରେ କୌଣସି କାଗଜ ପତ୍ର ରଖନ୍ତୁ ନାହିଁ। ହାତର ଡାହାଣ ପାଖରେ ଟେଲିଫୋନ ରଖିପାରିବେ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ) 

#astrology #vastutips #office

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon