• padmabati kund

ବ୍ୟସ୍ତ ବହୁଳ ଜୀବନରେ ଫିଟ୍ ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ) ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ଆଗରୁ କଥାରେ ଅଛି। ମାତ୍ର ବର୍ତ୍ତମାନ ସମୟରେ ଏହି ଉକ୍ତିତ୍ତି କେବଳ ଗୋଟିଏ ଉକ୍ତି ହୋଇ ରହିଯାଇଛି। ସମୟ ସହିତ ତାଳ ଦେଇ ଆଗକୁ ବଢିବା ପାଇଁ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉନାହାନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି କାମ କରିବା, କମ୍ପ୍ୟୁଟର ସାମ୍ନାରେ ବସି ଅଧିକ ସମୟ କାମ କରିବା, ଠିକ ସମମୟରେ ଖାଦ୍ୟ ନଖାଇବା ଓ କମ ସମୟ ଶୋଇବା ଇତ୍ୟାଦି ପ୍ରାୟ ସମସ୍ତଙ୍କର ଏକ ଅଭ୍ୟାସ ହୋଇଗଲାଣି। ଏହି ଅଭ୍ୟାସ ଆମକୁ ଦିନକୁ ଦିନ ଅଧିକ ଅସୁସ୍ଥ କରିବାରେ ଲାଗିଛି ଓ ଏଥିପ୍ରତି ଅନେକ ଲୋକ ସଚେତନ ରହୁନାହାନ୍ତି।

ଏହି ବ୍ୟସ୍ତ ବହୁଳ ଜୀବନରେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ କଣ କଣ ସହଜ ଉପାୟ କରିବେ ଆସନ୍ତୁ ଜାଣିବା।

1.ରାତିରେ ଆବଶ୍ୟକ ସମୟ ଶୁଅନ୍ତୁ: ସୁସ୍ଥ ରହିବା ପାଇଁ ଆମ ଶରୀରକୁ ଆବଶ୍ୟକ ପରିମାଣର ବିଶ୍ରାମ ମିଳିବା ଜରୁରୀ। ରାତିରେ ସଠିକ ମାତ୍ରାରେ ନଶୋଇବା ଦ୍ଵାରା ଆମକୁ ବହୁ ଅଳସୁଆ ଲାଗିଥାଏ ଓ କିଛି କାମ କରିବାରେ ମନ ଲାଗିନଥାଏ। ତେଣୁ ନିୟମିତ 7ରୁ 8 ଘଣ୍ଟା ଶୋଇବା ଜରୁରୀ।

2.ସକାଳୁ ଶୀଘ୍ର ଉଠନ୍ତୁ: ଠିକ ସମୟରେ ଶୋଇବା ଓ ଠିକ ସମୟରେ ଉଠିବା ଏକ ବହୁତ ଭଲ ଅଭ୍ୟାସ ଅଟେ। ଏହାଦ୍ଵାରା ଆପଣ ନିଜକୁ ମାନସିକ ଶାରୀରିକ ଭାବରେ ଫିଟ୍ ଅନୁଭବ କରିଥାନ୍ତି। ସକାଳୁ ଶୀଘ୍ର ଉଠି ବ୍ୟାୟମ କରିବା ଦ୍ଵାରା ଆପଣଙ୍କ ମନ ସତେଜ ରହିବ। ତେଣୁ ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ।

3. ଟିଭି ଦେଖିବା ସହିତ ବ୍ୟାୟାମ: କାମର ବ୍ୟସ୍ତତା ମଧ୍ୟରେ ଯଦି ଆପଣ ଟିଭି ଦେଖିବା ପାଇଁ ସମୟ ବାହାର କରିପାରୁଛନ୍ତି ତେବେ ଏହି ସମୟରେ ବ୍ୟାୟମ ମଧ୍ୟ କରନ୍ତୁ। କେବଳ ଚେୟାର ଉପରେ ବସି ଟିଭି ଦେଖି ଦେଖି ନିଜର ଓଜନ ବଢେଇବା ବ୍ୟତୀତ ବ୍ୟାୟାମ କରିବା ଆପଣଙ୍କ ପାଇଁ ବହୁତ ଉପାଦେୟ ଅଟେ।

4.ଠିକ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ: ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟପେୟ ପ୍ରତି ସଚେତନ ରହିବା ବହୁତ ଜରୁରୀ। ଏଥିପାଇଁ ନିୟମିତ ଠିକ ସମୟରେ ଖାଦ୍ୟ ଖାଇବା ଉଚିତ। ଏହାସହିତ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଆପଣଙ୍କୁ କାମ କରିବା ପାଇଁ ଶକ୍ତି ଯୋଗାଇବା ସହିତ ଫିଟ୍ ମଧ୍ୟରଖିବ।

5. ଲିଫ୍ଟ ବଦଳରେ ସିଡିର ବ୍ୟବହାର କରନ୍ତୁ: ପ୍ରାୟ ଲୋକ ଅଫିସକୁ ଯିବା ସମୟରେ ସିଡିରେ ଯିବାଆସିବା କରିବା ପରିବର୍ତ୍ତେ ଲିଫ୍ଟର ବ୍ୟବହାର କରିଥାନ୍ତି। ଯଦି  ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ଅଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ। ନିୟମିତ ସିଡିରେ ଯିବା ଆସିବା କରନ୍ତୁ। ଯଦି ସମ୍ଭବ ତେବେ ଏକାସହିତ ଦୁଇ ଦୁଇଟି ଶିଡି ଚଢିବାକୁ ଚେଷ୍ଟା କରନ୍ତୁ।

6.ସ୍ମାର୍ଟଫୋନର ବ୍ୟବହାର: ଆଜିକାଲି ପ୍ରାୟ ଅଧିକାଂଶ କାମ ପ୍ରାୟ ସ୍ମାର୍ଟଫୋନ ସାହାଯ୍ୟରେ କରାଯାଉଛି। ଅନଲାଇନରେ ସପିଙ୍ଗ କରିବା ସହିତ ଅନଲାଇନ ଫିଟନେସର ମଧ୍ୟ ଅଭ୍ୟାସ କରନ୍ତୁ। ବର୍ତ୍ତମାନ ଅନେକ ପ୍ରକାରର ଫିଟନେସ ଆପ ଉପଲବ୍ଧ। ଏହାକୁ ଡାଉନଲୋଡ କରି ଏହାର ବ୍ୟବହାର କରନ୍ତୁ।    

#health #fitnesstips #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon