• padmabati kund

ୱାର୍ଲ୍ଡକପ ପୂର୍ବରୁ ଭାରତୀୟ ଦଳର ଶେଷ ସିରିଜ : ରବିବାର ପ୍ରଥମ ଟି20


(ବେତାର ବ୍ୟୁରୋ) କ୍ରିକେଟର ମହାକୁମ୍ଭ କ୍ରିକେଟ ୱାର୍ଲ୍ଡକପ 2019 ଆସନ୍ତା ମେ’ 30 ତାରିଖରୁ ଆରମ୍ଭ ହେବାକୁ ଯାଉଛି।  ଏହି ୱାର୍ଲ୍ଡକପ ପୂର୍ବରୁ ଭାରତୀୟ ଦଳ ଶେଷ ଆନ୍ତର୍ଜାତୀୟ ସିରିଜ ଖେଳିବାକୁ ଯାଉଛି। ଗତ ଜାନୁୟାରୀ  ମାସରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ସିରିଜରେ ହରାଇବା ପରେ ଭାରତୀୟ ଦଳ ପୁଣିଥରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତରେ ସିରିଜ ଖେଳିବାକୁ ଯାଉଛି।  

ଟି20 ସିରିଜର ପ୍ରଥମ ମ୍ୟାଚ ରବିବାର (24 ଫେବୃୟାରୀ) ବିଶାଖାପାଟଣାରେ ଖେଳାଯିବ। ଏହି ମ୍ୟାଚ ସନ୍ଧ୍ୟା 7ଟାରେ ଆରମ୍ଭ ହେବ ଓ ଷ୍ଟାରସ୍ପୋର୍ଟ୍ସ ଚ୍ୟାନେଲରେ ଏହାର ସିଧାପ୍ରସାରଣ ଦେଖିପାରିବେ ଓ ଏହାସହିତ ଅନଲାଇନରେ ହଟଷ୍ଟାର ଆପରେ ମଧ୍ୟ ଏହାକୁ ଲାଇଭ ଦେଖିହେବ।

ପୂର୍ବଥର ପରି ଏହି ସିରିଜରେ ମଧ୍ୟ ଅଷ୍ଟ୍ରେଲିଆ ଦଳ ଷ୍ଟିଭ ସ୍ମିଥ ଓ ୱାର୍ଣ୍ଣରଙ୍କ ବିନା ଖେଳିବା ବେଳେ ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି।

ଏହି ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମୁଦାୟ ଦୁଇଟି ଟି20 ମ୍ୟାଚ ଓ ପାଞ୍ଚଟି ୱାନ-ଡେ ମ୍ୟାଚ ଖେଳାଯିବ। 

ଦ୍ଵିତୀୟ ଟି20 ମ୍ୟାଚ ବୁଧବାର (27 ଫେବୃୟାରୀ)କୁ ବାଙ୍ଗାଲୋରରେ ଖେଳାଯିବ। ୱାନ-ଡେ ସିରିଜ ମାର୍ଚ୍ଚ ମାସରେ ଆରମ୍ଭ ହେବ। ଏହି ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ 2ରେ ହାଇଦ୍ରାବାଦରେ ଖେଳାଯିବ ଓ ଶେଷ ମ୍ୟାଚ ମାର୍ଚ୍ଚ 13ରେ ଖେଳାଯିବ।

ଟି20 ସିରିଜର ପ୍ରଥମ ମ୍ୟାଚ ବିଶାଖାପାଟଣାର ୱାଇ.ଏସ. ରାଜଶେଖର ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଟି20 ମ୍ୟାଚ ଖେଳାଯାଇଛି। ଏହାସହିତ ବିରାଟ କୋହଲି ଏହି ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳିବେ।

ଭାରତର ସ୍ଥିତି ମଜଭୁତ

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦେଶ ମଧ୍ୟରେ 18ଟି ଟି20 ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ 11ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବେ ବେଳେ ଅଷ୍ଟ୍ରେଲିଆ 6ଟି ମ୍ୟାଚରେ ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ ଡ୍ର ହୋଇଯାଇଥିଲା। ଏହି ଦୃଷ୍ଟିରୁ ଦେଖିଲେ ଭାରତ ବହୁତ ମଜଭୁତ ରହିଛି।

ଭାରତରେ ଅଷ୍ଟ୍ରେଲିଆର ପୂର୍ବ ରେକର୍ଡ ମଧ୍ୟ ବହୁତ ଖରାପ ରହିଛି। ମୋଟ 5ଟି  ମ୍ୟାଚ ଖେଳିଥିବା ବେଳେ ସେଥିରୁ ଗୋଟିଏ ମ୍ୟାଚରେ ହିଁ ବିଜୟୀ ହୋଇପାରିଛି। 2017ରେ ଗୁୱାହାଟିରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ 2007 (ମୁମ୍ବାଇ)ରେ, 2013 (ରାଜକୋଟ)ରେ, 2016 (ମୋହାଲି)ରେ ଓ 2017 (ରାଞ୍ଚି)ରେ ଭାରତ ଠାରୁ  ମ୍ୟାଚ ହାରିଯାଇଛି।

ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ଏହି ଟି20 ସିରିଜରେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିର ମାଂସପେଶୀରେ ଆଘାତ କାରଣରୁ ତାଙ୍କୁ ଦଳରୁ ବାହାର ହେବାକୁ ପଡିଛି। ହାର୍ଦ୍ଦିକଙ୍କ ସ୍ଥାନରେ ୱାନ-ଡେ ସିରିଜ ପାଇଁ ଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି।

#cricket #t20series #indiavsaustralia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon