• padmabati kund

ଅଷ୍ଟ୍ରେଲିଆ ବିପକ୍ଷ ଟି20ରେ ମନ୍ଥର ବ୍ୟାଟିଙ୍ଗ କରି ଧୋନି ସମାଲୋଚିତ


(ବେତାର ବ୍ୟୁରୋ) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜର ପ୍ରଥମ ଟି20 ମ୍ୟାଚ ରବିବାର ଖେଳାଯାଇଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତଠାରୁ 3 ୱିକେଟରେ ବିଜୟ ଲାଭ କରି ସିରିଜରେ ଆଗୁଆ ରହିଛି। 

ବିଶାଖାପାଟଣାରେ ଖେଳା ଯାଇଥିବା ଏହି ପ୍ରଥମ ଟି20 ମ୍ୟାଚରେ ଭାରତୀୟ ଦଳ ପରାଜୟ ହାସଲ କରିବା ସହିତ ଭାରତୀୟ ଦଳର ଖେଳାଳୀ ମହେନ୍ଦ୍ର ସିଂ ଧୋନି ନିଜ ନାମରେ ଏକ ଲଜ୍ଜ୍ୟାଜନକ ରେକର୍ଡ ହାସଲ କରିଛନ୍ତି। ଏହାସହିତ ଟି20 କ୍ରିକେଟରେ ସବୁଠାର୍ରୁ ଧୀର ବ୍ୟାଟିଙ୍ଗ କରି ସୋସିଆଲ ମିଡିଆରେ ସମାଲୋଚିତ ବା ଟ୍ରଲ ହୋଇଛନ୍ତି।

ବିଶାଖାପାଟଣାର ଯେଉଁ ଗ୍ରାଉଣ୍ଡରେ 14ବର୍ଷ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ପାକିସ୍ଥାନ ବିରୁଦ୍ଧରେ 148ରନର ସଂଗ୍ରହ କରି ଅନ୍ତଃରାଷ୍ଟ୍ରୀୟ ଦିନିକିଆ କ୍ରିକେଟରେ ନିଜ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ, ସେହି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିରୁଦ୍ଧ ମ୍ୟାଚରେ ଧୀର ବ୍ୟାଟିଙ୍ଗ କରି ଏକ ଲଜ୍ଜ୍ୟାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ମ୍ୟାଚରେ ଧୋନି 37ବଲ ଖେଳି ମାତ୍ର 29ରନ ସଂଗ୍ରହ କରିଥିଲେ।

ଏହି ମ୍ୟାଚରେ ଧୋନି 78.37 ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ। ଏହାସହିତ ଭାରତ ପାଇଁ ଅନ୍ତଃରାଷ୍ଟ୍ରୀୟ ଟି20ରେ 30ରୁ ଅଧିକ ବଲ ଖେଳିବା ପରେ ସବୁଠାରୁ କମ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିବା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ନିଜ ଇନିଙ୍ଗ୍ସରେ ସେ ମୋଟ ଗୋଟିଏ ଛକା ମାରିଥିଲେ। ଏହି ଛକା ଶେଷ ଓଭରରେ ଆସିଥିଲା। ଶେଷ ଓଭରରେ ଏହି ଛକା ଓ 1ରନ ସହିତ ସେ ମୋଟ 7ରନ ସଂଗ୍ରହ କରିଥିଲେ। ଓଭରର ବାକି 4ଟି ବଲ ସେ ଡଟ୍ ଖେଳିଥିଲେ।

ମହେନ୍ଦ୍ର ସିଂ ଧୋନିଙ୍କର ଏହି ବ୍ୟାଟିଙ୍ଗରେ କ୍ରିକେଟପ୍ରେମୀମାନେ ନିରାଶ ହୋଇଛନ୍ତି। ଜଣେ କ୍ରିକେଟ ପ୍ରେମୀ ଟ୍ଵିଟ କରି ଲେଖିଛନ୍ତି, “ଧୋନି ଶେଷ 15ବଲରେ କେବଳ 10ରନ ହିଁ କରିପାରିଲେ। ଦୁନିଆର ସବୁଠାରୁ ଭଲ ଫିନିସର ଏହି ମ୍ୟାଚକୁ ଭଲ ଭାବରେ ଶେଷ କରିପାରିଲେ ନାହିଁ।“

ସେହିପରି ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ଧୋନିଙ୍କର ଏହା ସବୁଠାରୁ ଖରାପ ବ୍ୟାଟିଙ୍ଗ ଅଟେ। ଧୋନି ପୁଣି ଥରେ ଟେଷ୍ଟ କ୍ରିକେଟ ଖେଳିବା ଉଚିତ।“

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ଧୋନି ହୁଏତ ବର୍ତ୍ତମାନ ଖରାପ ଫର୍ମରେ ଅଛନ୍ତି। ସେ ଆଉ 10ରନ ଅଧିକ କରି ପାରିଥାନ୍ତେ। ଆଗପରି ସେ ଆଉ ବିଗ୍ ହିଟର୍ ହୋଇ ନାହାନ୍ତି।“  

ଏହାପୂର୍ବରୁ ଭାରତୀୟ ଖେଳାଳୀ ଯୁବରାଜ ସିଂ ଓ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଭାରତ ପାଇଁ ଟି20 କ୍ରିକେଟରେ

ସବୁଠାରୁ କମ ଷ୍ଟ୍ରାଇକ ରେଟରେ ବ୍ୟାଟିଙ୍ଗ କରିଛନ୍ତି। ଯୁବରାଜ ସିଂ 2016ରେ ପାକିସ୍ଥାନ ବିରୁଦ୍ଧରେ ଢାକାରେ 43.75 ଷ୍ଟ୍ରାଇକରେଟରେ ରନ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା 2009ରେ ଇଂଲଣ୍ଡ ବିରୁଦ୍ଧରେ ଲର୍ଡ୍ସରେ 71.42 ଷ୍ଟ୍ରାଇକ ରେଟରେ ରନ କରିଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଏହି ସିରିଜର ଦ୍ଵିତୀୟ ଟି20 ମ୍ୟାଚ ଆସନ୍ତା ଫେବୃୟାରୀ 27ରେ ଚିନ୍ନାସ୍ଵାମୀ ଷ୍ଟାଡିୟମ, ବେଙ୍ଗାଲୁରୁରେ ଖେଳାଯିବ। ଟି20 ସିରିଜର ଏହି ଶେଷ ମ୍ୟାଚରେ ବିଜୟ ହାସଲ କରି ଟି20ସିରିଜକୁ 1-1ରେ ଶେଷ କରିବା ପାଇଁ ଭାରତୀୟ ଦଳ ଲକ୍ଷ୍ୟ ରଖିବ।

#cricket #msdhoni #indvsaus

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon