• padmabati kund

ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥାଏ ଶୋଇବା ଅଭ୍ୟାସ


(ବେତାର ବ୍ୟୁରୋ) ଆମ ଶରୀରକୁ ଶକ୍ତି ଯୋଗାଇବା ପାଇଁ ନିଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦିନ ଯାକର ସମସ୍ତ କାମ କରିବା ପରେ, ଯେତେବେଳେ ରାତିରେ ଶୋଇଥାନ୍ତି ସେତେବେଳେ ଆପଣଙ୍କ ଶରୀରର ସମସ୍ତ ଅଙ୍ଗକୁ ଆରାମ ମିଳିଥାଏ ଓ ପୁନଃ କାମ କରିବା ପାଇଁ ଶକ୍ତି ଏକାଠି ହୋଇଥାଏ। ସଠିକ ଭାବରେ ନିଦ ପୂରଣ ନହେଲେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଓ ମୋଟାହେବା ପରି ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କର ଶୋଇବା ସମୟରେ ବାରମ୍ବାର ନିଦ ଭାଙ୍ଗିଯିବା ବା ବାରମ୍ବାର ଉଠି ପରିସ୍ରା ଯିବା ପରି ଅଭ୍ୟାସ ଥାଏ।

ଏହିସବୁ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ଦେଇଥାଏ। ଆସନ୍ତୁ ଜାଣିବା ଏହିପରି ପାଞ୍ଚଟି ଅଭ୍ୟାସ ବିଷୟରେ ଓ ଏହା ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କଣ ସୂଚନା ଦେଇଥାଏ।

୧.ଶୋଇବା ସମୟରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା: ଅନେକ ଲୋକଙ୍କର ଏହି ସମସ୍ୟା ରହିଥାଏ। ଶୋଇବା ସମୟରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏହାକୁ ସ୍ଲିପ ଏପନିୟା ବୋଲି କୁହାଯାଇଥାଏ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏହାକୁ ଦୂରେଇବା ପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ ଓ ଖାଇବା, ଶୋଇବା ସମୟ ଠିକ ରଖନ୍ତୁ।

୨.ବାରମ୍ବାର ପରିସ୍ରା ଯିବା: ରାତିରେ ଶୋଇବା ସମୟରେ ବାରମ୍ବାର ଉଠି ପରିସ୍ରା ଯିବା ମଧୁମେହର ଲକ୍ଷଣ ହୋଇଥାଏ। ରାତିରେ ଦୁଇଥରରୁ ଅଧିକ ପରିସ୍ରା ଯିବା ମଧୁମେହର ଲକ୍ଷଣ ହୋଇଥାଏ। ରକ୍ତରେ ଶର୍କରାର ମାତ୍ରା ଅଧିକ ହେବା ଦ୍ଵାରା ଲଗାତାର ପରିସ୍ରା ଲାଗିଥାଏ।

୩.ହୃଦସ୍ପନ୍ଦନ ବଢିବା ଓ କଡ ଲେଉଟେଇବା: ଯଦି ଆପଣ ରାତିରେ ଶୋଇବା ସମୟରେ ଲଗାତାର କଡ ଲେଉଟାଉଛନ୍ତି ଓ ଆପଣଙ୍କ ହୃଦସ୍ପନ୍ଦନ ଅଧିକ ହୋଇଯାଉଛି ତେବେ ଏହାର କାରଣ ଓଭରଆକ୍ଟିଭ ଥାଇରଏଡ ହୋଇଥାଏ।    

୪.ହଠାତ ନିଦ ଭାଙ୍ଗିବା: ରାତିରେ ଶୋଇଥିବା ସମୟରେ ହଠାତ ନିଦ ଭାଙ୍ଗି ଯାଉଥିଲେ ଏହାର କାରଣ ରେଷ୍ଟଲଲେସ ଲେଗ ସିଣ୍ଡ୍ରୋମ ହୋଇଥାଏ। ଏହା ଏକ ମାନସିକ ରୋଗର ଅବସ୍ଥା ଅଟେ। ଏହାସହିତ ଆପଣଙ୍କ ପାଦରେ ମଧ୍ୟ କିଛିଟା କଷ୍ଟ ଅନୁଭବ ହୋଇଥାଏ। ଏହି ସମସ୍ୟା ସମୟ ସହିତ ଧୀରେ ଧୀରେ ଦୂର ହୋଇଥାଏ।

୫.ରାତିରେ ବିଳମ୍ବରେ ଶୋଇ ସକାଳୁ ଶୀଘ୍ର ଉଠିବା: ଅନେକ ବ୍ୟକ୍ତି ରାତିରେ ବିଳମ୍ବରେ ଶୋଇବା ପରେ ମଧ୍ୟ ସେମାନଙ୍କ ନିଦ ସକାଳୁ ଭାଙ୍ଗି ଯାଇଥାଏ। ସିରକେଡିଅନ ରିଦମ ଡିସଅର୍ଡରର କାରଣରୁ ଏପରି ହୋଇଥାଏ। ସକାଳୁ ଶୀଘ୍ର ଉଠିବା ବହୁତ ଭଲ, କିନ୍ତୁ ରାତିରେ ବିଳମ୍ବରେ ଶୋଇବା ପରେ ମଧ୍ୟ ସକାଳୁ ଶୀଘ୍ର ନିଦ ଭାଙ୍ଗିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

#lifestyle #health #sleepinghabits

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon