• ବେତାର ବ୍ୟୁରୋ

ରେଲୱେରେ ମହାନିଯୁକ୍ତି :130,000 ପଦ ପାଇଁ ଆବେଦନ ଫେବୃୟାରୀ 28ରୁ


(ବେତାର ବ୍ୟୁରୋ) ରେଲୱେ ରିକୃଟମେଣ୍ଟ ବୋର୍ଡ ତରଫରୁ 1ଲକ୍ଷ 30ହଜାର Non-technical popular categories (NTPC), ପାରା ମେଡିକାଲ ଷ୍ଟାଫ, ମିନିଷ୍ଟରିଆଲ ଓ ଆଇସୋଲେଟେଡ କ୍ୟାଟେଗୋରୀ ଓ level-1 ପଦ ପାଇଁ ଅଫିସିଆଲ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ଫେବୃୟାରୀ 28 ତାରିଖରୁ ଏହି ପଦ ଗୁଡିକ ପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହେବ।

ବର୍ତ୍ତମାନ କେବଳ ଏହି ପଦ ପାଇଁ ଆବେଦନ କରିବାର ତାରିଖ ଓ ଆବେଦନ ଶୁଳ୍କ ଦର୍ଶାଇ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ସହିତ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ରେଲୱେ ରିକୃଟମେଣ୍ଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ ଚାରିଟି ଅଲଗା ଅଲଗା ଗ୍ରୁପ ପାଇଁ ପଦବୀ ପ୍ରକାଶ ପାଇଛି। ସେତିମଧ୍ୟରୁ ଗ୍ରୁପ-1 ପଦପାୟନ ସର୍ବାଧିକ 1ଲକ୍ଷ ପଦବୀ ରହିଛି। ଏହାବ୍ୟତୀତ Non-technical popular categories (NTPC), ପାରା ମେଡିକାଲ ଷ୍ଟାଫ, ମିନିଷ୍ଟରିଆଲ ଓ ଆଇସୋଲେଟେଡ କ୍ୟାଟେଗୋରୀ ପାଇଁ ମୋଟ 30,000 ପଦବୀ ରହିଛି।

ଆବେଦନ ତାରିଖ

ଏହି ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀମାନେ ଫେବୃୟାରେ 28 ସକାଳ 10ଟାରୁ ଆବେଦନ କରିପାରିବେ। 28 ଫେବୃୟାରୀରୁ  Non-technical popular categories (NTPC) ପାଇଁ, ପାରା ମେଡିକାଲ ଷ୍ଟାଫ ପାଇଁ ମାର୍ଚ୍ଚ 4ରୁ, ମିନିଷ୍ଟରିଆଲ ଓ ଆଇସୋଲେଟେଡ କ୍ୟାଟେଗୋରୀ ପାଇଁ ମାର୍ଚ୍ଚ 8ରୁ ଓ ଲେଭେଲ-1 ପଦ ପାଇଁ ମାର୍ଚ୍ଚ 12ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ଆବେଦନ ଫି’

ଏହି ପଦବୀ ଗୁଡିକରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟ.500 ଓ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଟ.250 ଦେବାକୁ ପଡିବ। ଏହି ଫି’କୁ କମ୍ପ୍ୟୁଟର ବେସ ପରୀକ୍ଷା ପରେ ଫେରସ୍ତ କରିଦିଆଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜୁଲାଇ 1, 2019 ଶୁଦ୍ଧ ସର୍ବନିମ୍ନ 18 ଓ ସର୍ବାଧିକ 30ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା ଓ ଦରମା

ଭିନ୍ନ ଭିନ୍ନ ପଦ ପାଇଁ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ। ଏବିଷୟରେ ରେଲୱେର ପରବର୍ତ୍ତୀ ବିଜ୍ଞପ୍ତିରେ ସୂଚନା ପ୍ରକାଶ ପାଇବ। ତେବେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ସପ୍ତମ ବେତନ ଆୟୋଗ ଅନୁସାରେ ଦରମା ପ୍ରଦାନ କରାଯିବ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ଭାରତୀୟ ରେଳର ଅଫିସିଆଲ ୱେବସାଇଟ www.indianrailways.gov.in  ରେ ଲଗଇନ କରନ୍ତୁ। ଏହାପରେ ‘NTPC, Para-Medical, Level-1 and MI Posts’ ଉପରରେ କ୍ଲିକ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବା ସହିତ ଫଟୋ ଓ ଦସ୍ତଖତ ସ୍କାନ କରିଦେବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ଖୁବ ଶୀଘ୍ର ରେଲୱେର ଅଫିସିଆଲ ୱେବସାଇଟରେ ପ୍ରକାଶ କରାଯିବ। ଏଥିପାଇଁ ନିୟମିତ ରେଲୱେ ୱେବସାଇଟ ଯାଞ୍ଚ କରନ୍ତୁ।

#jobs #railway #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon