• padmabati kund

ଚିଙ୍ଗୁଡି ଖାଇଲେ ମିଳିଥାଏ ଏହିସବୁ ଫାଇଦା


(ବେତାର ବ୍ୟୁରୋ) ସୁସ୍ଥ ରହିବା ପାଇଁ ଯେପରି ସବୁଜ ପନିପରିବା ଓ ଶାକାହାରୀ ଖାଦ୍ୟ  ଖାଇବା ଆବଶ୍ୟକ, ଠିକ ସେହିପରି ମାଛ ଓ ମାଂସ ପରି ଖାଦ୍ୟ ଖାଇବା ମଧ୍ୟ ଜରୁରୀ। ଆମିଷ ଖାଦ୍ୟ ମଧ୍ୟରେ ଚିଙ୍ଗୁଡି ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏହା ସ୍ଵାଦିଷ୍ଟ ହେବା ସହିତ ଏଥିରେ ଅନେକ ପ୍ରକାର ଉପକାରୀ ଗୁଣ ମଧ୍ୟ ରହିଛି। ଯେଉଁମାନେ ନିଜ  ଖାଦ୍ୟରେ କ୍ୟାଲୋରୀ କମ କରିବାକୁ ଚାହୁଁଛନ୍ତି ସେମାନେ ଚିଙ୍ଗୁଡିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ।

ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ, ଭିଟାମିନ ଓ ନ୍ୟୁଟ୍ରିଏଣ୍ଟ  ରହିଥାଏ। ଚିଙ୍ଗୁଡି ଖାଇବା ଦ୍ଵାରା ଆମ ଶରୀରକୁ କଣ କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା।

1.ହାଡ ମଜଭୁତ ହୋଇଥାଏ: ଚିଙ୍ଗୁଡିରେ ଥିବା ପ୍ରୋଟିନ, କ୍ୟାଲସିୟମ, ଫସଫରସ ଓ ମାଗ୍ନେସିୟମ ହାଡକୁ ମଜଭୁତ କରିବାରରେ ବେଶ ସହାୟକ ହୋଇଥାଏ। ଖାଦ୍ୟରେ ପ୍ରୋଟିନ ଓ ଭିଟାମିନର ଅଭାବ ରହିଲେ ହାଡ ଦୁର୍ବଳ ହୋଇଯାଇଥାଏ। ତେଣୁ ନିଜର ଦୈନିକ ବା ସାପ୍ତାହିକ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ।

2.ମସ୍ତିସ୍କକୁ ସୁସ୍ଥ ରଖିଥାଏ: ଚିଙ୍ଗୁଡିରେ ପ୍ରଚୁର ପରିମାଣରେ ଲୌହ ରହିଥାଏ। ଏହା ଶରୀରରେ ଅମ୍ଳଜାନ ଓ ହିମୋଗ୍ଲୋବିନର ବନ୍ଧନ ପ୍ରକ୍ରିୟା ପାଇଁ ମଧ୍ୟ ବିଶେଷ ସହାୟକ ହୋଇଥାଏ। ଏହାସହିତ ମାଂସପେଶୀରେ ଅମ୍ଳଜାନର ପ୍ରବାହ ପାଇଁ ମଧ୍ୟ ଲୌହର ଆବଶ୍ୟକ ହୋଇଥାଏ। ଏଥିରେ ଥିବା ଅସ୍ଥେକ୍ସିଥିନ ଆପଣଙ୍କ ଆପଣଙ୍କ ସ୍ମୃତି ଶକ୍ତି ବଢାଇଥାଏ ଓ ମସ୍ତିଷ୍କ ଜନିତ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।

3.କେଶ ଝଡିବା ବନ୍ଦ କରେ: ଚିଙ୍ଗୁଡିରେ ଥିବା ଖଣିଜ ପଦାର୍ଥ କେଶକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଶରୀରରେ ଜିଙ୍କର ଅଭାବ ହେଲେ କେଶ ଝଡିବା ଆରମ୍ଭ ହୋଇଥାଏ। କେଶ ଓ ତ୍ଵଚାର କୋଷିକାକୁ ସୁସ୍ଥ ରଖିବା ସହିତ ନୂତନ କୋଷିକା ଗଠନ କରିବାରେ ଜିଙ୍କ  ପ୍ରମୁଖ ଭୂମିକା ନିଭାଇଥାଏ। ଏଥିପାଇଁ ଯଦି ଆପଣଙ୍କର କେଶ ଝଡୁଛି  ତେବେ ଏହାକୁ ରୋକିବା ପାଇଁ ଆପଣଙ୍କ ଖାଦ୍ୟରେ ଚିଙ୍ଗୁଡି ସାମିଲ କରନ୍ତୁ।

4.ଓଜନ କମ କରେ: ଚିଙ୍ଗୁଡିରେ ଅଧିକ କାର୍ବୋ ହାଇଡ୍ରେଟ ଓ କ୍ୟାଲୋରୀ ନଥାଏ। ଏଥିପାଇଁ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିବା ଦ୍ଵାରା ଆପଣଙ୍କ ଓଜନ ନିୟନ୍ତ୍ରିତ ରହିଥାଏ।

5.ମାସିକଧର୍ମ ସମୟରେ ମହିଳାଙ୍କୁ ହେଉଥିବା ଯନ୍ତ୍ରଣା ଦୂର କରେ: ଚିଙ୍ଗୁଡିରେ ଓମେଗା 3 ଫ୍ୟାଟି ଏସିଡ ରହିଥାଏ। ଏହା ମହିଳାଙ୍କ ମାସିକଧର୍ମ ସମୟରେ ମହିଳାଙ୍କୁ ହେଉଥିବା ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହାସହିତ ରକ୍ତଧାରାରୁ କୋଲେଷ୍ଟ୍ରରଲର ହାନିକାରକ ପ୍ରକାରକୁ କମ କରି ପ୍ରଜନନ ପାଇଁ ସୁସ୍ଥ ରକ୍ତ ପ୍ରବାହ କରିବାରେ ସାହାଯ୍ୟ କରେ।

6. ଚକ୍ଷୁଜନିତ ସମସ୍ୟା ଦୂର କରେ: ଯେଉଁମାନେ ନିୟମିତ ଭାବରେ ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଗରେ ବସି କାମ କରିଥାନ୍ତି ସେମାନଙ୍କର ଅନେକ ପ୍ରକାରର ଚକ୍ଷୁଜନିତ ସମସ୍ୟା ଦେଖାଯାଇଥାଏ। ଚିଙ୍ଗୁଡିରେ ଥିବା ହେପରିନ୍ କମ୍ପାଉଣ୍ଡ ଆପଣଙ୍କ ଚକ୍ଷୁଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

#lifestyle #food #health #prawn

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon