• padmabati kund

ଟି20 କ୍ରିକେଟରେ 8000ରନ କରିବାରେ ସୁରେଶ ରାଇନା ପ୍ରଥମ ଭାରତୀୟ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟର ଅଲରାଉଣ୍ଡର ଖେଳାଳୀ ସୁରେଶ ରାଇନା ଟି20 କ୍ରିକେଟରେ ମହାନ ଖେଳାଳୀ ମାନଙ୍କ ମଧ୍ୟରେ ଜଣେ। ଦୀର୍ଘଦିନ ଧରି ଭାରତୀୟ ଦଳରୁ ବାହାରେ ଥିବା ଏହି ବାମ ହାତି ଭାରତୀୟ ଖେଳାଳୀ ସୁରେଶ ରାଇନା ସୋମବାର ଦିନ ଟି20 କ୍ରିକେଟରେ ଏକ ନୂଆ ରେକର୍ଡ କରିଛନ୍ତି। ଟି20 କ୍ରିକେଟରେ 8000ରନ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳୀ ହୋଇପାରିଛନ୍ତି।

ସୈୟଦ ମୁସ୍ତାଫ ଅଲ୍ଲୀ ଟି20 ଟ୍ରଫିରେ ଉତ୍ତରପ୍ରଦେଶ ତରଫରୁ ଖେଳୁଥିବା ଏହି ଖେଳାଳୀ ପୁଡୁଚେରି ବିରୁଦ୍ଧରେ 18ବଲରେ ମାତ୍ର 12ରନ ସଂଗ୍ରହ କରିଥିଲେ ମଧ୍ୟ ଟି20 କ୍ରିକେଟରେ ଏହି ବଡ ଉପଲବ୍ଧି ହାସଲ କରିପାରିଛନ୍ତି। କ୍ରିକଇନ୍ଫୋରେ ପ୍ରକାଶିତ ଖବର ମୁତାବକ ସୁରେଶ ରାଇନା ବର୍ତ୍ତମାନ ପର୍ଯ୍ୟନ୍ତ ଟି20 କ୍ରିକେଟରେ 8001ରନ ସଂଗ୍ରହ କରିଛନ୍ତି।

ସମଗ୍ର ବିଶ୍ଵରେ ଟି20 କ୍ରିକେଟରେ ସର୍ବାଧିକ ରନ କରିଥିବା ଖେଳାଳୀଙ୍କ ତାଲିକାରେ ସୁରେଶ ରାଇନା ଷଷ୍ଠ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ୱେଷ୍ଟଇଣ୍ଡିଜର ଖେଳାଳୀ କ୍ରିଶ ଗେଲ୍ (12298ରନ) ରହିଛନ୍ତି। ଏହାପରେ ଦ୍ଵିତୀୟରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମୈକଲମ(9922ରନ), ତୃତୀୟରେ ୱେଷ୍ଟଇଣ୍ଡିଜର କିରୋନ ପୋଲାର୍ଡ (8838ରନ), ଚତୁର୍ଥରେ ପାକିସ୍ଥାନର ଶୋଏବ ମଲ୍ଲିକ (8603ରନ) ଓ ପଞ୍ଚମରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର (8111ରନ) ରହିଛନ୍ତି।

ଏହି ଉପଲବ୍ଧି ହାସଲ କରିବା ପାଇଁ ତାଙ୍କୁ ମୋଟ 300ଟି ଟି20 ମ୍ୟାଚ ଖେଳିବାକୁ ପଡିଛି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ 300ଟି ଟି20 ଇଣ୍ଟରନସିନାଲ ମ୍ୟାଚ ଖେଳିବାରେ ଦ୍ଵିତୀୟ ଭାରତୀୟ ଖେଳାଳୀ ହୋଇପାରିଛନ୍ତି।

ଦୀର୍ଘ ସମୟ ହେବ ସୁରେଶ ରାଇନା ଭାରତୀୟ ଦଳରୁ ବାହାରେ ରହିଛନ୍ତି। ସେ ଭାରତ ପାଇଁ ଶେଷଥର ଆନ୍ତର୍ଜାତୀୟ ମ୍ୟାଚ ଜୁଲାଇ 2018ରେ ଇଂଲଣ୍ଡ ବିରୁଦ୍ଧରେ ଖେଳିଥିଲେ। 32ବର୍ଷୀୟ ଏହି ଖେଳାଳୀ ପ୍ରାୟ 15ବର୍ଷ ହେବ ଟି20 କ୍ରିକେଟ ଖେଳୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୋଟ ପାଞ୍ଚଟି ଦଳ ପାଇଁ ଯଥା ଭାରତ, ଇଣ୍ଡିଆନ୍ସ, ଉତ୍ତରପ୍ରଦେଶ, ଗୁଜରାଟ ଲାୟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ରେ ଟି20 ଖେଳିଛନ୍ତି।

କ୍ରିକେଟର ଏହି ଛୋଟ ଫର୍ମାଟରେ ନିଜର ବିସ୍ଫୋଟକ ବ୍ୟାଟିଙ୍ଗ ବଳରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଟି20ରେ ଚାରିଟି ଶତକ  ହାସଲ କରିଛନ୍ତି। ଟି20ରେ ତାଙ୍କର ସର୍ବାଧିକ ରନ 126 ଅଟେ।

126ରନ ଦୂରରେ ବିରାଟ କୋହଲି

ବର୍ତ୍ତମାନ ସମୟରେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ଉପଲବ୍ଧି ଠାରୁ ବେଶୀ ଦୂରରେ ନାହାନ୍ତି। ଟି20 କ୍ରିକେଟରେ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ 7833ରନ ସଂଗ୍ରହ କରିଛନ୍ତି ଓ 8000ରନ ଠାରୁ 168ରନ ପଛରେ ଅଛନ୍ତି। ଏହାସହିତ ଭାରତର ଅନ୍ୟତମ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ 299ଟି ମ୍ୟାଚ ଖେଳିଛନ୍ତି ଓ 7795ରନ କରିଛନ୍ତି। ଖୁବ ଶୀଘ୍ର ସେ ମଧ୍ୟ ଟି20 କ୍ରିକେଟରେ 8000ରନ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି।

#testcricket #T20cricket #sureshraina

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon