• ବେତାର ବ୍ୟୁରୋ

FCI ରେ ଗ୍ରାଜୁଏଟଙ୍କ ପାଇଁ 4,103 ପଦବୀ, ଦରମା ଟ.9,300ରୁ ଆରମ୍ଭ


(ବେତାର ବ୍ୟୁରୋ) ଫୁଡ କର୍ପୋରେସନ ଅଫ ଇଣ୍ଡିଆ (FCI) ତରଫରୁ ଏହାର ବିଭିନ୍ନ ବିଭାଗରେ 4103ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀ ଅନଲାଇନରେ ଫେବୃୟାରୀ 28ରୁ ଆବେଦନ କରିପାରିବେ।  ଅନଲାଇନ ଆବେଦନ ପ୍ରକ୍ରିୟା ମାର୍ଚ୍ଚ 25 ପର୍ଯ୍ୟନ୍ତ ଖୋଲା ରହିବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମାଧ୍ୟମରେ ଜୁନିୟର ଇଞ୍ଜିନିୟର, ଷ୍ଟେନୋଗ୍ରାଫର, ଟାଇପିଷ୍ଟ ଓ ଆସିଷ୍ଟାଣ୍ଟ ପାଇଁ ମୋଟ 4103ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ନର୍ଥ ରିଜିଅନ ପାଇଁ 1999ଟି, ସାଉଥ ରିଜିଅନ ପାଇଁ 540ଟି, ଇଷ୍ଟର୍ଣ୍ଣ ଜୋନ ପାଇଁ 538ଟି, ୱେଷ୍ଟର୍ଣ୍ଣ ଜୋନ ପାଇଁ 735ଟି ଓ ନର୍ଥ ଇଷ୍ଟର୍ଣ୍ଣ ଜୋନ ପାଇଁ 219ଟି ପଦବୀ ରହିଛି।

ଦରମା

ଜୁନିୟର ଇଞ୍ଜିନିୟର ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ  ଟ.11,100 ରୁ ଟ.29,950 ମଧ୍ୟରେ ଦରମା ପ୍ରଦାନ କରାଯିବ। ସେହିପରି ଷ୍ଟେନୋ ଗ୍ରେଡ-II ଓ ଆସିଷ୍ଟାଣ୍ଟ ଗ୍ରେଡ-II (ହିନ୍ଦୀ) ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଟ.9,900ରୁ ଟ.25,530 ମଧ୍ୟରେ ଦରମା ପ୍ରଦାନ କରାଯିବ ଓ ଟାଇପିଷ୍ଟ ଓ ଆସିଷ୍ଟାଣ୍ଟ ଗ୍ରେଡ-II ପଦ ପାଇଁ ପ୍ରାର୍ଥୀଙ୍କୁ ମାସିକ ଟ.9,300ରୁ ଟ.22,940 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି  ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା ପାଞ୍ଚବର୍ଷ କୋହଳ କରାଯିବ, ଓବିସି ପ୍ରାର୍ଥୀଙ୍କ ପାଇଁ ତିନିବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଇଞ୍ଜିନିୟର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ ବା ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଙ୍ଗ(ସିଭିଲ/ଇଲେକ୍ଟ୍ରିକାଲ)ରେ ଡିଗ୍ରୀ ପାସ କରିଥିବା ଆବଶ୍ୟକ ବା ଡିପ୍ଲୋମା ପାସ କରିଥିବା ଆବଶ୍ୟକ। ଷ୍ଟେନୋ, ଟାଇପିଷ୍ଟ ଓ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ।

ଆବେଦନ ଫି’

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.500 ପଇଠ କରିବାକୁ ପଡିବ। ଏହି ଫି’ କୁ ଅନଲାଇନରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ ଫୁଡ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.fci.gov.in ରେ ଲଗଇନ କରନ୍ତୁ। ଏହାପରେ Current Recruitment ଲିଙ୍କ ଉପରେ କ୍ଲିକ କରନ୍ତୁ। ଆପଣ ଯେଉଁ ଜୋନର ଅଧିବାସୀ ଅଟନ୍ତି ସେହି ଜୋନରେ କ୍ଲିକ କରନ୍ତୁ। ସମସ୍ତ ଆବଶ୍ୟକ ତ୍ତଥ୍ୟ ପୂରଣ କରିବା ସହିତ ଫଟୋ, ଦସ୍ତଖତ, ବାମହାତ ବୁଢା ଆଙ୍ଗୁଳି ଚିହ୍ନ ଓ ହାତଲେଖା ସ୍ପଷ୍ଟୀକରଣକୁ ସ୍କାନ କରି ଦେବାକୁ ପଡିବ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରିଲିମିନାରି ପରୀକ୍ଷା,ମେନ୍ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଫୁଡ କର୍ପୋରେସନ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ www.fci.gov.in ରେ ଲଗଇନ କରନ୍ତୁ।

#jobs #govtjobs #FCI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon