- padmabati kund
ଜାଣନ୍ତୁ : ଟାଇଟ୍ ପୋଷାକ ପିନ୍ଧିବା କାହିଁକି କ୍ଷତିକାରକ

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଟାଇଟ୍ ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଟାଇଟ୍ ପୋଷାକ ପିନ୍ଧିବା ପରେ ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିଯାଇଥାଏ। କିଛିଲୋକ ନିଜର ମୋଟା ପେଟ ଓ ଜଂଘକୁ ଲୁଚାଇବା ପାଇଁ (Shape Wear) ସେପ ୱିୟର ତଥା ଟାଇଟ୍ ଜିନ୍ସ ମଧ୍ୟ ପିନ୍ଧୁଛନ୍ତି। ଅନ୍ୟମାନଙ୍କ ଠାରୁ ଅଲଗା ଦେଖାଯିବା ପାଇଁ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ହେଉନାହାନ୍ତି। କାରଣ ସବୁବେଳେ ଏହି ଟାଇଟ୍ ପୋଷାକ ପିନ୍ଧିବା ଦ୍ଵାରା ଆପଣଙ୍କ ଶରୀରରେ ବିକୃତି ଦେଖାଦେଇପାରେ ।
ଏନେଇ ବ୍ରିଟିଶ କାଇରୋପ୍ରେକ୍ଟିକ ଆସୋସିଏସନ (BCA)ତରଫରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡିଛି ଯେ, ଟାଇଟ୍ ଜିନ୍ସ ବା ପୋଷାକ ପିନ୍ଧିବା ଦ୍ଵାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ଆପଣଙ୍କ ଶରୀରର କଣ କ୍ଷତି କରିଥାଏ ଆସନ୍ତୁ ଜାଣିବା।
୧.ଶରୀର ଗଠନ ଉପରେ ପ୍ରଭାବ ପକାଏ: ବହୁତ ଅଧିକ ଟାଇଟ୍ ଜିନ୍ସ, ସ୍କର୍ଟ ଓ ଅନ୍ୟାନ୍ୟ ପୋଷାକ ପିନ୍ଧିବା ଦ୍ଵାରା ଆପଣଙ୍କୁ ବସିବା ଉଠିବା ଓ ଚାଲିବାରେ ଅସୁବିଧା ହେବା ସହିତ ଏହା ଆପଣଙ୍କ ଶରୀର ଗଠନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆପଣଙ୍କ ଶରୀରର ଗଠନ ଖରାପ ହୋଇଯାଇଥାଏ।

୨.ମାଂସପେଶୀ ଉପରେ ପ୍ରଭାବ ପଡେ: ଅଧିକ ସମୟଧରି ଟାଇଟ୍ ପୋଷାକ ପିନ୍ଧିବା ଦ୍ଵାରା ଆପଣଙ୍କ ମାଂସପେଶୀ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ଆପଣଙ୍କ ପିଠିର ହାଡ, ପେଟ ଓ ଅଣ୍ଟାତଳର ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଏହାସହିତ ପେଟ, ଅଣ୍ଟା ଓ ପାଦରେ କଷ୍ଟ ଅନୁଭବ ହୋଇଥାଏ। କିଛି ବାଟ ଚାଲିବାକୁ ମଧ୍ୟ ଆପଣ କଷ୍ଟ ଅନୁଭବ କରନ୍ତି।
୩.ପାଦ ଝିମ ଝିମ ହେବା ସହିତ ବଧିରା ହୋଇଥାଏ: ଟାଇଟ୍ ଜିନ୍ସ ବା ଟାଇଟ୍ ପୋଷାକ ପିନ୍ଧିବା ଦ୍ଵାରା ଆପଣଙ୍କ ଜଙ୍ଘର ଶିରା ଚାପି ହୋଇ ରହିଥାଏ। ଯାହାଫଳରେ ରକ୍ତ ସଂଚାଳନ ହେବାରେ ଅସୁବିଧା ହୋଇଥାଏ ଓ ଆପଣଙ୍କ ପାଦରେ ଝିମ ଝିମ ଅନୁଭବ କରିବା ସହିତ ବଧୀରା ମଧ୍ୟ ହୋଇଥାଏ। ଏହାସହିତ ଜଙ୍ଘ ର ଭିତର ଅଂଶରେ ଜଳାପୋଡା ହୋଇଥାଏ।

୪.ଗୁପ୍ତାଙ୍ଗରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ: ଅଧିକ ଟାଇଟ୍ ପୋଷାକ ବା ସେପୱିୟର ପିନ୍ଧିବା ଦ୍ଵାରା ଗୁପ୍ତାଙ୍ଗ ଆଖପାଖରେ ଝାଳ ବୋହି ସେହି ସ୍ଥାନ ସଂକ୍ରମିତ ହୋଇଥାଏ। ଏହାସହିତ ପରିଶ୍ରା ସଂକ୍ରମଣର ଆଶଙ୍କା ମଧ୍ୟ ବଢିଯାଇଥାଏ।
୫.ବେହୋସ ହୋଇଯାଇଥାନ୍ତି: ଟାଇଟ୍ ବଡି ସେପର୍ ଓ ଟାଇଟ୍ ପୋଷାକ ପିନ୍ଧିବା ଦ୍ଵାରା ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ। ଯାହାଫଳରେ ଆପଣ ବେହୋସ ହେବାର ସମ୍ଭବନା ଥାଏ। ଅଧିକ ସମୟ ଏହାକୁ ପିନ୍ଧିବା ଦ୍ଵାରା ରକ୍ତ ସଂଚାଳନ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ।