• padmabati kund

ଭାରତ-ପାକିସ୍ତାନ ଆକାଶ ମାର୍ଗରେ ଲଢେଇ ଜାରି : ଉଭୟ ପକ୍ଷର ବିମାନ ଧ୍ଵଂସ


(ବେତାର ବ୍ୟୁରୋ) ପୁଲୱାମା ଆତଙ୍କବାଦୀ ଆକ୍ରମଣର କଡା ଜବାବରେ ଭାରତୀୟ ବାୟୁସେନା ତରଫରୁ ସର୍ଜିକାଲ ଷ୍ଟ୍ରାଇକ କରାଯିବା ପରେ ପାକିସ୍ଥାନ ବିଚଳିତ ହୋଇପଡିଛି। ବୁଧବାର ସକାଳେ ପାକିସ୍ତାନର ବିମାନ ବାୟୁସୀମାର ଉଲ୍ଲଂଘନ କରି ଭାରତର ସୀମା ମଧ୍ୟକୁ ପ୍ରବେଶ କରିବା ପରେ ଆକାଶ ମାର୍ଗରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଉଭୟ ପକ୍ଷର ବିମାନ ଧ୍ଵଂସ ହୋଇଥିବାର ଦୁଇ ଦେଶର ସେନା ଦାବି କରିଛନ୍ତି ଓ ଏ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରୁ ଉଭୟ ସେନା ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ବିମାନରେ ଥିବା ଦୁଇ ଜଣ ପାଇଟଲଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପାକିସ୍ତାନ ଏହାକୁ ନେଇ ଅନ୍ୟ ଏକ ମନ୍ତବ୍ୟ ଦେଇଛି।

ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଟ୍ଵିଟ କରି କହିଛନ୍ତି ଯେ, “MoFA ଦ୍ଵାରା ଆଦେଶ ଜାରି କରାଯିବା ପରେ ଆଜି ସକାଳୁ ପାକିସ୍ତାନୀ ଏୟାରଫୋର୍ସ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ବାୟୁସେନାର ବିମାନ LoCକୁ ପାର କରିଥିଲେ। PAF ତରଫରୁ ପାକିସ୍ତାନୀ ବିମାନ କ୍ଷେତ୍ର ମଧ୍ୟରେ ଦୁଇଟି ଭାରତୀୟ ବିମାନକୁ ଧ୍ଵଂସ କରାଯାଇଛି। ଏହି ବିମାନ ମଧ୍ୟରୁ ଗୋଟିଏ POK ମଧ୍ୟରେ ପଡିଥିବା ବେଳେ ଦ୍ଵିତୀୟଟି ଭାରତୀୟ କାଶ୍ମୀର କ୍ଷେତ୍ରରେ ପଡିଛି।“

ପାକିସ୍ତାନ ସେନା ଆହୁରି ମଧ୍ୟ ଦାବି କରିଛି କି, ଜଣେ ଭାରତୀୟ ପାଇଲଟଙ୍କୁ ବି ସେମାନେ ଗିରଫ କରିଛନ୍ତି । ଯେବେକି ଜଣେ ପାଇଲଟ  ଲୁଚି ରହିଛନ୍ତି । ତେବେ ଭାରତ ପକ୍ଷରୁ ଏ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

ତେବେ ମଙ୍ଗଳବାର ଭୋରରୁ ଭାରତର ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ଥାନ ବିଚଳିତ ହୋଇଯାଇଛି। ବୁଧବାର ସକାଳେ ଗୋଟିଏ F-16 ପାକିସ୍ତାନୀ ଜେଟ୍‌ ଭାରତ ସୀମା ଅତିକ୍ରମ କରିବାର ପ୍ରୟାସ କରୁଥିବାବେଳେ ଭାରତୀୟ ସେନାର ଗୁଳିମାଡ଼ରେ ଏହା ଖସିପଡ଼ିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, AF-16 ସହିତ ଏକ ପାରାଚ୍ୟୁଟ୍‌ ଖସୁଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପାଇଲଟ୍‌ଙ୍କ ସ୍ଥିତି କ’ଣ ଜଣାପଡିନାହିଁ। ଏହି ଜେଟଟି ନୌଶେରାର ଲାମ୍‌ ଭ୍ୟାଲିଠାରେ ଖସିଥିବା ସନ୍ଦେହ କରାଯାଉଛି।

ବର୍ତ୍ତମାନ ଆକାଶ ମାର୍ଗ ଅଶାନ୍ତ ହୋଇଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁକଶ୍ମୀରର ବିଭିନ୍ନ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଜମ୍ମୁ, ଶ୍ରୀନଗର ଏବଂ ଲେହ ଆଦି ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବିମାନ ଉଡ଼ାଣ ପରେ କଟକଣା ଲଗାଯାଇଛି। ଏୟାର ଭିସ୍ତାରା ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ କୁହାଯାଇଛି, ଅମୃତସର, ଚଣ୍ଡୀଗଡ଼, ଜମ୍ମୁରୁ ଉଡ଼ାଣ ଭରିବାକୁ ଥିବା ବିମାନର ଉଡ଼ାଣ ସ୍ଥଗିତ ରହିଛି।

#india #pakisthan #attack #war #Modi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon