• ବେତାର ବ୍ୟୁରୋ

ଜାଣନ୍ତୁ : ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବାର ସଠିକ୍ ନିୟମ


(ବେତାର ବ୍ୟୁରୋ) ସୁସ୍ଥ ଶରୀର ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ସହିତ ସଠିକ ଭାବରେ ଶୋଇବା ମଧ୍ୟ ଜରୁରୀ। ଜ୍ୟୋତିଷ ଶାସ୍ତ୍ରରେ ଶୋଇବାର ସଠିକ ଦିଗ ବିଷୟରେ ଆଲୋଚନା କରାଯାଇଛି। ସଠିକ ଭାବରେ ନଶୋଇବା ଦ୍ଵାରା ସ୍ୱାସ୍ଥ୍ୟହାନୀ ଘଟିଥାଏ ଓ ଏହା ବୈଜ୍ଞାନିକ ରୂପରେ ମଧ୍ୟ ପ୍ରମାଣିତ ହୋଇସାରିଛି। ବାସ୍ତୁ ଶାସ୍ତ୍ରରେ ମଧ୍ୟ ସଠିକ ଭାବରେ ଶୋଇବାର ନିୟମ ବିଷୟରେ ଆଲୋଚନା କରାଯାଇଛି।

କେଉଁ ଦିଗକୁ ଶୋଇବା ଦ୍ଵାରା ମନୁଷ୍ୟର ଶରୀର ସୁସ୍ଥ ରହିଥାଏ ଓ ଶୋଇବାର ନିୟମ ବିଷୟରେ ବାସ୍ତୁଶାସ୍ତ୍ରରେ ଆଲୋଚନା କରାଯାଇଛି ଆସନ୍ତୁ ଜାଣିବା।

1.ବାସ୍ତୁ ବିଜ୍ଞାନ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଅଶୁଭ ହୋଇଥାଏ। ମନୁଷ୍ୟର ମୃତ୍ୟୁ ହେବା ପରେ ତାର ମୃତ ଶରୀରକୁ ଉତ୍ତର ଦିଗକୁ ମୁହଁକରି ଶୁଆଯାଇଥାଏ। ଉତ୍ତର ଦିଗକୁ ମୁଣ୍ଡ ଓ ଦକ୍ଷିଣ ଦିଗକୁ ଗୋଡ ରଖି ଶୋଇବା ଦ୍ଵାରା ଆୟୁଷ କମ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

2.ବିଜ୍ଞାନ ଅନୁସାରେ, ପୃଥିବୀର ଉତ୍ତର ଓ ଦକ୍ଷିଣ ଦିଗରେ ମାଧ୍ୟାକର୍ଷଣ ଶକ୍ତି ବହୁତ ଅଧିକ ରହିଥାଏ। ପୃଥୀବିର ଏହି ଦିଗ ମଧ୍ୟରେ ଉତ୍ତରରୁ ଦକ୍ଷିଣ ଦିଗକୁ ଚୁମ୍ବକୀୟ ଶକ୍ତିର ସଞ୍ଚାର ହୋଇଥାଏ। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଏହି ଚୁମ୍ବକୀୟ ଶକ୍ତି ଶରୀର ମଧ୍ୟରେ ବିପରୀତ ଦିଗରେ ସଞ୍ଚାର ହୋଇଥାଏ, ଯାହାକି ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ।

3.ପୂର୍ବଦିଗରେ ପୃଥୀବିର ମାଧ୍ୟାକର୍ଷଣ ଶକ୍ତି ସବୁଠାରୁ ଦୁର୍ବଳ ରହିଥାଏ। ଏଥିପାଇଁ ପୂର୍ବଦିଗକୁ ମୁଣ୍ଡ ରଖି ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ। ପୂର୍ବ ଦିଗରୁ ସୂର୍ଯ୍ୟଉଦୟ ହେଉଥିବାରୁ ଏହି ଦିଗକୁ ମୁଣ୍ଡରଖି ଶୋଇବା ବୈଜ୍ଞାନିକ ଓ ଅଧ୍ୟାତ୍ମିକ ଦୃଷ୍ଟିରୁ ଶ୍ରେଷ୍ଠ ହୋଇଥାଏ।

4.ବାସ୍ତୁ ଅନୁଯାୟୀ ପଶ୍ଚିମ ଦିଗରେ ମୁଣ୍ଡ ଓ ପୂର୍ବଦିଗରେ ଗୋଡ ରଖି ଶୋଇବା ଅନୁଚିତ। ପୂର୍ବଦିଗରେ ଦେବତାମାନେ ଅବସ୍ଥାନ କରିଥାନ୍ତି। ତେଣୁ ପୂର୍ବ ଦିଗକୁ ଗୋଡ ରଖି ଶୋଇବା ପାଇଁ ମନା କରାଯାଇଛି।

5.ସ୍କୁଲ ଯାଉଥିବା ପିଲା ବା ବିଦ୍ୟାର୍ଥୀଙ୍କର ସ୍ମରଣ ଶକ୍ତି ଓ ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ଆଣିବା ପାଇଁ ପିଲାମାନଙ୍କୁ ପୂର୍ବଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ। ପିଲାମାନଙ୍କର ଖଟକୁ ଏପରି ରଖନ୍ତୁ ଯେମିତି ସେମାନେ ପୂର୍ବଦିଗକୁ ମୁଣ୍ଡରଖି ଶୋଇବେ।

6.ସକାଳୁ ଉଠିବା ସମୟରେ ହଠାତ ଉଠନ୍ତୁ ନାହିଁ। ପ୍ରଥମେ ନିଜ ଡାହାଣ ପଟକୁ ବୁଲି ଦେଖିବା ପରେ ବିଛଣାରୁ ଉଠନ୍ତୁ। ନିଦରୁ ଉଠିବା ସମୟରେ ମେଟାବୋଲିଜିମ ପ୍ରକ୍ରିୟା ବହୁତ ଧୀର ହୋଇଥାଏ। ଏପରି ସମୟରେ ହଠାତ ବିଛଣାରୁ ଉଠିଲେ ଶରୀର ଉପରେ ପ୍ରଭାବ ପଡିଥାଏ ଓ ହୃଦରୋଗର ସମ୍ଭାବନା ବଢିଥାଏ। ବାସ୍ତୁ ଅନୁଯାୟୀ ସକାଳୁ ଉଠିବା ପରେ ପ୍ରଥମେ ମାଟିକୁ ପ୍ରଣାମ କରିବା ପରେ ବିଛଣାରୁ ଉଠନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ)

#astrology #vastutips #vastu

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon