• padmabati kund

ସାମ୍ନାକୁ ଆସିଲା ପାକିସ୍ତାନର ମିଛ: POKରୁ ମିଳିଲା F-16 ବିମାନର ଭଗ୍ନାବଶେଷର ଫଟୋ


(ବେତାର ବ୍ୟୁରୋ) ଭାରତୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ପାକିସ୍ତାନ ତରଫରୁ ବୁଧବାର ସକାଳେ କରାଯାଇଥିବା ଆକ୍ରମଣ ବିଫଳ ହେବା ପରେ ପାକିସ୍ତାନ ଲଗାତର ମିଛ ଉପରେ ମିଛ କହିବାରେ ଲାଗିଛି। ପାକିସ୍ତାନର ଅନ୍ୟ ଏକ ମିଛ ବର୍ତ୍ତମାନ ସାମ୍ନାକୁ ଆସିଛି। ପାକିସ୍ତାନୀ ସେନାର ଆକ୍ରମଣର ଜବାବ ଦେଇ ଭାରତୀୟ ସେନା ତରଫରୁ ଏହାର ସବୁଠୁ ଶକ୍ତିଶାଳୀ ତଥା ଆମେରିକା ନିର୍ମିତ  F-16କୁ ଧ୍ଵଂସ କରାଯାଇଥିଲା। ତେବେ  ଏହି କଥାକୁ ପାକିସ୍ତାନ ମାନିବାକୁ ରାଜି ହୋଇନଥିଲା। ବର୍ତ୍ତମାନ ସେହି F-16 ବିମାନର ଭଗ୍ନାବଶେଷର ଫଟୋ ସାମ୍ନାକୁ ଆସିଛି।

ନ୍ୟୁଜ ଏଜେନ୍ସି ANI ତରଫରୁ ଏହାର ଫଟୋ ଜାରି କରାଯାଇଛି। ଏଥିରେ ବିମାନର କିଛି ଅଂଶ ପାଖରେ ପାକିସ୍ତାନର 7 ଯବାନ ଛିଡା ହୋଇଛନ୍ତି। ଏହାସହିତ ଭାରତୀୟ ବାୟୁସେନା ତରଫରୁ ସ୍ପଷ୍ଟ କରାଯାଇଛି ଯେ, ଏହା ହେଉଛି ସେହି F-16 ବିମାନର ଏକ ଅଂଶ, ଯାହାକୁ ଭାରତୀୟ ବାୟୁସେନା ତରଫରୁ ଧ୍ଵଂସ କରାଯାଇଥିଲା ଓ ଏହାର ଏକ ଅଂଶ POK (ପାକିସ୍ତାନ ଅଧୀକୃତ କାଶ୍ମୀର)ରେ ପଡିଥିଲା।

ପାକିସ୍ତାନର ଏହି F-16କୁ ଭାରତୀୟ ସେନା ଧ୍ଵଂସ କରିଛି ବୋଲି ପାକିସ୍ତାନ ଅସ୍ଵୀକାର କରିଥିଲା ଓ ଏହାସହିତ ପାକିସ୍ତାନର ସେନାର ମୁଖପାତ୍ର କହିଥିଲେ ଯେ, ବୁଧବାର ଦିନ ପାକିସ୍ତାନ ତରଫରୁ କୌଣସି F-16 ବିମାନର ପ୍ରୟୋଗ କରାଯାଇନାହିଁ। ANI ତରଫରୁ ଫଟୋ ଶେୟାର କରାଯିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, POKରେ ମିଳିଥିବା ବିମାନର ଅଂଶଟି F-16ର ଓ ଏହାର ଇଞ୍ଜିନର ଏକ ଫଟୋ  ମଧ୍ୟ ଶେୟାର କରାଯାଇଛି।

ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦର ଟ୍ରେନିଙ୍ଗ ସେଣ୍ଟର ଉପରେ ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ କରାଯିବା ପରେ ପାକିସ୍ତାନ ଗଣମାଧ୍ୟମ ମଧ୍ୟ ପାକିସ୍ତାନ ସରକାର ପରି ମିଥ୍ୟା ଖବର ପ୍ରଚାର କରିଆସୁଥିଲା। ପାକିସ୍ତାନୀ ଗଣମାଧ୍ୟମରେ F-16ର ଏହି ଅଂଶକୁ ଭାରତୀୟ ମିଗ-21ର ଅଂଶ ବୋଲି କୁହାଯାଉଥିଲା। କିନ୍ତୁ ଏହା F-16ର ଏକ ଅଂଶ ବୋଲି ଫଟୋ  ଶେୟାର କରାଯିବା ପରେ ସ୍ପଷ୍ଟ ହୋଇଯାଇଛି।

ବୁଧବାର ପାକିସ୍ତାନ ତରଫରୁ 10ଟି F-16 ବିମାନ ଜରିଆରେ ଭାରତୀୟ ସୈନ୍ୟ ପ୍ରତିଷ୍ଠାନକୁ ଆକ୍ରମଣ କରିବା ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ଭାରତୀୟ ବାୟୁସେନା ତରଫରୁ ତାଙ୍କୁ କଡା ଜବାବ ଦିଆଯାଇଥିଲା ଓ ଗୋଟିଏ F-16ବିମାନକୁ ଧ୍ଵଂସ କରାଯାଇଥିଲା। ଏହାର ଧ୍ଵଂସାବଶେଷ POKରେ ପଡିଥିଲା ଓ ଏଥିରୁ ପାଇଲଟକୁ ପାରାସ୍ୟୁଟ ସାହାଯ୍ୟରେ ତଳକୁ ଯାଉଥିବାର ଦେଖିବାକୁ ମିଳିଥିଲା।

ପ୍ରଥମେ ପାକିସ୍ତାନୀ ସେନା ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଦାବି କରିଥିଲେ ଯେ, ଦୁଇଜଣ ଭାରତୀୟ ପାଇଲଟଙ୍କୁ ସେ ଗିରଫ କରିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ନିଜ ବୟାନକୁ ପରିବର୍ତ୍ତନ କରିବାକୁ ପଡିଥିଲା। ଦୁଇଜଣ ପାଇଲଟ ବଦଳରେ ଜଣେ ଭାରତୀୟ ପାଇଲଟକୁ ସେ ଗିରଫ କରିଛନ୍ତି ବୋଲି କହିଥିଲେ। କାରଣ F-16ରୁ ଖସିଥିବା ନିଜ ଦେଶର ପାଇଲଟକୁ ସେ ଭାରତୀୟ ପାଇଲଟ ଭାବି ଗିରଫ କରିଥିଲେ।

#POK #F16 #indianairforce #pakisthan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon